ପୃଷ୍ଠା:Typical selections from Oriya literature.pdf/୩୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୪
ଓଡ଼ିଆ ସାହିତ୍ୟ-ପରିଚୟ

ଏକ ଆରକେ ଧରାଧରି ହୋଇ । ବଚନ କ‌ହିଲେ ମାରଇ ଝାଇଁ ।
ବ‌ହେ ଶ୍ରମଝାଳ । ଫିଟି ପଡ଼ଇ କବରୀ ଅଞ୍ଚଳ ।
କାନ୍ଦି ଲୋଡ଼ିଲେ କାନ୍ଦି ନ ପାରନ୍ତି । ଆରତେ ଶୂନ୍ୟକୁ କୋଳ କରନ୍ତି ।
ଶ୍ୟାମଘନ ସଙ୍ଗ ପ୍ରସଙ୍ଗ ମାନ । ଚିତ୍ତେ ଚିତ୍ତୋଇ ବୁଜନ୍ତି ନୟନ ।
ଥରଥର ତନୁ । ବାରିଜ ଯେହ୍ନେ ନ ଦେଖିଲେ ଭାନୁ ।
କ‌ହଇ ଭକତଚରଣ ଦାସ । ଗୋବିନ୍ଦ ବିନା ଗୋପୀଏ ନିରାଶ ।
ସଦନେ ପ୍ରବେଶ ହୋଇଲେ ଯାଇ । ରଙ୍ଗିମାଚରଣ‌ଯୁଗଳ ଧ୍ୟାୟି ।
ନିଶି ଦିବସରେ । ଦୁଃଖେ ରହିଲେ ଆସିବା ଆଶାରେ ।

ଦ୍ୱାଦଶ ଛାନ୍ଦ

ରାଗ କଲ୍ୟାଣ-ଅବକାଶ ବତ୍ତେ

କଂସର ମନ୍ତ୍ରଣା

ମନ୍ତ୍ରୀ ମେଲାଣି ଅନ୍ତେ କଂସାସୁର । ଅସୁରଙ୍କୁ ରାଇ କରେ ବିଚାର ।
ବୋଲଇ ଶୁଣ ହେ ବଳିଷ୍ଠମାନେ । ନନ୍ଦନନ୍ଦନ ଆସି ମଧୁବନେ ।
ସେହିଟି ପୁତନାକୁ ମାଇଲେ । କାଳିନ୍ଦୀହ୍ରଦେ କାଳିକି ଦଳିଲେ ।
ଶକଟ ତୃଣ ବକ କଲେ ହତ । ବତ୍ସା ବ୍ୟୋମ ଷଣ୍ଢ କେଶୀ ସ‌ହିତ ।
ଏହିରୂପେ ଯେତେ ଦନୁଜ ଗଲେ । ତାହାଙ୍କୁ ମାରି ଗୋପ‌ପୁରେ ଥିଲେ ।
ଏବେ ମୁଁ ତାଙ୍କୁ ଆଣିଲି ଧରି । ତାଙ୍କୁ କେମନ୍ତେ ପକାଇବା ମାରି ।
ସାନ ନୁହ‌ନ୍ତି ସେ ବେନି ସୋଦର । ଇନ୍ଦ୍ର ଜିଣିଲେ ତୋଳି ଗିରିବର ।
ଧେନୁକ ବୀର କେଡ଼େ ବଳିଆର । ତାକୁ ମାଇଲା ଭାଇ ହଳଧର ।
ଏଣୁ ମୁଁ ଭୟ କରଇ ମନେ । ଭୋ ବୀରେ କ‌ ମାରିବା କେସନେ ।
ଏହା ଶୁଣି ଦୁଷ୍ଟମାନେ ବୋଲନ୍ତି । ଭୟ ନ କର ଆହେ ଭୋଜପତି ।
ଛାର ବାଳକେ କି ଜାଣନ୍ତି ଯୁଦ୍ଧ । ମୁଥ ମାରି ପ୍ରାଣେ କରିବୁଁ ବଧ ।
ନୁହ‌ନ୍ତି ରାଜକୁମାର ସେହୁ । ମାଲଙ୍କ ବିଧାନ ଜାଣିବେ କାହୁଁ ।
ଆଡ଼ଣ ତାଡ଼ଣ ସରଳ ଯିବା । ଅଦୃଶ୍ୟ ହୋଇ ଟାଣି ଧରିଥିବା ।
ଉଲଟ ପଞ୍ଚାଣ ଡ଼ାକିବାଠାର । ମୁଥ ପଞ୍ଚାଣ ପ୍ରହାର ପୟର ।
ମୁଣ୍ତକୁ ମୁଣ୍ତ ମାରିବା ଗତି । ସେ କାହିଁ ଜାଣିବେ ଗଉଡ଼ଜାତି ।
ପାଦେ ପାଦ ଛନ୍ଦା କର୍କଶ ଭିଡ଼ । ପଡ଼ି ଉଠିବା ଜଗି ପିଠି ବାଡ଼ ।
ମର୍ମ୍ମସ୍ଥାନ‌କୁ ଲୁଚାଇ ରଖିବା । ସମ୍ମୁଖେ ଥାଇ ପଛକୁ ଡେଇଁବା ।
ସାଧନ ଏହି ପ୍ରକାରେ ଯେତେ । ଭୋ ଦେବ ତୋ ଆଗେ କ‌ହିବୁଁ କେତେ ।
ମୁଷ୍ଟି ଉଞ୍ଚାଇ ଦେଇ ନ ମାରିବା । ଆଗେ ଦେଖାଦେଇ ପଛେ ଧରିବା ।
ବାହାସ୍ଫୋଟ ମାରି ଝାଡ଼ିବା ଅଙ୍ଗ । ପାଖେ ରଖିଥିବା ଆପଣା ସଙ୍ଗ ।
ରାଜନ ମାଲବିନ୍ଧାଣ କଥା । ଚଉଷ‌ଠି ବନ୍ଧେ ଯେଉଁ ବ୍ୟବସ୍ଥା।