ପୃଷ୍ଠା:Typical selections from Oriya literature.pdf/୪୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୩
ଓଡ଼ିଆ ସାହିତ୍ୟ-ପରିଚୟ

ସେ ଦେଶେ କି ଷଡ଼ଋତୁଏ ନାହାନ୍ତି କି ଷଡ଼ଗାୟକ ।
ଚନ୍ଦ୍ର କୋକିଳ କେକୀ କେକା ସାରସ ଜୀମୂତଗର୍ଜ୍ଜନ ଡାହୁକ ।
ନାଥ ହେ ନୟନେ କି ଦେଖି ନ ଶୁଣ ।
ସେ ଦେଶେ କି ଫୁଲଧନୁ ଧରି କାମଦେବ ନ କରଇ ଭ୍ରମଣ ।
ତ‌ଥାପି ଏ ଶ୍ରେଣୀ ଥିଲେହେଁ କି ହେବ ମଧୁପୁରନାରୀ ଅଛନ୍ତି ।
ଯେତେ କଥା ଏହା ଦେଖି ଯାତ‌ହୋଏ ତୁମ୍ଭଙ୍କୁ କି କରି ପାରନ୍ତି ।
ତ‌ହିଁକି ଭୟ ନାହିଁ ତୁମ୍ଭ ମନରେ ।
ଆଉ ସେମାନ କ‌ହି କିସ ହୋଇବ ରହିଲ କୁବୁଜା ଭାବରେ ।
ଏତେକ ଲେଖି ନବୀନ ନୀରଜାକ୍ଷୀ କଉତୁକ କରି ମଣ୍ତିଲେ ।
କୁସୁମ ମଣ୍ତାଭିତରେ ଥୋଇ ବାଳୀ କି କି ମନରେ ବିଚାରିଲେ ।
ତା ପରେ ଉରଗ ଗୋଟିଏ ଲିହିଲେ ।
ପୁଣି ଅଞ୍ଜନାନ‌ନ୍ଦନ ଚନ୍ଦ୍ରଚୁଡ଼ ତ‌ଥି ପାରୁଶେ ବସାଇଲେ ।
ଗୁପତ କରି ଉଦ୍ଧବଙ୍କ ହସ୍ତରେ ଦେଲେ ସେ ପୀନପ‌ୟୋଧରୀ ।
ଗୋପୀନାଥଙ୍କ ଛାମୁରେ ଦେବ ବୋଲି ବୋଇଲେ ବରଜକିଶୋରୀ ।
ମଥୁରା ନାରୀମାନେ ଥିଲେ ନ ଦେବ ।
ବୋଲେ ବଇରାଗୀ ଭକ‌ତରଣ ଜଣାଗଲେ ଦ୍ୱନ୍ଦ ହୋଇବ ।
ତ୍ରିଂଶ ଛାନ୍ଦ
ରାଗ-ପଞ୍ଚମ ବରାଡ଼ୀ-ବିପ୍ରସିଂହା ବାଣୀ
ଶ୍ରୀକୃଷ୍ଣଙ୍କ ଆଗେ ଉଦ୍ଧବଙ୍କର ଗୋପସମ୍ବାଦ କଥନ
ଗୋପୀଙ୍କ ଉଦନ୍ତ ଘେନି ଉଦ୍ଧବ ହୋଇ ମେଲାଣି ମଥୁରା ନ‌ଗରେ ପରବେଶ ।
ଶ୍ରୀକୃଷ୍ଣ ପାରୁଶେ ହେଲା ଚରଣେ ପ୍ରଣାମ କଲା ଦେଖି ଦୀନବନ୍ଧୁ ହେଲେ ତୋଷ
ସେ । ବ୍ରଜବୀର ।
ଆଲିଙ୍ଗନ କରି ବସାଇଲେ । ଗୋପର କୁଶଳ ପଚାରିଲେ ସେ ।
ଶୁଣ ହେ ଭକତବର ଯାଇଥିଲ ଗୋପ‌ପୁର କ‌ହ ଗୋପୀ କି କରୁଅଛନ୍ତି ।
ସେ ଯେ ମୋର ପ୍ରାଣ ସମ ବିହି କରାଇଲା ବାମ ଦିବା ନିଶୀ କିରୂପେ ଅଛନ୍ତି
ସେ । ଗୋପୀମାନେ ।
ଉତ୍ପାତ ନାହିଁନା ବୃନ୍ଦାବନେ । ସୁଖେ ଛନ୍ତିଟିକି ଜୀବମାନେ ହେ ।
ନନ୍ଦ ଯଶୋଦା ସ‌ହିତେ ମୋର ପ୍ରୀୟସଖୀ ଯେତେ କୁଶଳ ତାଙ୍କରଟିକି କ‌ହ ।
ଗୋବିନ୍ଦ ବଚନ ଶୁଣି ଉଦ୍ଧବ ଯୋଡ଼ିଲେ ପାଣି ପ୍ରେମେ ଥରହର କମ୍ପେ ଦେହ
ସେ । ଯଦୁବୀର ।
କ‌ହେ ଗୋପୀଙ୍କର କଥାମାନ । କ୍ଷଣେ କ୍ଷଣେ ବୁଜଇ ନୟନ ସେ ।