ପୃଷ୍ଠା:Typical selections from Oriya literature.pdf/୩୯୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୪
ଓଡ଼ିଆ ସାହିତ୍ୟ-ପରିଚୟ

ଏମନ୍ତ କ‌ହି ମ‌ହିଳା ବାଣୀକି ମୁଦି ରହିଲା ଆଗସରି ହୋଇ ଆନ ଭାବ ସେ ।
କମଳାକ୍ଷୀ ।
ଅଧର କମ୍ପାଇ କ‌ହେ ରାଗେ । ବାସ ଭିଡ଼ି ବସି ଦୂତଆଗେ ସେ ।
ଶୁଣ ହେ ଗୋବିନ୍ଦ ଚାର ଯାହା କଲେ ଗିରିଧର କାହାବେଳେ କରିପାରେ ତାହା ।
କଣ୍ଟ କରି ଗଲେ ଚାରିଦିନରେ ଆସିବୁ ଫେରି ଏବେ ହେ କୁବୁଜାଙ୍କ ନାହା ସେ ।
ନନ୍ଦବାଳ ।
କେଉଁ ଗୁଣେ ରସିଲେ ତାହାକୁ । ଗଲେ ମନେ ନ କଲେ ଗୋପକୁ ହେ ।
ଏହା ଶୁଣି ସୁରଙ୍ଗିଣୀ ଦରହାସେ କ‌ହେ ବାଣୀ ଏହା କିପାଁ କ‌ହିଲୁ ନବୀନା
ଯାହାକୁ ଯେ ଦ୍ରବ୍ୟ ସେ କାହିଁ ତାହାକୁ ମୁଞ୍ଚେ ମଧୁକର ସ୍ୱଭାବକୁ ଅନା
ଗୋ । ଶୋଭାପାଙ୍ଗି ।
ସେ ଯେହ୍ନେ କମଳ ଚୁମ୍ବୁଥାଇ । ପୁଣି ଯାଇ ବାସଙ୍ଗେ ବସଇ ଗୋ ।
ସେହିରୂପେ ନନ୍ଦବଳା ଆମ୍ଭ ଠାରେ କରି ହେଳା କୁବୁଜାଙ୍କୁ ପ୍ରାଣପ୍ରିୟା କଲା ।
ତ‌ଥାପି ତାହାଙ୍କ ସଙ୍ଗ କଲେ ଦେବ ଶିରୀରଙ୍ଗ ଲାଗି ତନୁ ସୁନ୍ଦର ହୋଇଲା ସେ ।
କୁନ୍ଦ‌ହାସୀ ।
ଆଉ କିପାଁ ତେଜିବ ସେ ସୁଖ । ଗୋପକୁ ଛାଡ଼ିଲା ଏବେ ଦେଖ ଗୋ ।
ଧନ୍ୟ ମଧୁନାରୀମାନେ ଭଣ୍ତିଲେ ଯନ୍ତ୍ର କୁଜ୍ଞାନେ ଧନ୍ୟ ସେହୁ ଜାଣନ୍ତି ଔଷଧି ।
ବଚନେ ଭୁଲାଇ ଦେଲେ ସ୍ତମ୍ଭନ ମୋହ‌ନ କଲେ କାହୁଁ ଏଡ଼େ ବିଦ୍ୟା କଲେ ସିଦ୍ଧି
ସେ । ଯଦୁନାରୀ ।
ପରଧନେ ବଡ଼ପଣ କଲେ । ଯାହାର ଧନ ସେ ଝୁରି ମଲେ ଗୋ ।
ଏତେ କ‌ହି ମଲ୍ଲିହାସୀ ମହୀକି ଅନାଇଁ ବସି କର ଉର୍ଦ୍ଧ୍ୱକରି କ‌ହେ ଲୀଳା ।
ଉଦ୍ଧବ ଶୁଣିମା ହେଉ ଯାହା କଲେ ମହାବାହୁ ତାଙ୍କୁ ବୋଲି ସିନା ପାରଗଲା ହେ ।
ଶୁଦ୍ଧଚେତା ।
କି କ‌ହିବୁଁ ତୁମ୍ଭର ଛାମୁରେ । ଏ କଥା କ‌ହିବୁଁ ତାଙ୍କୁ ଥରେ ହେ ।
ଏତେ କ‌ହି ପିକଭାଷୀ ମ‌ହୀକି ଅନାଇ ବସି କାନ୍ତିମାଳା କ‌ହଇ ବିଚାର ।
ଶୁଣ ହେ ଯାଦବ ବୀର ଯାହା କଲେ ଚକ୍ରଧର ମନୁ ନିକି ହୋଇବ ପାସୋର ହେ ।
ଶୁଦ୍ଧଚେତା ।
କ‌ହିବଟି ଗଲେ ମଥୁରାକୁ । କୁବୁଜାଙ୍କ ନାଗରବରଙ୍କୁ ହେ ।
ଦେଖିଲା ବିଚିତ୍ର କଥା ମୁଖୁଁ ନ ସ୍ଫୁରିଲା କଥା ପଦ୍ମରେ ବିରାଜେ ଚମ୍ପାକଢ଼ୀ ।
ଆନନ୍ଦେ ବିହ୍ୱଳ ହେଲା ଜ୍ୟେଷ୍ଠନ‌ଖରେ ବସିଲା ଦେଖି ଗୋପୀ ଚରଣ ଛିଞ୍ଚାଡ଼ି ସେ ।
ଷ‌ଟପଦ ।
ଉଡିଯାଇ ପୁଣ ବାହୁଡ଼ିଲା । ଗନ୍ଧ ଲୋଭେ ଚରଣ ଚୁମ୍ବିଲା ସେ ।
ଏହା ଦେଖି ଚନ୍ଦ୍ରାନ‌ନୀ କୃଷ୍ଣଦୂତ ପ୍ରାୟେ ମଣି କ୍ରୋଧକରି ବୋଲଇ ବଚନ ।
ଯାଅ ରେ କାଳିଆ ଭୃଙ୍ଗ ଯ‌ହିଁଥିବେ ତୋ ଶ୍ରୀରଙ୍ଗ କିପାଁ ଅଛୁ ଆମ୍ଭର ଭୁବନ ରେ ।
ଷ‌ଟପଦ ।
ତୁମ୍ଭରେ ବିଶ୍ୱାସ ଆଉ ନାହିଁ । ଚରଣ ଧରୁଛୁ କାହିଁ ପାଇଁ ରେ ।