ପୃଷ୍ଠା:Typical selections from Oriya literature.pdf/୩୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୫
ଓଡ଼ିଆ ସାହିତ୍ୟ-ପରିଚୟ

କୋକିଳ କାଳିଆ ଫଣୀ ତୋର ଜାତି ରାହୁ ଶନି ଗୋବିନ୍ଦ ସ‌ହିତେ ଜଣେ ଜଣ ।
କେବେହେଁ ବିଶ୍ୱାସି ନୁହ ଆରୋପିତ ପଛେ କ‌ହ ଏବେ ତୁମ୍ଭ ଗୁଣମାନ ଶୁଣ ରେ ।
ମଧୁକର ।
ତୁ ଯେହ୍ନେ ଉତ୍ତମ ପୁଷ୍ପ ଦେଖି । ମଧ୍ୟେ ବସୁ ହୋଇ ମହାସୁଖୀ ରେ ।
ନାନାରଙ୍ଗେ ପ୍ରୀତି କରୁ ତାର ମକରନ୍ଦ ହରୁ ତୋର ମନ ହୁଅଇ ତୃପତ୍ତି ।
ପ୍ରାନ୍ତେ ତାକୁ ଛାଡ଼ି ଦେଉ ଅନ୍ୟ ପୁଷ୍ପ ପାଶେ ଯାଉ ସେହିମତି କଲେ ଶିରପତି ରେ ।
ମଧୁକର ।
କାହା ଆଗେ କରିବୁଁ ଗୁହାରି । ନିରେଖ ହୋଇଲୁଁ ବ୍ରଜନାରୀ ।
ଯେସନେ କଳାକୁଣ୍ତଳୀ ଶାବକ ଦିନରୁ ପାଳି ନିତ୍ୟ ପୟ ଆହାର ଖୁଆଇ ।
କ୍ରମେ ସେ ହୋଏ ପ୍ରବଳ ଉଦ୍ଗାର କରେ ଗରଳ ପାଳକର ଜୀବନ ନିଅଇ ରେ ।
ମଧୁକର ।
ଏହି ବିଷକୁଟି ସେ ଜାଙ୍ଗଳୀ । ପରଶ ମାତ୍ରକେ ଯିବ ଝଳି ରେ ।
ଏବେ ଶୁଣ ପିକ ଗୁଣ ସେ ଯାହା କରଇ ପୁଣ କାଳେ ନିଜ ମାତାକୁ ଛାଡ଼ଇ ।
ଦ୍ରୋଣ‌ଘରେ କାଳ ବଞ୍ଚେ ବଡ଼ ହେଲେ ପୁଣ ମୁଞ୍ଚେ ପୂର୍ବ ନିଜ କର୍ମ ଆଦରଇ ରେ ।
ଷ‌ଟପଦ ।
ପାଳି କାକ ହୁଅଇ ନିରାଶ । ସେହିମତି କଲେ ଶ୍ରୀନ୍ନିବାସ ହେ ।
ଦିନେଶ କିରଣ ଚାହିଁ ପଦ୍ମିନୀ ଆନନ୍ଦ ହୋଇ ଜଳେ ଥାଇ ବିକାଶଇ ରଙ୍ଗ ।
ମାନସେ ବିଚାର କରେ ସଙ୍ଗ ହେବା ଆଶେ ଝୁରେ ବୋଲେ କି ସମର୍ପି ହେବ ଅଙ୍ଗ ।
ସେ । ତାମରସ ।
ଦୂରେ ଥାଇ ତାର ପ୍ରୀତି ଏଡେ । ସେ ପୁଣି ବାରି ଶୁଖିଲେ ପୋଡେ ହେ ।
ସେହିମତି ଆଶା କରି ରହିଲୁ ଗୋକୁଳନାରୀ ମାରତଣ୍ତ ପ୍ରାୟ ନାଶ କଲେ ।
ପ୍ରୀତିଜଳ ଶୁଖିଗଲା ଅଙ୍ଗ-କର୍ଦ୍ଦମ ଫାଟିଲା ଗୋପୀଜନମାନେ ନାଶ ଗଲେ ରେ ।
ମଧୁକର ।
ଏହି ରୀତି ତୁମ୍ଭମାନଙ୍କର । ଦୂର ହୋ ତୁ ଛାଡ଼ ମୋ ପୟର ରେ ।
ଏବେ ତୁ ମଥୁରା ଯାଅ ମିତ୍ରଙ୍କ ପାରୁଶେ ଥାଅ ତ୍ରିମୁଣ୍ତିଜୁଡ଼ାରେ ଚୁମ୍ବୁଥିବୁ ।
ଯେବେ ସେ କରିବେ ଆଜ୍ଞା ଯିବୁ ନ କରି ଅବଜ୍ଞା ମଥୁରାନାରୀଙ୍କି ଯା କ‌ହିବୁ ରେ ।
ମଧୁକର ।
ସତ ଘ୍ରାଣ କରି ଆସିଅଛି । ଯତନେ ମୋ ଚରଣ ଚୁମ୍ବୁଛି ଗୋ ।
ଶୁଣିରେ ଅସିତ ଅଳି ଯାହା କଲେ ବନମାଳୀ ମନରୁ ପାଶୋର ଯାଉ ନାହିଁ ।
ପ୍ରଦୀପ ପଛେ ଅନ୍ଧାର କେବେହେଁ ନୋହେ ଅନ୍ତର ଛାୟା ଯେହ୍ନେ ଅଙ୍ଗ ଭିନ୍ନ ନୋହି
ରେ । ମଧୁକର ।
ସେହିରୂପେ ଗୋପୀ କୃଷ୍ଣ ପ୍ରୀତି । କ୍ଷୀର ନୀର ଯେମନ୍ତ ହୁଅନ୍ତି ରେ ।
ସେ ଏବେ କଲେ ରନ୍ତର କୁବୁଜାନାଗରବର ଯେଉଁଦିନ ଠାରୁ ସେ ହୋଇଲେ ।