ଆସିବାକୁ କରିଛୁଁ ଭରସା । କେତେ ଦିନେ ଯିବ ଏହୁ ଦଶା ରେ ।
ମଧୁପ ଶୁଣିବୁ ଯେବେ କର୍ଣ୍ଣେକର ଦେବୁ ତେବେ ଯେଉଁ ଦୁଃଖ ଦେଇ ଯାଇଛନ୍ତି ।
କାଷ୍ଠ ପାଷାଣ ହୋଇଲେ ସଢିଯିବ ସିନା ଭଲେ ନିର୍ଲଜ୍ଜୀ ଗୋପୀଏ ଜୀଇଛନ୍ତିରେ ।
ମଧୁକର ।
କାହାବେଳେ ସହୁ ଏ ବେଦନା । କି କହିବୁଁ ପ୍ରତକ୍ଷରେ ଅନା ରେ ।
ଛାଡ଼ିଲୁଁ ବେଶ ଭୋଜନ ନିରତେ କରୁଁ ରୋଦନ ବୃନ୍ଦାବନଚନ୍ଦ୍ର ଗଲାଦିନୁ ।
ଗୁଣି ଗୁଣି ପୁଣି ଦିନ ନ ସରି ହୋଇଲୁଁ କ୍ଷୀଣ ପଦ୍ମ ଯେହ୍ନେ ନ ଦେଖିଲେ ଭାନୁ ରେ ।
ମଧୁକର ।
ଏହୁ ବଡ଼ ସମ୍ପଦ ହୋଇଲା । କହି ବାଳୀ ଅତିକ୍ରୋଧ କଲା ସେ ।
ଏମନ୍ତ ବୋଲି ସେ ବାଳୀ ଯା ବୋଲି ଚରଣ ଚାଳି ଖଣ୍ତେ ଦୂରେ ପଡ଼ିଲା ମଧୁପ ।
ଉଠିଲା ଝଙ୍କାର ନାଦେ ଉଡ଼ିଲା ଗଗନମଧ୍ୟେ ଦେଖି ବୃନ୍ଦ ତେଜି ମନୁ କୋପ ସେ ।
ଚମ୍ପାଗାତ୍ରୀ ।
ସଖାଙ୍କି ଦେଖାଇ ଦେଲା ବାଳୀ । ଦେଖ ଅଳି ସେହି ଦିଗେ ଚଳି ଗୋ ।
ଏମନ୍ତ ଚରିତ୍ର ଦେଖି ଉଦ୍ଧବ ବୁଜିଲାଆଖି ବିଚାରଇ ଧନ୍ୟ ଏ ଗୋପିକା ।
ଏତେ ଭାବ କୃଷ୍ଣଠାରେ ନ ଦେଖିବା ତିନିପୁରେ ଏହା ଭାଳି ହୋଇଲା ତାଟକା ସେ ।
ଯଦୁବୀର ।
ଆସନୁ ଉଠିଲା ଗଦଗଦେ । ନମସ୍କାର କଲା ଗୋପୀପାଦେ ସେ ।
ଦେଖି ଗୋପୀ ଧାଇଁପଡି ତୋଳି ଧରି କରଯୋଡ଼ି ବୋଲନ୍ତି ଉଦ୍ଧବ ହେଲ ବାଇ ।
ତୁମ୍ଭେ ଯେ ଗୋବିନ୍ଦ ଭକ୍ତ ଜାଣ ନା ଶାସ୍ତ୍ରର ତତ୍ତ୍ୱ ଏ କର୍ମ ତୁମ୍ଭର ନ ଯୋଗାଇ ହେ ।
ଶୁଦ୍ଧଚେତା ।
ଆମ୍ଭେମାନେ ସ୍ୱଭାବେ ଯୁବତୀ । ଏହା ଶୁଣି ଉଦ୍ଧବ ବୋଲନ୍ତି ଯେ ।
ଶୁଣ ଗୋବିନ୍ଦପ୍ରିୟେ କୃଷ୍ଣଭକ୍ତି ତୁମ୍ଭ ଦେହେ ଯେଣୁଅଛି ତେଣୁ ତୁମ୍ଭେ ବଡ଼ ।
ଆମ୍ଭେ ନ ଜାଣୁ ସେ ରସ ଶେଷ ବିରଞ୍ଚି ମହେଶ ଯେଉଁ ପ୍ରେମ ଅଟେ ମହାଗୁଢ଼ ଗୋ ।
ଗୋପୀମାନେ ।
ତୁମ୍ଭେ ତା କରିଛ ଦେହ ବହି । ତୁମ୍ଭ ସମ ହେବୁଁ ଆମ୍ଭେ କାହିଁ ଗୋ ।
ଏହା ଭାଷି ପ୍ରେମଭରେ ପୁଣି ଗୋପୀପାଦ ଧରେ ପ୍ରେମେ ତନୁ କମ୍ପେ ଥରହର ।
ଆନନ୍ଦେ ବୋଲଇ ହରି ଉଠି ନାଚେ କର ତୋଳି ପ୍ରେମମଦେ ଜରଜର ସେ ।
ହରିଦୂତ ।
ଗୋପୀଙ୍କ ବଦନ ଚାହିଁ କାନ୍ଦେ । ଜ୍ଞାନ ଛାଡ଼ି ଭକ୍ତପାଦେ ବନ୍ଦେ ସେ ।
ଦେଖି ଗୋପୀମାନେ ଉଠି ଉଦ୍ଧବର କର ଗୋଟି ଧରି କୁଞ୍ଜବନେ ଘେନିଗଲେ ।
ବୋଲନ୍ତି ଦେଖ ଉଦ୍ଧବ ଏହିଠାବରେ ମାଧବ ଘାଟ ଜଗି କେତେ ରଙ୍ଗ କଲେ ହେ ।
ହରିଦୂତ ।
କହିଲେ ସରିବ ନାହିଁ ତାହା । ଦାନିପଣେ କଲେ ଯାହା ଯାହା ସେ ।
ଏହି କଦମ୍ବମୂଳରେ ଏହି ଯମୁନାକୂଳରେ ଏହି କୁଞ୍ଜେ ବସନ୍ତ ସମୟେ ।
ପୃଷ୍ଠା:Typical selections from Oriya literature.pdf/୩୯୫
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୬
ଓଡ଼ିଆ ସାହିତ୍ୟ-ପରିଚୟ