ପୃଷ୍ଠା:Typical selections from Oriya literature.pdf/୩୯୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୨
ଓଡ଼ିଆ ସାହିତ୍ୟ-ପରିଚୟ

ସଚ୍ଚିଦାନନ୍ଦ ଅଙ୍ଗରୁ ସର୍ବ ବ୍ରହ୍ମ ସେହିଠାରୁ ତାଙ୍କ ବିନେ କିଛି ନ ପଚାରୁଁ ହେ ।
ହରିଦୂତ ।
ସେହୁ ବ୍ରହ୍ମଙ୍କୁ ନ ଜାଣୁ ଆମ୍ଭେ । ତାଙ୍କ ଭାବ କଥା ଜାଣ ତୁମ୍ଭେ ହେ ।
କାଳନ୍ଦୀ ହ୍ରଦରେ ପଶି ଯେହୁ କାଳିଦର୍ପ ଧ୍ୱଂସି ଯେ ଭାଙ୍ଗିଲେ ଶକଟ ଅର୍ଜ୍ଜୁନ ।
ପୂତନାର ପ୍ରାଣ‌ଗ୍ରାସି ଷଣ୍ଢ ବକ ଅର୍ଘ ନାଶି ସେ ନାଗର ମୂଳ ଆମ୍ଭ ବ୍ରହ୍ମ ହେ ।
ହରିଦୂତ ।
ଆନ ବ୍ରହ୍ମେ ନ ରୁଚଇ ମନ । ତୁମ୍ଭେ କିପାଁ କ‌ହୁଛ ଏମାନ ହେ ।
ଯେହୁ ଗିଳି ଦାବାନଳ ରଖିଲେ ବରଜ କୁଳ ଇନ୍ଦ୍ରଛଳେ ଟେକି ଗୋବର୍ଦ୍ଧନ ।
ଆମ୍ଭ ବ୍ରହ୍ମ ସେହି ଜାଣୁ ଆନ ବ୍ରହ୍ମକୁ ନ ଗଣୁ ନିତ୍ୟେ ଭଜୁଁ ତାହାଙ୍କ ଚରଣ ହେ ।
ହରିଦୂତ ।
ସ୍ୱରୂପ କ‌ହିଲୁଁ ତୁମ୍ଭ ଆଗେ । କେବେହେଁ ନ ପଶୁଁ ବ୍ରହ୍ମ‌ଭାଗେ ହେ ।
ତୁମ୍ଭେ ଯେ ବୋଇଲ ସର୍ବ‌ହୃଦରେ ବ୍ରହ୍ମରଠାବ ତେବେ ଆଉ ଭଜୁଛ କାହାକୁ ।
ତୁମ୍ଭର ଶରୀରେ ଅଛି ବୋଲାଇ ପରମ‌ପକ୍ଷୀ କେହୁ ପୁଣ ପେଶିଛି ତୁମ୍ଭଙ୍କୁ ହେ ।
ହରିଦୂତ ।
କାହା ବୋଲେ ଗୋପକୁ ଅଇଲ । କାହା ଆଜ୍ଞା ଆମ୍ଭଙ୍କୁ କ‌ହିଲ ହେ ।
ଏତେ ଭାଳି କୃଷ୍ଣଦୂତ ବୋଲନ୍ତି ଶୁଣ ଉଚିତ ଆମ୍ଭେ ଆସିଥିଲୁଁ ଦୂତପଣେ ।
ବାରତା କ‌ହିବା ପାଇଁ ପେଶିଥିଲେ ଭାବଗ୍ରାହୀ ତୁମ୍ଭେ କଳି କର ଜଣେ ଜଣେ ଗୋ ।
ଗୋପୀମାନେ ।
ଏ କଥା କି ଅଟଇ କୁଶଳ । ଏବେ ତୁମ୍ଭେ କଥା ତୁମ୍ଭେ ପାଳ ଗୋ ।
ଏହା ଶୁଣି ଗୋପନାରୀ କ‌ହ‌ନ୍ତି ମନେ ବିଚାରି ତୁମ୍ଭେ ସିନା ଲଗାଇଛ ଦ୍ୱନ୍ଦ ।
ସିଂହ ସଙ୍ଗେ ଗଜ ଲେଖ ସିନ୍ଧୁ ସଙ୍ଗେ ନ‌ଦୀ ଯୋଖ ଏ କାହିଁ ହୋଇବ ସମ‌ଭାବ ହେ ।
ହରିଦୂତ ।
ଏଣୁ ସିନା କ‌ହିଲୁଁ ତୁମ୍ଭଙ୍କୁ । ତୁମ୍ଭେ ଦୁଃଖ କରୁଛ କାହାକୁ ହେ ।
ଏବେ ଆମ୍ଭ କଥା ଶୁଣ କ‌ହିବୁଁ ଗୋବିନ୍ଦ ଗୁଣ ଯେତେ କରିଥିଲେ ଏଥେ ଥାଇଁ ।
କ‌ହିଲେ କେ ପ୍ରତେ ଯିବ ଜାଣନ୍ତି ସିନା ମାଧବ ଆନ ଜାଣିବାକୁ କେହି ନାହିଁ ହେ ।
ହରିଦୂତ ।
ତ‌ହୁଁ କିଛି ଜାଣିଅଛୁଁ ଆମ୍ଭେ । ଏବେହେଁ ଥୋକାଏ ଶୁଣ ତୁମ୍ଭେ ହେ ।
ଉଦ୍ଧବ ବୋଲନ୍ତି ଶୁଣି ପେଶିଛନ୍ତି ବେନୁପାଣି ତୁମ୍ଭଙ୍କୁ ପ୍ରବୋଧି ଯିବାପାଇଁ ।
ଶୁଣି ହସିଲେ ଗୋପିନୀ ଏବେତ ପାରିଲୁଁ ଜାଣି ଆମ୍ଭ ବ୍ରହ୍ମ ସବୁରି ଗୋସାଇଁ ହେ ।
ହରିଦୂତ ।
ତୁମ୍ଭ ବ୍ରହ୍ମ କୃଷ୍ଣ ବୋଲିଛନ୍ତି । ଆଜ୍ଞା ପାଇଁ ସମସ୍ତ କରନ୍ତି ହେ ।
ଏମନ୍ତ ଶୁଣିଲେ ଯ‌ହୁଁ ଉଦ୍ଧବ ନିର୍ବ୍ଦେଦ ତ‌ହୁଁ ମ‌ନମଧ୍ୟେ କରନ୍ତି ବିଚାର ।
ଏଡ଼େ କଥାମାନ କିଂକେ ଜାଣିଲେ କ‌ହିଲେ ଠିକେ ନିଶ୍ଚୟ ଏ ଗୋବିନ୍ଦ ଶରୀର ଏ ।
ଗୋପୀମାନେ ।
ୟାଙ୍କ ପରି ନାହାନ୍ତି ସଂସାରେ । ବ୍ରହ୍ମା ଶେଷ ଶଙ୍କର ଅମରେ ସେ ।