ପୃଷ୍ଠା:Typical selections from Oriya literature.pdf/୩୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୩
ଓଡ଼ିଆ ସାହିତ୍ୟ-ପରିଚୟ

ବେଣୀ ଅହିବର ରହିଛି ପଡ଼ି । ଭୁଜବେନି କି ମୋହନ ଦଉଡ଼ି ।
ନଖପନ୍ତି ଭଲ୍ଲ । ନବୀନା ନାଗରୀହୃଦୟ-ଶଲ ।
ଏମାନ ଥୋଇ ନ ବିନ୍ଧି ମାରୁଛି । ଚାହୁଁ ଚାହୁଁ ଚେତା ହରି ନେଉଛି ।
କେବଳ ବଚନେ ଅମୃତ ରଖି । ମାରି ତାରୁଛି ଶୁଣ ଜଳଜାକ୍ଷି ।
କୁମ୍ଭକାର କୀଟ । ଯେସନେ ତେସନ ନନ୍ଦର ଚାଟ ।
ଏହା ଶୁଣି ବୋଲେ ଆଗ ବନିତା । ତୁମ୍ଭ ସମାନେ ନାହିଁ ନିର୍ଲ୍ଲଜ୍ଜିତା ।
ଭୁଞ୍ଜିବାବେଳେ ବାରତା ପଚାର । କାନ୍ତସଙ୍ଗ ନୋହୁ ଖୋଜ ସଞ୍ଚାର ।
ବିଡମ୍ବଣଗତି । ବିଦ୍ୟା ନ ପଢ଼ି ସମ୍ଭାଳୁଛ ପୋଥି ।
ତୀର୍ଥ ନ ଯାଇ ତୀର୍ଥବାସୀ ହୁଅ । ଧନ ନ ଥାଇ ଖୋଳୁଅଛ କୂଅ ।
ବନ୍ଧ୍ୟା ହୋଇ ପୁତ୍ରବତୀ ବୋଲାଅ । ତୁମ୍ଭ ନ ଥାଇ ଜଳ ଆଣି ଯାଅ ।
ଦାସୀପଣ କରି । ସତୀକି ନିନ୍ଦ ବୋଲିଣ ଦୁଚାରୀ ।
ଛାଡ଼ ଏ ସକଳ ବିଷୟମାନ । ଦର୍ଶନ କର ମଦନମୋହନ ।
ଇଷ୍ଟଦେବବକୁ ସେବାରେ ମନାଅ । ବିନୟୀ ହୋଇ ଚରଣେ ଜଣାଅ ।
ମାଗ ଏହି ବର । ନନ୍ଦସୁତ ହେବେ ପ୍ରାଣଈଶ୍ୱର ।
କାଶୀପତୀପାଦେ କର ଭକତି । ଗୋବିନ୍ଦ ଯେମନ୍ତେ ହୋଇବେ ପତି ।
ଯେବେ ପାଇବା ନ ଛାଡ଼ିବା କ୍ଷଣେ । ଯହିଁ ଗଲେ ତହିଁ ଯିବା ଗହଣେ ।
ଏ ଉପାୟ କର । ଘର ବର ଲଜ୍ଜା କର ଅନ୍ତର ।
ଏହା ଶୁଣି ବୃଦ୍ଧନାରୀଏ ଭାଷି । ଭଲା କହିଲୁ ଧନ୍ୟରେ ସୁକେଶି ।
ଏ ଯେଉଁ ନବଲାବଣ୍ୟମୂରତି । ଦେଖିଲେ ମନ ଧ୍ୟାଉଛି ପୀରତି ।
ଯେସନେ ସଫରୀ । ଆନନ୍ଦେ ଗଣ୍ତସଲିଳେ ବିହରି ।
ବୟସ ଗଲାଣି କରିବି କିସ । ଅଙ୍ଗ ଥରଥର ଶୁକଳ କେଶ ।
ରକ୍ଷୁ ଦୁର୍ବଳ କହି ନ ପାରଇ । ଉଠିଲେ ପଡଇ ମାରଇ ଝାଇଁ ।
ଦାରୁଣ ବିଧାତା । ଏହୁ କାଳକୁ କଲା ଏ ଅବସ୍ଥା ।
ସେ କାଳ ବୟସ ଥାଆନ୍ତା ଯେବେ । ନିଶ୍ଚୟ ହରିଙ୍କି ବରନ୍ତି ତେବେ ।
ଏକାଳେ ଯାହା ହେଉଅଛି ମନ । ତାହା ଜାଣଇ ମଦନ ରାଜନ ।
ନ ଜାଣଇ ଆନ । ମାତା ଜାଣେ ଯେହ୍ନେ ନନ୍ଦନ ମନ ।
ଦେଖ ଏ ଶ୍ରୀକୃଷ୍ଣବଦନ ଗୋଟି । ଜଳେ କି ପଙ୍କଜ ରହିଛି ଫୁଟି ।
ମଧୁର ବାଣୀ ବିମ୍ବାଧରେ ଭାଷେ । ଝରଝର ମକରନ୍ଦ ବରଷେ ।
ବେଢନ୍ତି ମଧୁପ । କାହିଁ ତପ କଲେ କେତେ କଳପ ।
ଏ ମୁଖେ ଚୁମ୍ବିବ ଯାହା ବଦନ । ଧନ୍ୟ ସେ ହୋଇବ ତାହାର ଜୀବନ ।
ଏ ଗଣ୍ତ ଯାହା ଗଣ୍ତରେ ଲାଗିବ । ଇନ୍ଦ୍ରପଦକର କି କାର୍ଯ୍ୟ ହୋଇବ ।
ହେବ ଯେଉଁ ସୁଖ । ଦେଖି କାମଦେବ ମୋଡିବ ମୁଖ ।
ଯାହାକୁ ବଚନ କହିବ ହସି । ତାହାକୁ ବୋଲିବା ରମଣୀଶଶୀ ।
ଦେଖଏ ବଳିନ ବିଶାଳଭୁଜ । ଦେଖି କରୀବର ପାଇବ ଲାଜ ।