ପୃଷ୍ଠା:Typical selections from Oriya literature.pdf/୪୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୪
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣ ହେ କରୁଣାସିନ୍ଧୁ ଧନ୍ୟ ହେ ବରଜବନ୍ଧୁ ଯାହା ମୁଁ ଦେଖିଲି ତାହାଙ୍କର ।
ଅଶେଷ ଭୁବନେ ପୂରି ଯେତେ ଛନ୍ତି ବ୍ରତାଚାରୀ ସତୀ ଯତୀ ଶଙ୍କର ଅମର ସେ । ଶେଷଆଦି ।
ସମାନ ନୁହ‌ନ୍ତି ତାଙ୍କ ସଙ୍ଗେ । ଧନ୍ୟ ମୁଁ ଦେଖିଲି ନେତ୍ର‌ଯୁଗେ ହେ ।
ମୋଠାରେ ସୁଦୟା କରି ପେଶିଲ ବରଜପୁରୀ ଭାଗ୍ୟବଳେ କଲି ଦରଶନ ।
ଏବେ ଏହି କୃପାକର ଆଜ୍ଞା ଦିଅ ଶିରୀଧର ଫେରିଯିବି ସେହି ବୃନ୍ଦାବନ ହେ । ଦୀନବନ୍ଧୁ ।
ଗୋପୀଙ୍କ ସଙ୍ଗରେ ବଞ୍ଚୁଥିବି । ଏଥେ ଥାଇ କି ସୁଖ ଭୁଞ୍ଜିବି ହେ ।
କରୁଥିବି ତାଙ୍କ କର୍ମ ସାଧୁଥିବି ତାଙ୍କ ଧର୍ମ କ‌ହୁଥିବି ତବରୂପ ଧ୍ୟାୟେ ହେ । ଦୀନବନ୍ଧୁ ।
କୃଷ୍ଣ ବୋଲି ଗାଉଥିବି ମୁଖେ । ଥିବି ସେ ଗୋପୀଙ୍କ ପାଖେ ପାଖେ ହେ ।
ଏତେ କ‌ହି ଯଦୁମଣି ନୟନୁ ବରଷେ ପାଣି ଦେଖି ପଚାରନ୍ତି ନନ୍ଦବଳା ।
କି କ‌ହି ଅଛନ୍ତି ଗୋପୀ ତାହା ସେ କ‌ହ ସଂକ୍ଷେପି ଶୁଣିଲେ ତୁଟିବ ଦୁଃଖକ‌ଳା । ହେ । ଯଦୁମଣି ।
ଗୋପୀଙ୍କ ସମାନେ ଦୁଃଖୀ ନାହିଁ । ଗୋବିନ୍ଦ ବଚନ ଶୁଣି କ‌ହି ସେ ।
କି କ‌ହିବି ଗୋପକଥା କ‌ହିଲେ ଲାଗଇ ବ୍ୟଥା ଅଶୋଭା ଦିଶଇ ବୃନ୍ଦାବନ ।
କାନ୍ଦୁଛନ୍ତି ଗୋପୀମାନେ କୃଶ ହୋଇ ଦିନେ ଦିନେ କ୍ଷୀର ନ ଦିଅନ୍ତି ଧେନୁମାନ
ହେ । ଦୀନବନ୍ଧୁ ।
କୃଷିମାନ ନ ଫଳଇ ଭଲେ । ବୃଷ୍ଟି ନ କରନ୍ତି ମେଘମାଳେ ହେ ।
କୂପେ ନ ଦିଅନ୍ତି ଜଳ ବୃକ୍ଷେ ନ ଫଳନ୍ତି ଫଳ ସୁଗନ୍ଧପବନ ନ ବ‌ହଇ ।
ଏକା ତୁମ୍ଭ ବିଚ୍ଛେଦରୁ ସାହା ହେଲା ମହାଗରୁ କାହାରି ମନେ ହରଷ ନାହିଁ ହେ । ଦୀନବନ୍ଧୁ ।
ରଜନୀ ଦିବସେ ଝୁରୁଛନ୍ତି । ମହାକଷ୍ଟେ ଗୋପୀଏ ବଞ୍ଚନ୍ତି ହେ ।
ନ ଘେନନ୍ତି ଗନ୍ଧ ପୁଷ୍ପ ନାନାଅଳଙ୍କାରେ ବେଶ ସୁସ୍ୱାଦୁ ପଦାର୍ଥ ନ ଭୁଞ୍ଜନ୍ତି ।
ନ ପିନ୍ଧନ୍ତି ଝୀନବାସ ଉଚ୍ଚେ ଛାଡ଼ନ୍ତି ନିଶ୍ୱାସ ହାହା ଗୋବିନ୍ଦ ବୋଲି ରୋଦନ୍ତି ହେ । ଦୀନବନ୍ଧୁ ।
କ୍ଷଣେ କ୍ଷଣେ ଗଡ଼ନ୍ତି ମହୀରେ । ନ ଶୁଣନ୍ତି କ‌ହିଲେ କର୍ଣ୍ଣରେ ସେ ।
ବୃକ୍ଷ ନ ଥିଲାର ଗିରି ଦିଶଇ ଯେମନ୍ତ ହରି ପଲ୍ଲବ ବିହୀନେ ଯେହ୍ନେ ଲତା ।
ଜଳ ବିନେ ଯେହ୍ନେ ମୀନ ସୂର୍ଯ୍ୟ ବିନେ ପଦ୍ମ‌ବନ କାନ୍ତବିନେ ଯେସନେ ବନିତା ହେ । ଦୀନବନ୍ଧୁ ।
ସେହିରୂପେ ହୋଇଛନ୍ତି ଗୋପୀ । କେ କ‌ହିବ ସେ ଦୁଃଖ ସକ୍ଷେପି ହେ ।
ଶଙ୍ଖାରି ତାମ୍ବୁଳମାନେ କାଚରା ବଣିକଗଣେ ସୂନାରି ସ‌ହିତେ ପାଞ୍ଚଜାତି ।