ସର୍ବ ଜୀବେ ଦୟା ବହ ମୁଖେ ହରେକୃଷ୍ଣ କହ କାମ କ୍ରୋଧ ଆଦି ଲୋଭ ମୋହ ।
ମଦ ମାତ୍ସାର୍ଯ୍ୟ ସଂହରି ତେଜ ଏ ଷଡ଼ଅଇରି ସଦାକାଳେ କରନ୍ତି ଏ କୋହ ହେ ।
ନରମାନେ ।
ବାସୁଦେବ ସ୍ମରଣେ ଘୁଞ୍ଚନ୍ତି । ଯେ ଭଜନ୍ତି ତାହାକୁ ମୁଞ୍ଚନ୍ତି ହେ ।
ଦେଖୁଅଛତ ସାକ୍ଷାତେ ମରିଯାଉଛନ୍ତି ଯେତେ କେହି କିଛି ସଙ୍ଗେ ନ ନିଅନ୍ତି ।
ବିଅର୍ଥେ ହେଉଛ ବଣା ଚକ୍ଷୁ ଥାଉଁ ହୁଅ କଣା ଭଜ ଯାହା ଗୁରୁ କହିଛନ୍ତି ହେ ।
ନରମାନେ ।
ଯେବେ ଭୟ ଅଛଇ ଯମକୁ । ତେବେ ଆଶ୍ରେ କର ଗୋବିନ୍ଦଙ୍କୁ ହେ ।
ନିର୍ଦ୍ଦୟ ସେ ଜନ୍ତୁରାଜା କରଇ ଯେତେ ତରିଜା ତିଳେ ସେ ଉପ୍ରୋଧ ନ କରଇ ।
ଶୁଣୁ ଅଛତ ପୁରାଣେ କୃଷ୍ଣ ନ ଭଜିଲା ଜନେ ନରକରେ ତାହାଙ୍କୁ ବୁଡ଼ାଇ ହେ ।
ନରମାନେ ।
ଏହା ଜାଣି ଛାଡ଼ ସର୍ବମାନ । କର ରାଧା ଗୋବିନ୍ଦଙ୍କ ଧ୍ୟାନ ହେ ।
ଭକତ ଚରଣ ଦାସ ହୋଇଲା ବଡ଼ ନିରାଶ ଯେଣୁ ନ ପାଇଲା ସାଧୁସଙ୍ଗ ।
ସଂସାରସାଗରେ ଜଡ଼ି ନିରତେ ରହିଲା ବୁଡ଼ି ମଲା ବାଜି ବିଷମ ତରଙ୍ଗ ହେ ।
ସାଧୁମାନେ
ଦେଖି ଦୟା ଅଧମକୁ କର । ତୁମ୍ଭ ପାଦ ଦିଅ ମୋଅ ଶିର ହେ ।
ଆରତ ତ୍ରାଣ ଚୌତିଶା
ଦୀନକୃଷ୍ଣ ଦାସ
ରାଗ- କାମୋଦୀ
କୃପାସିନ୍ଧୁ ବଦନ କରି ଅବଲୋକନ କେଉଁ କରମହୀନ ଜନ ।
କାକୁସ୍ଥତର ହୋଇ କରଯୋଡ଼ି ଜଣାଇ ଗରୁଡ଼ସ୍ତମ୍ଭ ସନ୍ନିଧାନ ହେ । ମହାପ୍ରଭୁ ।
କୃପାସରିତପତି ହୋଇ । କରମହୀନଜନ ତହିଁ ।
କରୁଣା କଲ ନାହିଁ କିପାଁ ହେ ଭାବଗ୍ରାହୀ କହ ମୁଁ ବିଚିତ୍ର ମଣଇଁ ହେ । ମହାପ୍ରଭୁ ।
ଖିଳ ବ୍ରହ୍ମାଣ୍ତୋଦରେ କର୍ମହୀନ ଜନରେ ଯେଣୁ ମୋ ସମ ଆନ ନାହିଁ ।
ଖଗତିଳକକାନ୍ତ ସେ କାରଣୁ ଏମନ୍ତ ଖେଦାଅରତେ କହିଲଇଁ ହେ । ମହାପ୍ରଭୁ ।
ଖଣ୍ତିଲ ନାହିଁ ଯେଣୁ ମୋର । ଖେଦକରୁଣାରତ୍ନାକର ।
ଖିଳବ୍ରହ୍ମାଣ୍ତଧର ଖଣ୍ତି ନାହିଁ କାହାର କେଉଁ ବିପତ୍ତି ବିଶ୍ୱମ୍ଭର ହେ । ମହାପ୍ରଭୁ ।
ପୃଷ୍ଠା:Typical selections from Oriya literature.pdf/୪୦୪
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୬
ଓଡ଼ିଆ ସାହିତ୍ୟ-ପରିଚୟ