ପୃଷ୍ଠା:Typical selections from Oriya literature.pdf/୩୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୭
ଓଡ଼ିଆ ସାହିତ୍ୟ-ପରିଚୟ

ଦଇବ ବାରେ ଯେବେ ହେବ ଅନ୍ତର ।
ପଛେ ପଛେ କାଳଚକ୍ର ଗୋଡାଇବ ବାନ୍ଧିନେବ ଯମଡଗର ।
ଦୁର୍ଜନ ଲୋକକୁ ସୁଜନ ନ ରୁଚେ ମୂର୍ଖକୁ ନ ରୁଚଇବେଦ ।
ବିଟପୀ ନାରୀଙ୍କି ପତି ନ ରୁଚଇ କୋଳ ନ ଜାଣେ ରମ୍ଭାସ୍ୱାଦ ।
କୁକୁର ଯଜ୍ଞଶାଳେ ଥିଲେ ଯେମନ୍ତ ।
ଦର୍ପିଷ୍ଟ ଦୃମିଲାନନ୍ଦନକୁ ମଧୁକଟକ ଦିଶଇ ତେମନ୍ତ ।
ଦଇବ ବିହିଲା ଅଭାଗ୍ୟ ହୋଇଲା ମୋତେ ଅଣାଇଲା ଧରାଇ ।
କାଳବେଳ ଆସି ନିକଟ ହୋଇଲା ମରିବ ସମ୍ପତ୍ତି ହରାଇ ।
କେବଳ ଆଜକ କରୁ ବଇଭୋଗ ।
ରାତ୍ର ପାହିଲେ ସର୍ବ ଦୁଃଖ ହୋଇବ ଉଗ୍ରସେନକୁ ହେବ ଯୋଗ ।
ଏମନ୍ତ ବିଚାରି ଦ୍ୱାରିଙ୍କି ପଚାରି କହ ରାଜାଙ୍କ ସର୍ବଶୁଭ ।
ଆମ୍ଭେ ଆସିଥିଲୁଁ ଦର୍ଶନ ନିମିତ୍ତ ଭେଟାଇବ ଯେବେ ଦଇବ ।
କହିବୁଁ ଆମ୍ଭ ଦୁଃଖ ସୁଖ ଯେତେକ ।
ଭୟ କରୁଅଛୁଁ କିଛିହିଁ ନ ଜାଣୁ ଆମ୍ଭେ ସାନ ବ୍ରଜବାଳକ ।
ହରିବାଣୀ ଶୁଣି ଦ୍ୱାରପାଳ ଭଣି କାହିଁକି କହିଲ ଏମନ୍ତ ।
ସାନବଡ଼ ହେଲେ କି କାର୍ଯ୍ୟ ହୋଇବ ଯେଉଁ ଜନ ବୁଦ୍ଧି ଯେମନ୍ତ ।
କୃଷ୍ଣ ହେ ତୁମ୍ଭେତ ତେମନ୍ତ ନ ଦିଶ ।
ଜାଣିଲୁଁ ବୁଦ୍ଧିବଳ ଅଛି ପ୍ରବଳ ସମାନ ନୋହିବ ଗିରୀଶ ।
ଏତେ କହି ଦ୍ୱାର ଛାଡିଦେଉଁ ଧାଇଁ ପଶିଲେ ଜଗତଜୀବନ ।
ସଙ୍ଗେ ସଙ୍ଗେ ରାମ ଗୋପାଳ ତନୁଜେ ବାଜଇ ନାନାବାଦ୍ୟମାନ ।
ଚମକି ପଡିଲା ମଥୁରାକଟକ ।
ବୋଲେ ବଇରାଗୀ ଭକତଚରଣ ଦେଖି ମନ ହେଲା ଅଟକ ।

ଷୋଡ଼ଶ ଛାନ୍ଦ
ରାଗ- କେଦାର କାମୋଦି

ରାମକୃଷ୍ଣଙ୍କର ପୁଷ୍ପ ଚନ୍ଦନ ଲାଗି ଏବଂ କୁବୁଜାର ସୁନ୍ଦରୀତ୍ୱ ପ୍ରାପ୍ତି
କୃଷ୍ଣଙ୍କୁ ବେଶ କରି ସୁଦାମା ମାଳୀ ।
ଚୂଳେ ଖଞ୍ଜିଲା ନେଇ କେତକୀକଳୀ ଯେ ।
ଆସେ କି କେଶ-ରାହୁ ରସନା ଚାଳି ।
ମୁଖଚନ୍ଦ୍ରକୁ ଦେବ କିଅବା ଗିଳି ଯେ ।
ବେଢ଼ାଇ ଦେଲା ନବବକୁଳଦାମ ।
ଶୋଭାକୁ ଶକ୍ରଚାପ ନୋହିବ ସମ ଯେ ।
ଭୁଜଙ୍ଗଭୁକପୁଚ୍ଛ ତ‌ଥି ଉପରେ ।
କୋଟି ଚନ୍ଦ୍ରିକା ସମ ନୋହିବ ତାରେ ଯେ ।