ପୃଷ୍ଠା:Typical selections from Oriya literature.pdf/୩୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୮
ଓଡ଼ିଆ ସାହିତ୍ୟ-ପରିଚୟ

କରୁଥିଲେ ଯେତେ ଲୀଳା ଏବେ ସେ ସ୍ୱପନ ହେଲା ଏତେ ଭାଷି କମ୍ପାଇଲା କାୟେ ସେ । ମଲ୍ଲିହାସୀ ।
ଡୋଳାକୁ ପୂରାଇ ଲ‌ଲାଟରେ । ପଡ଼ି ଗଡ଼େ ଯମୁନାତଟରେ ସେ ।
ଦେଖି ପାଶ ବ୍ରଜାଙ୍ଗନା ଧରି କଲା ସମ୍ଭାଳଣା ଉଦ୍ଧବେ ଅନାଇଁ ଶ୍ୱାସ ଛାଡ଼ି ।
ହାହା ବ୍ରଜରାଜ ସୂନୁ ଏତେ ଦଶା ତୁମ୍ଭ ବିନୁ ଏତେ ବୋଲି ପଡ଼ିଲା କଚାଡ଼ି ସେ ।
ନାରୀବର ।
କୃଷ୍ଣ‌ଗୁଣ ବାଉନି କାନ୍ଦଇ । ଭୁଜ ସଖୀ ଗଳାରେ ଛନ୍ଦଇ ସେ ।
ଉଠିଲେ ଦୁଇ ଲଳନା କେତକୀଦଳବରନା ପୁଣି ଉଦ୍ଧବଙ୍କୁ ଦେଖାବନ୍ତି ।
ଏହି କାଳନ୍ଦିରେ ଡ଼େଇଁ ପଶିଲେ ସଘନ ହୋଇଁ ପଦ୍ମ ଢୋଳି କାଳୀ ମର୍ଦ୍ଦିଛନ୍ତି ସେ ।
ପ୍ରାଣନାଥ ।
ଏହିବନେ ଗିଳିଲେ ଅନଳ । ରକ୍ଷା କଲେ ଗୋରୁ ଗୋପକୁଳ ସେ ।
ଏହି ଗିତି ଗୋବର୍ଦ୍ଧନ ଟେକିଥିଲେ ଶ୍ୟାମଘନ ପାସୋରି ନୋହିବ ଉପକାର ।
ସାତଦିନ ସାତନିଶି ଆଖଣ୍ତଳ କୋପେ ଆସି ବରଷିଲା ଶିଲା ନୀରଧାର ସେ । ଶରୀବର ।
ବଜ୍ରଆଦି ଯେତେକ ମାଇଲା । ସେ ସଙ୍କଟ କିଛିହିଁ ନୋହିଲା ।
ଦେଖ ହେ ଭକ‌ତସାର ଦିନେ ବସି ଏହିଠାର କଉତୁକ କରି ବଂଶୀ ବାଇ ।
ଶୁଣି ଧ୍ୱନି କର୍ଣ୍ଣପୁଟେ ଧାଇଁଲୁ ଗୋପୀ ଉଚ୍ଚାଟେ ଘର ବର ଲଜ୍ଜା ଦୂରେ ଥୋଇ ହେ ।
ହରିଦୂତ ।
ଏବେ ମନେ ପଡ଼ୁଛି ସେ କଥା । କୁନ୍ତ ବାଜିଥିଲେ ଯେହ୍ନେ ବ୍ୟଥା ହେ ।
ଏହିରୂପେ କେଳି ସ୍ଥାନ ଦେଖାଇ ଆକୁଳମନ ଏକସ୍ଥାନେ ବସିଲେ ସକଳେ ।
ସମୟ ଦେଖି ଉଦ୍ଧବ ଲେଖି ଯେ ଥିଲେ ମାଧବ ସେ ପତ୍ରିକା ବୃନ୍ଦ କରେ ଦେଲେ
ସେ । ହରିଦୂତ ।
ବୋଲନ୍ତି ଶୁଣ ଗୋ ବ୍ରଜବାଳୀ । ପତ୍ର ଲେଖିଛନ୍ତି ବନମାଳୀ ଗୋ ।
ଶୂଣି ଗୋପୀ ତୋଷ ହୋଇ ଚନ୍ଦ୍ରାବଳୀ କରେ ଦେଇ ଧରି ବାଳୀ ହୃଦେ ଲଗାଇଲା ।
ତନୁ କରି କମ୍ପମାନ ମୁଦ ଭାଙ୍ଗିଲା ବ‌ହ‌ନ ଚୁମ୍ବ ଦେଇ ଆନନ୍ଦ ହୋଇଲା ସେ ।
କାଶହାଶୀ ।
ଯାହା ହେଲା କି କ‌ହିବି ତାହା । ମନରେ ସୁମରି ପ୍ରାଣନାହା ସେ ।
ଖଞ୍ଜେ ଧଇଲେ ଯତନେ ପଢ଼ିଗଲେ ମନେ ମନେ ଦେଖି ସଙ୍ଗ ସଖୀମାନେ ଭାଷି ।
ବୋଲନ୍ତି ବିସ୍ତାରି କ‌ହ ଶୁଣ ଶାନ୍ତି ହେଉ ଦେହ କିସ ଲେଖିଛନ୍ତି ବ୍ରହ୍ମରାଶି ଗୋ ।
ଜୀବେଶ୍ୱର ।
ଶୁଣି ରାଜସୁତା ଉଚ୍ଚେ କ‌ହି । ଭକ‌ତ ଚରଣ ନ ମୁଞ୍ଚଇ ଗୋ ।