ପୃଷ୍ଠା:Typical selections from Oriya literature.pdf/୩୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୯
ଓଡ଼ିଆ ସାହିତ୍ୟ-ପରିଚୟ

ମୋହର କଥାଏକ ଅଛି ମାଗୁଣି ।
ଦେବଟି ମୋତେ ନିଶ୍ଚେ ମୁରଲୀପାଣି ହେ ।
ହରି ବୋଇଲେ ଆଗ ଦିଅ ଗୋ ଗନ୍ଧ ।
ପେଡ଼ା ଫେଡ଼ିଲା ହୋଇ ଅତି ଆନନ୍ଦ ଯେ ।
ପ୍ରଥମେ ଚତୁଃସମ ଅଙ୍ଗେ ଲେପିଲା ।
ଗୋବିନ୍ଦ ଅଙ୍ଗେ ନେଇଁ ଆଗେ ବୋଳିଲା ଯେ ।
ଶିର ଗଭାରେ ସିଞ୍ଚିଦେଲା ଅଳପ ।
ତପ ସେ କରିଥିଲା କେତେ କଳପ ଯେ ।
ଲଲାଟପଟେ ଲେଖେ ଅପୂର୍ବ ଚିତା ।
ଦେଖି ବୁଡ଼ିବ ଊର୍ଦ୍ଧ୍ୱରେତାଙ୍କ ଚେତା ଯେ ।
ଗଣ୍ତଦେଶରେ କଲା ଚିତ୍ର ମକରୀ ।
ଚନ୍ଦ୍ରକୁ ବେଢ଼ିଲେ କି ସେ ତାରାବଳୀ ଯେ ।
ଏହିରୂପେ ରାମଙ୍କୁ ସୁବେଶ କଲା ।
ବିଧିମତରେ ଗୋପକୁମରେ ଦେଲା ଯେ ।
ଦେଖି ପ୍ରସନ୍ନଚିତ୍ତେ ଶକଟଭଞ୍ଜା ।
ସଳଖିଦେଲେ ଧରି କୁବୁଜା ଖଞ୍ଜା ଯେ ।
କର ଲଗାନ୍ତେ ତନୁ ହେଲା ସୁନ୍ଦର ।
ନୟନ ଇନ୍ଦୀବର ମୁଖଚନ୍ଦର ଯେ ।
ନାସିକା ତିଳଫୁଲ ଠାଣି ଆଣଇ ।
କର୍ଣ୍ଣ ଯୁଗଳ କାମପାଶ ଜିଣଇ ଯେ ।
ଗଣ୍ତ ଉପମା ହେମ-ଆଦରଶକୁ ।
ବଚନ ସମ ହେବ ପିକଘୋଷକୁ ଯେ ।
ଓଷ୍ଠ ସୁରଙ୍ଗ ପକ୍ୱବିମ୍ବ କି ଅବା ।
ଦଶନ ଲକ୍ଷ କୁନ୍ଦ ହୀରାକୁ ଦେବା ଯେ ।
କଣ୍ଠ ଡାହାଣବର୍ତ୍ତ ସାରଙ୍ଗ ପରି ।
ଉରଜ ବେନି କି ଏ ମାରବଇରୀ ଯେ ।
ବାହୁ ବଳିଶ ଜିଣି ହେମବ୍ରତତୀ ।
ଅଶୋକକଢ଼ୀ ପ୍ରାୟ ଅଙ୍ଗୁଳିପନ୍ତି ଯେ ।
ଚାରିଅଙ୍କ ମଧ୍ୟମ କଟିକି ଲକ୍ଷ୍ୟ ।
ବେନି ଜଘନ କି ଏ ବଦଳୀବୃକ୍ଷ ଯେ ।
ଚରଣପଦ୍ମଠାଣି ଅପୂର୍ବ ଶୋଭା ।
ଦେଖି ଭ୍ରମରଗଣେ ହୋଇବେ ଲୋଭା ଯେ ।
ଆପଣା ରୂପରାଶି କୁବୁଜା ଚାହିଁ ।
ବିଚାରେ ଏହା ନେଇଁ ଥୋଇବି କାହିଁ ଯେ ।