ପୃଷ୍ଠା:Typical selections from Oriya literature.pdf/୩୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୦
ଓଡ଼ିଆ ସାହିତ୍ୟ-ପରିଚୟ

ଆଉ କଥାମାନ ଥାଉ ତ‌ହିଁ ନାହିଁ ଲାଭ ।
ଶୁଣି ଅଶ୍ରୁନେତ୍ର ହୋଇ କ‌ହ‌ନ୍ତି ଉଦ୍ଧବ ।
ଶୁଣ ବ୍ରଜବ‌ଧୁମାନେ ମାଧବ ଆସିବେ ।
ତୁମ୍ଭମାନଙ୍କର ଦୁଃଖ ନିକଟେ ନାଶିବେ ।
ନୁହତ ଆରତ ସତ କ‌ହିଲୁଁ ତୁମ୍ଭଙ୍କୁ ।
ଏ ଶୁଭବାରତା ଦେଇଅଛନ୍ତି ଗୋପକୁ ।
ଶୁଣି ଭଦ୍ରା ବୋଲନ୍ତି ଶୁଣ ହେ ହରିଚାର ।
ସତ କ‌ହ କେତେ ଦିନେ ଆସିବେ ଶ୍ରୀଧର ।
ତେତେଦିନ ଯାଏ ପିଣ୍ତେ ପ୍ରାଣ ରଖିଥିବୁଁ ।
ଭକ‌ତଚରଣ କ‌ହେ ନଇଲେ ମରିବୁଁ ।

ସପ୍ତବିଂଶ ଛାନ୍ଦ

ରାଗ-ପଞ୍ଚମ ବରାଡ଼ି ବିପ୍ରସିଂହା ଚଉତିଶା ବାଣୀ

ଉଦ୍ଧବ ଓ ଗୋପୀମାନଙ୍କ କଥୋପକଥନ

ଗୋପିକା ବଚନ ଶୁଣି ଉଦ୍ଧବ କ‌ହ‌ନ୍ତି ବାଣୀ ଆସିବେ ଅଳପ ଦିନେ ଶ୍ୟାମ ।
ଆରତ ନୁହ ଗୋ ବାଳି ଅନ୍ତର୍ଯ୍ୟାମୀ ବନମାଳୀ ସର୍ବଘଟେ ତାହାଙ୍କ ବିଶ୍ରାମ ଗୋ ।
ଗୋପୀମାନେ ।
କାହାର ନୁହ‌ନ୍ତି ସେହୁ ବଶ । ଭଜିଲା ଜନଙ୍କୁ ଏକାଦୃଶ୍ୟ ।
ରୂପ ରେଖ ନାହିଁ କିଛି ଚନ୍ଦ୍ରମା ପ୍ରାୟ ବ୍ୟାପିଛି ସେ ଯେହ୍ନେ ଦିଶଇ ଜଳଘଟେ ।
ସେ ଘଟ ବିନାଶ ଗଲେ ଶୂନ୍ୟ ହୋଏ ଶାସ୍ତ୍ର ବୋଲେ ପୁଣ ଅନ୍ୟ ଘଟେ ଯାଇ
ଘୋଟେ ଗୋ । ଗୋପୀମାନେ ।
ଏଣୁ ରୂପ ହୋଇ ରୂପ ନୋହି । ଭାବେ ପାଇ ଅଭାବେ ନ ପାଇ ଗୋ ।
ସେ ବ୍ରହ୍ମକୁ କର ଧ୍ୟାନ କାମନା ହେଉ ଦ‌ହ‌ନ ହୃଦରେ ଦେଖିବ ନିରଞ୍ଜନ ।
ଏ ଯେ ମିଥ୍ୟା କଳେବର କ୍ଷଣକେ ହୋଏ ଭଙ୍ଗୁର ଏଣୁ କ‌ହୁଅଛି ତାଙ୍କୁ ଚିହ୍ନ ଗୋ ।
ଗୋପୀମାନେ ।
ଷଡ଼ଚକ୍ର ଭେଦିଲେ ପାଇବ । ଚକ୍ଷୁବୁଜି ହୃଦରେ ଚାହିଁବ ଗୋ ।
ମଣିମୟମଣ୍ତପରେ ରତ୍ନସିଂହାସନପରେ ପଞ୍ଚାଶଦଳ ପାଖୁଡ଼ା ପଦ୍ମ ।
ତା କେଶର ମଧ୍ୟେ ହରି ଚତୁର୍ଭୁଜ ରୂପ ଧରି ସେହି ପ୍ରଭୁ ପାଦେ କର ସଦ୍ମ ଗୋ ।
ଗୋପୀମାନେ ।
ତେବେ ସିନା ମିଳିବେ ତୁମ୍ଭଙ୍କୁ । ଭୟ ନ ରହିବ ଏ ଭବକୁ ଗୋ ।