ପୃଷ୍ଠା:Typical selections from Oriya literature.pdf/୩୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୬
ଓଡ଼ିଆ ସାହିତ୍ୟ-ପରିଚୟ

ଦେଖି ପୁରନରନାରୀ ବିଚାରନ୍ତି କଂସଠାରୁ ନାହିଁ ଦାରୁଣ ।
କେଉଁସୁଖ ଶିରୀ ଅର୍ଜିବ ଏ ନନ୍ଦନନ୍ଦନ ଦୁହିଁକି ମାରିଣ । ଭୋ ଦେବ ।
ଧର୍ମ ଯେବେ ସତ ହୋଇବ ।
ରାମ ଗୋବିନ୍ଦଙ୍କୁ ସଙ୍କଟୁ ରଖିବ କଂସକୁ ସମୂଳେ ଦ‌ହିବ ।
ମଞ୍ଚାରେ ଅନାଇଁ ଜନ‌କ ଜନନୀ ହୃଦରେ କରନ୍ତି ବିଚାର ।
କରିବୁଁ ନାନା ଦେବମାନ ଅର୍ଚ୍ଚନା ଏଥିରୁ ବଞ୍ଚିଲେ କୁମର । ବ୍ରାହ୍ମଣ ।
ମୁଖେ ଦେବୁ ମିଷ୍ଟଭୋଜନ ।
ଏତେ ଭାଳି ନେତ୍ରୁ ଅଶ୍ରୁ ବରଷାନ୍ତି ମହୀକି ଲମ୍ବାଇ ଆନନ ।
ତାତ ମାତ ନର ନାରୀଙ୍କ ବିକଳ ଜାଣିଲେ ଜଗତ ଜୀବନ ।
ମତ୍ତମାଲ ଶିରେ ମୁଥେ ପ୍ରହାରିଲେ ଗିରି ପରେ ବଜ୍ର ଯେସନ । ଶବଦ ।
ଶୁଭି ରଙ୍ଗସଭା ଚମକି ।
ବୀରମାନଙ୍କ ମତେ ପ୍ରତେ ହୋଇଲା ଯମରାଜ ବିଜେ କଲାକି ।
ଗୋବିନ୍ଦ ପ୍ରହାର ବାଜି ଝର ଝର ଶୋଣିବ‌ହେ ଫାଟି ମୁର୍ଦ୍ଧନି ।
ଜ୍ଞାନ ହାରି ମହୀ ଉପରେ ଶୋଇଲା ଆନନ୍ଦ ହେଉଛି ଅବନୀ । କ୍ଷଣକେ ।
ପୁଣିଚେଅ ପାଇ ଉଥିଲେ ।
ଗୋପିନାଥ ହୃଦେ ବଜ୍ର ସମ କରି ମୁଷ୍ଟିଏ ନେଇ ପ୍ରହାରିଲା ।
ପ୍ରହାରିଲେ ମତ୍ତ‌ହସ୍ତୀକି କୁସୁମମଣ୍ତା ସେ ହୁଅଇ ଯେମନ୍ତ ।
ସେହିରୂପେ ଶ୍ରୀକୃଷ୍ଣଙ୍କୁ ଯେ ଲାଗିଲା ଦୁଷ୍ଟରାକ୍ଷସ ମୁଥଘାତ । ସେ ମୁଥ ।
ସ‌ହି ଦକ୍ଷକର ଧଇଲେ ।
ଚକ୍ରଗତି କରି ବୁଲାଇ ନିର୍ଘାତ ପ୍ରାୟେ ଭୂମିରେ କଚାଡ଼ିଲେ ।
ଛାଡ଼ିଲା ଜୀବନ ହୋଇଲା ଯେ ଲୀନ ଗୋବିନ୍ଦ ଶ୍ରୀଅଙ୍ଗ ଦେଶରେ ।
କାମନା ପୂରିଲା ଶାନ୍ତିକି ଭଜିଲା ପାତକ ଖଣ୍ତିଲା ସତ୍ୱର । ପାମର ।
ମରନ୍ତା ନାହିଁ କି କାଳରେ ।
ରିପୁ ଭାବରେ ଶ୍ରୀକୃଷ୍ଣ କରେ ମଲା ରହିଲା ଅପୂର୍ବ ଧାମରେ ।
ଚାଣୁର ନିଧନ ଦେଖି ତମ ତମ ହୋଇଲେ ରୋହିଣୀନନ୍ଦନ ।
ମୁଷ୍ଟିକ ମୁଣ୍ତରେ ମୁଣ୍ତ ପ୍ରହାରିଲେ ଗିରିପରେ ଯେସନ । ଫାଟିଲା ।
ମୂର୍ଦ୍ଧନି ଛାଡ଼ିଲା ପ୍ରାଣକୁ ।
ପାଇଲା ସୁଗତି ପରମମୁକତି ହରିଲା କଳ୍ମଷ ବାଧାକୁ ।
ଅସୁରକୁ ମାରି ଅସୁରଅଇରି ମୁହୂର୍ତ୍ତେ ବିଶୋଇ ନାହାନ୍ତି ।
କୁକ୍କୁଟ ନାମେ ଏକ ଦୁଷ୍ଟ ପ୍ରବେଶ ହୋଇଲା ରାମଚନ୍ଦ୍ର କତି । ତାହାକୁ ।
ମୁଷ୍ଟିଘାତେ ରାମ ମାଇଲେ ।
ଆଉ ଯେତେ ମାଲେ ପ୍ରଖରେ ଧାଇଁଲେ ସେହି ତାଙ୍କର ସଙ୍ଗେଗଲେ ।
ଦେଖି କଂସାସୁର କମ୍ପେ ଥରହର ବୋଲଇ ଶୁଣ ହେ ଡ଼ଗର ।
ନନ୍ଦ ଯଶୋଦା ଦେବକୀ ବସୁଦେବ ବ‌ହ‌ନ ବସାଅ ଶୂଳର । ଯେତେକ ।