ପୃଷ୍ଠା:Typical selections from Oriya literature.pdf/୩୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୫
ଓଡ଼ିଆ ସାହିତ୍ୟ-ପରିଚୟ

ରାଜାଲୋକ ବାଣୀ ଶୁଣିଲେ ଯହୁଁ । କୁମରେ ବାଦ୍ୟ ରୁହାଇଲେ ତହୁଁ ।
ଅନାଇଛନ୍ତି ପୁର-ନର-ନାରୀ । ଆଗକୁ ହୋଇଲେ କୁଞ୍ଜବିହାରୀ ।
ବୋଲନ୍ତି ବଚନ । ମାହୁନ୍ତ କିପାଁ କହିଲୁ ଏସନ ।
ଛାଡ଼ିଦିଅ ପଥ ଭିତରେ ଯିବୁଁ । ଯାଇଁ ରାଜାକୁ ଦର୍ଶନ କରିବୁଁ ।
ଉଛୁର ହୋଇଲେ କରିବେ ରୋଷ । ନଷ୍ଟହୋଇବ ଦର୍ଶନ ଗୋରସ ।
ହାତୀ କାଢ଼ିନିଅ । ବୋଲେ ଭକ୍ତଦାସ କମ୍ପୁଛି ଦେହ ।

ଦ୍ୱାବିଂଶ ଛାନ୍ଦ
ରାଗ-ଅହାରୀ

ମଲ୍ଲଙ୍କ ସଙ୍ଗେ ଯୁଦ୍ଧ, ମଲ୍ଲଗଣ ଓ କଂସନୃପତିର ନିଧନ
କୃଷ୍ଣ ଚାଣୁର ସମର ଗୁରୁତର ଥର ଥର ଧରା କମ୍ପିଲା ।
କୃଷ୍ଣ ବଳବୀର୍ଯ୍ୟ ଜାଣି ନିଶାଚର ବିଚାରେ ମରଣ ହୋଇଲା । କାହିଁକି ।
କଲିଟି ରାଜନ ବଚନ ।
ହରି କୋପାନଳ ଅତିହିଁ ପ୍ରବଳ ଦହିବ ମୋ ତୃଣ-ଜୀବନ ।
ଏତେବେଳେ ଯେବେ ନିସତ ହୋଇବ ନିନ୍ଦା କରିବେ ରାଜାମାନେ ।
ସମରେ ଜୀବନ ହୋଇଲେ ନିଧନ ସୁଖେ ବସିବି ସ୍ୱର୍ଗସ୍ଥାନେ । ଏମନ୍ତ ।
ଭାଳି କରେ ଗାଢ ସମର ।
ମୁଷ୍ଟିକି ମୁଷ୍ଟି ପରି ତାଳ ହୁଅନ୍ତେ ଶବଦେ କମ୍ପେ ତିନିପୁର ।
ବାହେ ଭିଡାଭିଡି ମୁଣ୍ତେ କୋଡାକୋଡ଼ି ହିୟାକୁ ହିୟା ପ୍ରହାରନ୍ତି ।
ଜାନୁକୁ ଜାନୁ ପଦକୁ ପାଦେ ଛନ୍ଦି ପଡ଼ି ଉଠି ପୁଣ ଗଡ଼ନ୍ତି । ନାସିକା ।
ପବନ କି ଅବା ବତାସ ।
ଅଙ୍ଗକୁ ଅଙ୍ଗ ଠେସାଠେସି ହୁଅନ୍ତେ ବାହାର ହୁଅଇ ହୁତାଶ ।
ଯେତେ ସାଧନ କଂସକୁ କହୁଥିଲେ ସେ କାହିଁ ହୋଇଲା ଅନ୍ତର ।
କୁଳବତୀ ଯେହ୍ନେ ବିହ୍ୱଳିତ ହୁଏ କେ କଲେ ମୋହନୀମନ୍ତର । ଗୋବିନ୍ଦ ।
ଅଙ୍ଗଲାଗି ହେଲା ତେସନ ।
ମତ୍ତ-ନକୁଳକୁ ନୟନେ ଦେଖିଲେ ମୃତ୍ତିକାମାର୍ଜ୍ଜାରୀ ଯେସନ ।
ବିଷ୍ଣୁ ରଥଘାତ ପାଇଲେ ଯେମନ୍ତ ନିସନ ହୁଅଇ କୁଣ୍ତଳୀ ।
ମତ୍ତଦ୍ୱୀପରିପୁ ସମ୍ମୁଖେ ପଡ଼ିଲେ ଯେହ୍ନେ କାତର ହୋଏ ଛେଳି । ମାତଙ୍ଗ ।
ସଙ୍ଗରେ କିବା ଯୁଝେ ଖର ।
ବନପତି ସଙ୍ଗେ ଛାର ଶଶା ସମ ମୂଷିକ ମାର୍ଜାର ସଙ୍ଗର ।
ବକ ଶାମାଳ କାହିଁ ସମ ହୋଇବେ ସମୁଦ୍ର ସଙ୍ଗେ କ୍ଷୁଦ୍ରନଦୀ ।
ଶ୍ୟେନ ସଙ୍ଗରେ ଆନ ଖଗ ତୁଲ କି ନରେଶ ସଙ୍ଗେ ଜମ୍ଭଭେଦୀ । ତେମନ୍ତ ।
କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ।
ବେଳକୁ ବେଳ ତନୁ କ୍ଷୀଣ ହେଉଛି ନିସତରେ ଉଭା ଆଗର ।