ପୃଷ୍ଠା:Typical selections from Oriya literature.pdf/୩୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୧
ଓଡ଼ିଆ ସାହିତ୍ୟ-ପରିଚୟ

କୁମ୍ଭନନ୍ଦନ ଯେଉଁରୂପେ ପର୍ବତମାନଙ୍କୁ ସତ୍ୟ କରାଇଲେ ।
ଦକ୍ଷିଣେ ଯାଇ ନିଶ୍ଚିନ୍ତ ହୋଇ ରହି କେବେହେଁ ବାହୁଡ଼ି ନଇଲେ ।
ନାଥ ହେ ସେହିରୂପେ ହେଲା ପରାୟେ ।
ତୁମ୍ଭେ ଅଗସ୍ତି ଆମ୍ଭେମାନେ ଶିଖରୀ ସତ୍ୟକୁ ବ‌ହିଅଛୁଁ କାୟେ ।
ତ‌ଥାପି ବଡ଼ଲୋକଙ୍କର ବିଚାର ଏମ‌ନ୍ତ ପରାୟେ ଦିଶଇ ।
ଦିଗବାସ ବିଧୁ ଶଖୀ ସୁରପତି ଏହାଙ୍କଠାରେ ପ୍ରବର୍ତ୍ତଇ ।
ତାହାଙ୍କୁ କେ ଅବା ନିନ୍ଦିବ ମହୀରେ ।
ଆଉ ସେମାନ କ‌ହି କିସ ହୋଇବ ରହିଲ କୁବୁଜା ସ୍ନେହରେ ।
ତୁମ୍ଭେ ସେହିରୂପେ କଲେହେଁ କେ ଅବା ନିନ୍ଦା କରିବ ବଡପଣ ।
ଏଣୁ କରି ମନେ ବିଚାର କରୁଛୁଁ ଆମ୍ଭେ ପୁଣ ଆହେ ମୋହ‌ନ ।
ନାଥ ହେ ଦୀନ‌ଜନେ ଦୟା କରିବ ।
ତେବେ ସିନା ଦୀନବାନ୍ଧବ ନାମକୁ କାଳେ କାଳେ ନିଶ୍ଚେ ରହିବ ।
ଦଇବେ ଆମ୍ଭେ ଆହୀରୀନାରୀ ସିନା ଭଲ ମନ୍ଦ ଦୁଇ ନ ଜାଣୁ ।
ମହତ୍ତପୁରୁଷ ହୋଇଣ ଆପଣ ନିରାଶ କଲ ଜାଣୁ ଜାଣୁ ।
ନାଥ ହେ କି କରିବୁଁ କର୍ମ ଅସାର ।
ଦଇତ୍ୟାରି ହୋଇ ଦଇତ୍ୟ ପରାୟ ମାରିବାକୁ କଲ ବିଚାର ।
ନାଥ ହେ କୁବ୍ୟଜା ଔଷଧି ହୋଇଲା ।
କାହାକୁ କ‌ହିବୁଁ ଦାରୁଣ ଦଇବ ଦେଲା ସମ୍ପଦକୁ ହରିଲା ।
ଜାଣିଅଛୁଁ ଯେତେ ପ୍ରକାର ବିପଦୁଁ ଆମ୍ଭଙ୍କୁ ଯେ ରକ୍ଷା କରିଛ ।
ଏବେ ସେହି ରୂପେ ତ‌ତକାଳେ ଆସି ଆଶା ପୂରାଅ ନନ୍ଦବତ୍ସ ।
ନାଥ ହେ ଯ‌ହିଁ ଥିଲେ ଆମ୍ଭ ତୁମ୍ଭର ।
କୃପାସିନ୍ଧୁ ଥାଉଁ ଥାଉଁ ତୃଷାଭରେ ମରୁଅଛୁଁ ଗୋପୀ ନିକର ।
ପ୍ରତିପାଳିଲା ଜନଙ୍କୁ ନାଶ କଲେ ନିଶ୍ଚୟ ହୋଇବ ଦୂଷଣ ।
ଜ୍ୟେଷ୍ଠ କନିଷ୍ଠ ମଧ୍ୟମ କିମ୍ବା ହତ କେବେହେଁ ନୁହଇ ଭୂଷଣ ।
ନାଥ ହେ ତୁମ୍ଭେ କି ନ ଜାଣ ସେମାନ ।
ଆମ୍ଭେ ସିନା ବ‌ନ‌ଚାରୀ ନାରୀମାନ ନ ଜାଣୁ କେ ଜ୍ଞାନ ଅଜ୍ଞାନ ।
ତୁମ୍ଭେ ଥିଲା ଦିନେ ବାମଦେବ ପ୍ରାୟ କାମକୁ ନିତି ଭଜୁଥାଉଁ ।
ଯ‌ହୁଁ ବାମ ହେଲ ବରଜ ସୁନ୍ଦର ନିରତେ ତାକୁ ପୂଜୂଥାଉଁ ।
ନାଥ ହେ ଭୟ କରି ହୃଦ‌ଦେଶରେ ।
ନ ପୁଣ ପଞ୍ଚବିଶିଖ ପ୍ରହାରଇ ପୂର୍ବ୍ଦ କଲା କଥା ରୋଷରେ ।
ତ‌ଥାପି ଯେବଣ ସୁନ୍ଦରୀ ତୁମ୍ଭର ଚନ୍ଦ୍ରବଦନ ଦେଖିଥିବ ।
ବଚନମାଧୁରୀ ସୁମରି ସୁମରି ପ୍ରାଣ ନିକି ରଖି ପାରିବ ।
ଆସିବାର ହେଲେ ବ‌ହ‌ନ ଆସିବ ନୋହିଲେ ଏମନ୍ତ କରିବ ।
କର୍ପୂର ଲେମ୍ବୁ ପଇ‌ଡ଼ ଏକ ଦୂତ ଗୋଟିକ ହାତେ ଦେବ ।