ପୃଷ୍ଠା:Typical selections from Oriya literature.pdf/୩୯୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୩
ଓଡ଼ିଆ ସାହିତ୍ୟ-ପରିଚୟ

ଅଶେଷ ଭୁବନେ ପୂରି ରହିଛନ୍ତି ବ୍ରହ୍ମଚାରୀ ଊର୍ଦ୍ଧ୍ୱରେତା ଯୋଗିମାନେ ।
ସେମାନେ ଯାକୁ ନ ପାନ୍ତି ଜ୍ଞାନ‌ଯୋଗେ ଭ୍ରମିହୋନ୍ତି ତାଙ୍କୁ ବଶ କଲେ ଗୋପୀମାନେ
ଯେ । ଧନ୍ୟ ଧନ୍ୟ ।
କି ଉପମା ଦେବା ବୁଦ୍ଧି ନାହିକ୍ଷ । ଏହାଙ୍କ ସମାନ ହେବେ କେହି ହେ ।
ଏତେ ଭାଳୁଁ ବ୍ରଜବାଳୀ ନୟନୁଲୋତକ ଗଳି ଗଦ ଗଦ ହୋଇ କ‌ହେ ବାଣୀ ।
ପୂର୍ବ୍ଦ ଭାବମାନ ଗୁଣି ଉଠେ ପ୍ରେମତରଙ୍ଗିଣୀ କୃଷ୍ଣ ବୋଲି ଲୋଟିଲା ଧରଣୀ ସେ ।
କୁନ୍ଦଲତା ।
ଦେଖି କୋଳେ ଧଇଲା ସମ୍ଭାଳୀ । ହୃଦକୁ ଲଗାଇ ପ୍ରାଣାଆଳୀ ସେ ।
ଦେଖି ଭଦ୍ରା ଆଗସରି ହୋଇଣ କ‌ହେ ଚତୁରୀ ଆହେ ଗୋବିନ୍ଦଡଗର ଶୁଣ ।
କି କ‌ହିବୁଁ ତାଙ୍କ ଗୁଣ ମନେ ପଡ଼ି ଦ‌ହେ ପ୍ରାଣ ଯେସନେ ଅନଳେ ଦ‌ହେ ତୃଣ ହେ ।
ହରିଦୂତ ।
ସେହିମତି ହୋଇଅଛି ତନୁ । ଆଜ ଏକା ନୋହେ ଗଲାଦିନୁ ହେ ।
ଦିନେ ଏହି ବୃନ୍ଦାବନେ ଡ଼ାକିଲେ ମୁରଲୀସ୍ୱନେ କୁଳବତୀ ଶୁଣି ହେଲୁଁ ବାଇ ।
ନିଶାକାଳେ ଗଲୁଁ ବନେ ସ୍ୱରୂପ ଦେଖି ନୟନେ ବଶ ହେଲୁଁ ସର୍ବ ଗୋପଗୋଈ
ହେ । ହରିଦୂତ ।
ନାନାରଙ୍ଗେ କଲେ ରାସଲୀଳା । ଶାନ୍ତ ହେଲୁଁ ସକଳ ଅବଳା ସେ ।
ଏମନ୍ତ କ‌ହ‌ନ୍ତେ ଭଦ୍ରା ଶୁଣି କ‌ହେ ଲୋପାମୁଦ୍ରା ମୋହଠାରୁ ଶୁଣ ହେ ଉଦ୍ଧବ ।
ଏହି ନୀପମୂଳେ ଦିନେ ବସିଥିଲେ ନନ୍ଦକାହ୍ନେ ଉଦୟ କି କନ୍ଦର୍ପ ସମ୍ଭବ ହେ ।
ସାଧୁମଣି ।
ତ‌ହିଁ ଥାଇ ଅତି ମ‌ନୋହର । ଯାହା କଲେ ରହିଛି ମନର ହେ ।
ଆହୁରି ଦିନେ ଜଳରେ ଜଳକେଳି କରିବାରେ ଯାହା କଲେ କି କ‌ହିବୁ ତାହା ।
ଦିନ‌ଦିନ‌‌କର କଥା ମନେ ପଡ଼ି ହୋଏ ବ୍ୟଥା ଦାରୁଣ ବିଧାତା କଲା ଏହା ହେ ।
ହରିଦୂତ ।
କାହାକୁ କ‌ହିବୁ କର୍ମ ଊଣା । ତାଙ୍କ ପ୍ରଭୁପଣ ଗଲା ଜଣା ହେ ।
ଏତେ ଭାଷି ଚନ୍ଦ୍ରାନ‌ନୀ ମ‌ହୀକି ଅନାଇଁ ତୁନି ହେମମାଳା ବୋଇଲା ତ‌ହିଁକି ।
ତୁ ଯାହା କ‌ହିଲୁ ଧନି ପ୍ରମାଣ ଅଟେ ଏ ବାଣୀ ଉପାୟ କି ଅଛଇ ତ‌ହିଁକି ଗୋ ।
ରସବତୀ ।
କ‌ହଇଁ ମୁଁ ଶୁଣ ସାବଧାନେ । ଶୁଣନ୍ତୁ ଅଛନ୍ତି ଯେତେ ଜନେ ଗୋ ।
କୃତ୍ତିବାସ ନିରାକାର କୁବେର କୁଳିଶଧର ବ୍ୟାସ ବିନାୟକ ଶଚୀନାରୀ ।
ଯେଉଁରୂପେ ତାଙ୍କ ଗତି ସଂସାରେ ତା ଜାଣିଛନ୍ତି କୃଷ୍ଣକଥା ହେଲା ସେହିପରି ଗୋ ।
ଚମ୍ପାଗାତ୍ରୀ ।
ତାଙ୍କୁ କେହୁ ବାଛିବ ଶୟଳେ । ବାଛିଲେ ମାରନ୍ତି ବାହୁବଳେ ସେ ।
ବଡ଼େ ସବୁ ପାର ଯାଇ ସାନରେ କେବେ କି ହୋଇ ଏହି କଥା ମନେ ଧରିଥିବ ।