ପୃଷ୍ଠା:Typical selections from Oriya literature.pdf/୩୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୦
ଓଡ଼ିଆ ସାହିତ୍ୟ-ପରିଚୟ

ଷଷ୍ଠ ଛାନ୍ଦ
ରାଗ ବରାଡ଼ି
ଯଶୋଦାଙ୍କ ବିଳାପ

ଆରେ ବାବୁ ଶ୍ୟାମଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି ।
ହେବ ଦଶଦିଗ ଶୂନ୍ୟ, ଅସ୍ଥିର ହେବ ଜୀବନ, ନିଶି ଦିବସରେ ଝୁରୁଥିବି ରେ । ଜୀବଧନ ।
ଜୀବନ ବିହୁନେ ଯେହ୍ନେ ଝସ । ରାଜା ବିନେ ଯେହ୍ନେ ଗ୍ରାମଦେଶ ରେ ।
କାହା ଅଙ୍ଗେ ଚତୁଃସମ ଲେପିବି କରି ସୁସମ, ନିଦ୍ରାରେ କେ ହେଉଥିବ ଘାରି ।
କାହାକୁ ଅଞ୍ଜନ ଦେବି, ବସ୍ତ୍ରପାଡି ଶୁଆଇବି, ପିତାକୁ ମାଗିବ କେହୁ ହରି ରେ । ଜୀବଧନ ।
ଏ କଥା ସୁମରି ଯିବି ମରି, ନିଶ୍ଚେ ଯେବେଯିବୁ ମଧୁପୁରୀ ରେ ।
ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ, କାହା ଲ‌ଲାଟରେ ଦେବି ଚିତା ।
କାହାର କର୍ଣ୍ଣେ କୁଣ୍ତଳ, ଖଞ୍ଜିବିରେ ମୋର ବାଳ, କାହା ପାଇଁ କରୁଥିବି ଚିନ୍ତା ରେ । ଜୀବଧନ ।
କାହା ଅଙ୍ଗୁ ଧୂଳି ଦେବି ପୋଛି, କାହାକୁ ବା ପିନ୍ଧାଇବି କାଛି ରେ ।
ଏଯେତେବେଳେ ବନେ ଯାଉ, ସଙ୍ଗେ ମୋର ପ୍ରାଣ ନେଉ, ନିମିଷେ ବିଚ୍ଛେଦ ନ ସ‌ହଇଁ
ବେ ଯିବୁ ମଥୁରାକୁ ମତେ ସମର୍ପି କାହାକୁ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ । ଜୀବଧନ ।
ଜୀବନ ହାରିବି ଗଣ୍ତଜଳେ, ତୁ ମତେ ଅନ୍ତର ହେଲେ ତିଳେ ରେ ।
ସର ଲବଣୀ ଅଧାମ, ପକ୍ୱରମ୍ଭା ସୁଧାସମ, ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ ।
ଯେତେରୂପେ ନାଳିଆଇଁ, ପରଷଇଁ ବଳିଆଇଁ, କୋପେ ଉଠି ପାକ ଭାଣ୍ତ ଭାଙ୍ଗୁ ରେ । ଜୀବଧନ ।
ଏବେ ଦୂର ହୋଇବ ସେ କଥା, କି ନ କରେ ଦାରୁଣ ବିଧାତା ରେ ।
ଛାଇକି ଅନାଁଇ ଉରୁ ଧାଇଁ ମୋତେ କୋଳ କରୁ ବସନେ ଘୋଡ଼ାଇ ମୁଖଗୋଟି ।
ହେଉଥାଉ ଥରହର, ଦେଖିଲେ ଅନ୍ଧାରଘର, ଉଚ୍ଚପାବଚ୍ଛ ନ ପାରୁ ଉଠି ରେ । ଜୀବଧନ ।
ମଧୁପୁରେ ହସ୍ତୀ ଘୋଡ଼ାମାନ, ଗର୍ଜିଲେ ନ ଡରୁ ଶ୍ୟାମ ପୁଣ ରେ ।
କାନ୍ଥେ ଦେଖି ଚିତ୍ରପନ୍ତି, ନାନା ଭୟଙ୍କର ମୂର୍ତ୍ତି, ଭୟେ ଯାଉ ସେ ଘରୁ ପଳାଇ ।
ଏବେ କଂସପୁର ଯିବୁ ରାକ୍ଷସମାନ ଦେଖିବୁ ଡରି କାହାକୁ ଧରିବୁ ଯାଇଁ ରେ । ଜୀବଧନ ।
ମାତା ବୋଲି ଡାକିବୁ କାହାକୁ ସାହା ବାହା ଆହା କେ ବୋଲିବାକୁ ରେ ।
ନିଶାକାଳେ ମୋର କୋଳେ, ଶୋଇଥାଉ ଶ୍ରମ‌ବଳେ, ସ୍ୱପନରେ ଦେଖୁ କିସ କିସ ।
ମା ବୋଲି ଚମକି ପଡୁ କଣ୍ଠେ ଦୁଇଭୁଜ ଭିଡ଼ୁ ପୁଣି ଶୋଉ ଘୋଡିହୋଇ ବାସ ରେ । ଜୀବଧନ ।
ସେ କଥା ସୁମରି ମରିଯିବି, ଉଠ ବୋଲି କାହାକୁ ଡାକିବି ରେ ।
ପ୍ରଭାତ କାଳେ କେ ମୋତେ, ଡାକିବ କ୍ଷୁଧାଆରତେ, କାହାକୁ ଭୁଞ୍ଜାଇ ଦେବି ସର ।
କେ ଧରି ମନ୍ଥନ‌ଦଣ୍ତ, ଭାଙ୍ଗିବ ମୋ ଦ‌ଧିଭାଣ୍ତ, କାହାକୁ ବାନ୍ଧିବି ଅର୍ଜୁନ ରେ । ଜୀବଧନ ।
କାହା ନାମେ ଗାଉଥିବି ଗୀତ, କାହାକୁ ଡାକିବେ ଗୋପସୁତ ରେ ।