ପୃଷ୍ଠା:Typical selections from Oriya literature.pdf/୩୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୫
ଓଡ଼ିଆ ସାହିତ୍ୟ-ପରିଚୟ

ଏତେ ପ୍ରକାରେ ସାଧିଅଛୁଁ ଆମ୍ଭେ । ଆଗରେ ବୀରେ ନ ରହ‌ନ୍ତି ଦମ୍ଭେ ।
କୀଟ ପ୍ରାୟ କରି ମୋଡ଼ିବୁଁ ଶିର । ବ‌ହ‌ନ ଆଜ୍ଞାଦିଅ ନୃପବର ।
ଏ ବାଣୀ ଶୁଣି ବୋଇଲା କଂସ । ମୁଁ ବୁଦ୍ଧି ଦେଉ‌ଛି ସକଳେ ବସ ।
ଯାହା କ‌ହିଲ ସେ କଥା ପ୍ରମାଣ । ତୁମ୍ଭ ସଙ୍ଗରେ କେ କରିବ ଋଣ ।
କେବଳ ଅଭାଗ୍ୟ ହୋଇବ ଯେବେ । ସାଧନାମାନ କେହି ନ ରହିବେ ।
ଏଣୁ ମୁଁ କ‌ହୁଅଛି ତୁମ୍ଭଙ୍କୁ । ଯେମନ୍ତ ମାରିବ ନିଜ ଶତ୍ରୁକୁ ।
ସିଂହ-ଦୁଆରେ କୁବଳୟା ଥିବ । ପାରିବ ଯେବେ ଦୁହିଙ୍କି ମାରିବ ।
ସେଠାରୁ ବଳି ଆସିଲେ ଗୋବିନ୍ଦ । ତୃତୀୟ ଦ୍ୱାରେ ଥିବ ମଲ୍ଲବୃନ୍ଦ ।
ସାଧନା କରି ସାଧିବ ରିପୁ । ଉଦ୍ଧାରିବ ମୋତେ ମଲ୍ଲେ ସନ୍ତାପୁଁ ।
ରଙ୍ଗସଭାରେ ବସିଥିବେ ରାଜା । ବାଜୁଥିବ ନାନାଜାତିରେ ବାଜା ।
ଦେବକୀ ବସୁଦେବ ଆଦି ଥିବେ । ବେନିପୁତ୍ରଙ୍କ ମରଣ ଦେଖିବେ ।
ଖଡ଼ଗ ଧରି ଥିବଇଁ ମୁହିଁ । ଗାଢ଼ ପଡ଼ିଲେ ଯେ ପଡ଼ିବି ଧାଇଁ ।
ମଣ୍ତଣି କର ଯାଇ ଧନୁଘର । ପ୍ରହରୀ ଜଗିଥିବେ ତିନିପୁର ।
ନପୁଣ ଗୋପାଳେ କରନ୍ତି ଜୁର । ଧନୁମଣ୍ତଣି ଯାତ୍ରା ହେବ ମୋର ।
ତ‌ହିଁକି କରିଥିବ ଆକଟ । ମାଛି ଗଳିବାକୁ ନ ଥିବ ବାଟ ।
ନନ୍ଦ ଯଶୋଦାଙ୍କୁ ଘେନାଇ ଆସି । ଆସିଛନ୍ତି ଯେତେ ବରଜବାସୀ ।
ମଞ୍ଚାରେ ବସାଇଥିବି ସଭିଙ୍କି । ସୁତଙ୍କ ମରଣ ଦେଖିବେଟିକି ।
ଏମନ୍ତ ଯହୁଁ କ‌ହିଲା କଂସ । ଶୁଣି ରାକ୍ଷସେ ହୋଇଲେ ହରଷ ।
ସମସ୍ତ ଜନ ମନ‌କୁ ଅଇଲା । ଯେଉଁ କଥା ନରବର କ‌ହିଲା ।
ଠାବେ ଠାବେ ସେହି ପ୍ରକାରେ କଲେ । ଯେ ଯାହାମତେ ଜଗିଣ ରହିଲେ ।
କ‌ହଇ ଭକ୍ତଚରଣ ଦାସ । ପବନ‌କୁ ପାତୁଅଛନ୍ତି ପାଶ ।

ତ୍ର‌ୟୋଦଶ ଛାନ୍ଦ

ରାଗ ଆହାରୀ

କୃଷ୍ଣଙ୍କ କଂସଭବନ ପ୍ରବେଶ

ଏଥୁ ଅନନ୍ତରେ ବରଜ ବରଜ ସଙ୍ଗେ ମଧୁବନେ ରହିଲେ ।
ବସନ ସଦନ ସାଜିଲେ ବ‌ହନ ନାନା ରନ୍ଧନମାନ କଲେ ।
ଭୋଜନ କଲେ ସେ ନନ୍ଦର ନନ୍ଦନ ।
ଗୋପସୁତମାନେ ବେଢ଼ି ରହିଛନ୍ତି ଚନ୍ଦ୍ର ପାଶେ ତାରା ଯେସନ ।
ହସି ବନମାଳି ବୋଲନ୍ତି ମଥୁରା କଟକ ବୁଲିଣ ଦେଖିବା ।
ଚାଲ ସକଳେ ଏକମେଳ ହୋଇଣ ବ‌ହ‌ନ ଯାଇଣ ଆସିବା ।
ଗୋବିନ୍ଦ ବଚନେ ସଜ ହେଲେ ସୁତେ ।
ଯୋଡ଼ି ଯୋଡ଼ି ହୋଇ କର ଛନ୍ଦାଛନ୍ଦି ଦେଖି ହସନ୍ତି ଗୋପୀନାଥେ ।