ପୃଷ୍ଠା:Typical selections from Oriya literature.pdf/୪୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୭
ଓଡ଼ିଆ ସାହିତ୍ୟ-ପରିଚୟ

ଗ‌ଜରାଜ‌କୁ ଜଳେ ଗ୍ରାହ ଗ୍ରାସବାକାଳେ ଡ଼ାକିଲା ରଖ ଆଦିମୂଳ ।
ଗୁରୁତର ଆତଙ୍ଗ ଜାଣିଣ ତା ଶ୍ରୀରଙ୍ଗ ରଥାଙ୍ଗ ପେଷି ତ‌ତକାଳ ହେ । ମହାପ୍ରଭୁ ।
ଗ୍ରାହ ଜୀବନେ ନିବାରିଲ । ଗଜ ବିପତ୍ତିରୁ ତାରିଲ ।
ଗରୁତ୍ମାନ‌କେତନ ମମ କର୍ମକୁ ଘେନ ନିରାଶ ନିରବଧି ହେଲ ହେ । ମହାପ୍ରଭୁ ।
ଘନଶ୍ୟାମ ହେ ଘନବିପଦବିନାଶନ ବିଚାରୁ ଥାଇ ମନେ ମୋର ।
ଘୋର ବିପତ୍ତି ଛାର କେତେ ମାତ୍ର ଯାହାର ପ୍ରଭୁ ମହିମା ଅକୁପାର ହେ । ମହାପ୍ରଭୁ ।
ଘନେ ଏ କଥା ମନେ ଥିଲା । ଘୃଣା କି କାରଣେ ହୋଇଲା ।
ଘୋର ବିପତ୍ତି ମୋର ହୋଇ ଘଟକୁମର ମହିମାବାରିଧି ଶୋଷିଲା ହେ । ମହାପ୍ରଭୁ ।
ନୀରକ୍ଷ-ନିସ୍ତାରଣ କାରଣେ ପ୍ରହରଣ କରକମଳରେ ବ‌ହିଛ ।
ନିଧନ ସମୟରେ ନୀରକ୍ଷଜନଠାରେ ନିର୍ଦ୍ଦୟ ହୃଦୟ ହେଉଛ ହେ । ମହାପ୍ରଭୁ ।
ନୀଳାଚଳରେ ତୁମ୍ଭେ ଥିବ । ନୀରକ୍ଷ ଜନ ନାଶ ଯିବ ।
ନିଖିଳ-ନିକେତନ ନବପଞ୍ଚଭୁବନ ମଧ୍ୟରେ କେମ‌ନ୍ତ ଶୁଭିବ ହେ । ମହାପ୍ରଭୁ ।
ଚତୁଃବର୍ଗ ଯାହାର ଚରଣେ ପରିଚାର ଚଞ୍ଚଳା ଯାର ଆଜ୍ଞାକାରୀ ।
ଚାହିଁ ଯାହା ଶ୍ରୀମୁଖ ଚ୍ୟୁତ ଦୁରିତ ଦୁଃଖ ସେ ପ୍ରଭୁ ଭୃତ୍ୟହିଁ ଭିଖାରି ହେ । ମହାପ୍ରଭୁ ।
ଚତୁର୍ଦ୍ଦଶଭୁବନ-ପ୍ରାଣି । ଚକିତ ହେବେ ଏହା ଶୁଣ ।
ଚିତ୍ର ନୋହେ କି ଏହୁ କଥା ହେ ମହାବାହୁ ନୀଳଶଇଳଚୂଡ଼ାମଣି ହେ । ମହାପ୍ରଭୁ ।
ଛାଡ଼ି ସକଳ ଆଶ ତୁମ୍ଭ ପଦ-ସାରସ ଭରସା କରିଛି ସନ୍ତ‌ତେ ।
କ୍ଷୋଭସାଗରେ ପଡ଼ି ମରିବାକାଳେ ବୁଡ଼ି ଛାଡ଼ିତ ଦେଉଅଛ ମୋତେ ହେ । ମହାପ୍ରଭୁ ।
କ୍ଷତିମଣ୍ତଳେ ତୁମ୍ଭ ବିନା । କ୍ଷଣହେଁ ନାହିଁ ବ୍ରଜସେହ୍ନା ।
ଛଦ୍ମ ନୋହେ ଉଚିତ କ‌ହୁଛି ପ୍ରଭୁ ସତ୍ୟ ନିଶ୍ଚେ ଏତେବେଳକୁ ସିନା ହେ । ମହାପ୍ରଭୁ ।
ଜଗତ ଅନୁରାଗେ ଜାତ ଅବନୀଭାଗେ ଦଇବେ ଜଗତର ନାଥ ।
ଜଗତଜନଙ୍କର ଭିତରୁହିଁ ବାହାର ମୁହିଁ କି କାରଣେ ଅନାଥ ହେ । ମହାପ୍ରଭୁ ।
ଜଗନ୍ନାଥ ନାମ ବ‌ହିଛି । ଜନଆରତ ନ ସ‌ହିବ ।
ଜଗତପତି ହୋଇ ଅନୀତି କଲାଠାଇଁ ଆଉ କେ କା ଆଗେ କ‌ହିବ ହେ । ମହାପ୍ରଭୁ ।
ଝଳିଛି ଏ ବଚନ ନବପଞ୍ଚଭୁବନ ଆରତଭଞ୍ଜନ ଶ୍ରୀହରି ।
ଝଞ୍ଜକା ମଣୁ ଅଛ କିପାଁ ମୋ ବିଷୟରେ ବିନାଶକାଳେ ଦଇତାରି ହେ । ମହାପ୍ରଭୁ ।
ଝାଡ଼େ ଡାକିଲା ଗର୍ଭାଏଣୀ । ଝଟତିରେ ତା ଡ଼ାକ ଶୁଣି ।
ଝିମିଟେ ସେ ବିପତ୍ତି ହରିଲ ହେ ଶ୍ରୀପତି ଜନେ ନିର୍ଦ୍ଦୟ କିପାଁ ପୁଣି ହେ । ମହାପ୍ରଭୁ ।
ନିର୍ଦ୍ଦୟା ଥିଲେ ଚିତ୍ତେ କ‌ହ ହେ ପ୍ରଭୁ ମୋତେ ମୋ ଜୀବ ପ୍ରତିଆଶା ଫିଟୁ ।
ନିଶ୍ଚେ କରୁଣାନିଧି ହେଲେ ନିର୍ଦ୍ଦୟନିଧି ବୋଲି ତ୍ରିଭୁବନେ ପ୍ରକଟୁ ହେ । ମହାପ୍ରଭୁ ।
ନିଶ୍ଚେ ନିର୍ଦ୍ଦୟ ହେବ ଯେବେ ନିଖିଳେ ଆଉ ନିକି ଥିବେ ।
ନାଗନୃପତି ସୁର ସମୀର ନିଧିଧର ଯେ ଯାହା ସତ୍ୟକୁ ଲଙ୍ଘିବେ । ମହାପ୍ରଭୁ ।
ଟିକାଏ ବିଳମ୍ବିତ ନ କରି ପାଣ୍ତୁସୁତ ଯୋଷିତ ସଙ୍କଟୁ ତାରିଲ ।