ପୃଷ୍ଠା:Typical selections from Oriya literature.pdf/୩୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୨
ଓଡ଼ିଆ ସାହିତ୍ୟ-ପରିଚୟ

କୃଷ୍ଣ ସମୀପେ ହୋଇଲେ ପ୍ରବେଶ । ମରାଳ ଦେଖି କି ମରାଳୀ ତୋଷ ।
କରୀ ଦେଖି ଯେହ୍ନେ କରୀଣୀବୃନ୍ଦ । ନିଶାପତିକି ଭେଟିଲା କୁମୁଦ ।
ତେସନ ଆନନ୍ଦ । ଦିନେଶ ଦେଖି ଯେହ୍ନେ ଅରବିନ୍ଦ ।
ପନ୍ତି ପନ୍ତି ହୋଇ ଚାହାଁନ୍ତି ଡୋଳେ । ବଚନ କହି ନ ପାରନ୍ତି ଭୋଳେ ।
ଥର ଥର ହୋଇ କମ୍ପଇ ତନୁ । ମରମେ ବିନ୍ଧିଲା ବୀର ଅତନୁ ।
ଶ୍ୟାମରୂପ ଚାହିଁ । ସମ୍ଭାଳି ନୁହନ୍ତି ଚନ୍ଦ୍ରମା ମୁହିଁ ।
କେ ବୋଲେ ଦେଖ ଗୋ ପରାଣସଖି । ଆଖି ଦେଖି ଲୋଭେ ରହୁଛି ଲାଖି ।
କେଉଁ ଦଇବ ଗଢ଼ୁଥିଲା ବସି । ଯୁବତୀ-ପରାଣ ନେଉଛି ଶୋଷି ।
ଚାହିଁବାର ଭଙ୍ଗି । ହୃଦେ ବାଜେ କି କାମ କୁନ୍ତ ଫିଙ୍ଗି ।
କେ ବୋଲେ ଏମନ୍ତ ମଣଇଁ ମୁହିଁ । କାମକୁ ହର ପକାଇଲେ ଦହି ।
ଅନେକ କାଳଯାଏ ମରିଥିଲା । ଭାଗ୍ୟବଳେ ନିଜ ପ୍ରାଣ ପାଇଲା ।
ଉଠି ପଳାଇଲା । ରୁଦ୍ରଡରେ କାହିଁ ରହି ନୋହିଲା ।
ସେ ରୂପ ଛାଡ଼ି ଏ ରୂପ ବହିଲା । ନବନାଗରୀଙ୍କ ମନ ମୋହିଲା ।
ଏହା ଶୁଣି ବୋଲେ ଆର ସଜନୀ । ଏହା କାହିଁକି କହିଲୁ ମିତଣି ।
ମନକୁ ନଇଲା । ମୁ ଯାହା ବୋଲୁଛି ଶୁଣ ଅବଳା ।
କୋଟି କୋଟି କାମ ହୋଇବେ ଯେବେ । ପାଦତଳକୁ ସମାନ ନୋହିବେ ।
କାମକୁ ଦେଖିଲେ କାମୀ ଡରନ୍ତି । ଯୋଗୀମାନେ ଯୋଗ ତେଜି ଚଳନ୍ତି ।
ସେ ଏଡେ ଦୁର୍ଜ୍ଜନ । କୀଟୁଁ ବ୍ରହ୍ମଯାଏ କରେ ଅଜ୍ଞାନ ।
ଏ ନନ୍ଦ ନନ୍ଦନ ଅପୂର୍ବ ଧନ । ଜାଣିଲେ ଚିନ୍ତାମଣିର ସମାନ ।
ଯେ ଯେଉଁରୂପେ ଭାବଇ ଅନ୍ତରେ । ସେ ସେହିରୂପେ ମିଳଇ ତାହାରେ ।
ବାଞ୍ଛା କଳ୍ପତରୁ । କାମଛାର ସଙ୍ଗେ ସମାନ କରୁ ।
ଶୁଣି ଆର ବାଳୀ ବୋଲେ ବଚନ । କହିଲ ସିନା ନ ରସଇ ମନ ।
ସାକ୍ଷାତ କନ୍ଦର୍ପ ଲକ୍ଷଣ ଅଛି । ସ୍ଥାନେ ସ୍ଥାନେ ଶସ୍ତ୍ରମାନ ଥୋଇଛି ।
ଏଣୁ ମଣିସତ । କିପାଁ ଆମ୍ଭଙ୍କୁ ଭାଙ୍ଗୁଅଛୁ ମିତ ।
ଚିହ୍ନା ପଡିବ ବୋଲି ହରରିପୁ । ବାଳକ ପରାୟେ କରିଛି ବପୁ ।
ସକଳ ଶସ୍ତ୍ର ଅଙ୍ଗେ ଲୁଚାଇଛି । କାମ ନାମ ଛାଡ଼ି ଶ୍ୟାମ ହୋଇଛି ।
କହିଲି ମୁଁ ସତ । ଏକା ରତି ନାହିଁ ଏହି ବିଚିତ୍ର ।
ଭ୍ରୁଲତା ଶରାସନ ହୋଇଅଛି । ପିଠିଆଡ଼ରେ ଗୁଣ ଚଢ଼ାଇଛି ।
ମୁଖ କମଳ ନେତ୍ର ନୀଳୋତ୍ପଳ । ଲଲାଟ ଚନ୍ଦନଚିତା ବକୁଳ ।
ଓଷ୍ଠ ଯେ ଅଶୋକ । ଦନ୍ତ କି ଅବା ନିଆଳୀ ଶାୟକ ।
ଏଥି ଉତ୍ତାରୁ ଅନ୍ୟ ଶସ୍ତ୍ରମାନ । ଠାବେ ଠାବେ ଥୋଇଅଛି ଯୋଖିଣ ।
କର୍ଣ୍ଣ ମୋହପାଶ କୁଣ୍ତଳ ଚକ୍ର । ଛେଦନ କରେ ନାରୀ-ମାନ ନକ୍ର ।
କଷଣୀ ପିଛଡ଼ା । ନାସା କରବାଳ ସଦନଛଡ଼ା ।
ଗଣ୍ତ ଆଦରଶ ଅଧର ଜବା । କଣ୍ଠେ ଜୟଶଙ୍ଖ ଥୋଇଛି କିବା ।