ପୃଷ୍ଠା:Typical selections from Oriya literature.pdf/୪୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୮
ଓଡ଼ିଆ ସାହିତ୍ୟ-ପରିଚୟ

ଟେକ ଦୁଃ‌ସ‌ହ ଘୋର ଦାରିଦ୍ର ସୁଦାମାର ଦର୍ଶନ ମାତ୍ରକେ ହରିଲ ହେ । ସଦାପ୍ରଭୁ ।
ଟେକ କରୁଣା କଟାକ୍ଷରେ । ଟିକାଏ ବିଲୋକିଲେ ମୋରେ ।
ଟଳିବକି ମହିମାସାଗର ସୁଖସୀମା ଏମ‌ନ୍ତ ବିଚାର ମନରେ ହେ । ମହାପ୍ରଭୁ ।
ଠାବ ନ କଲି ଚିତ୍ତେ କେଉଁ ଦୋଷକୁ ମୋତେ ନିରାଶ କରୁଛ ଗୋସାଇଁ ।
ଠାକୁର ହୋଇ ଭୃତ୍ୟଠାରେ କଲେ ଏମ‌ନ୍ତ ଆଉ କି ଆଗେ କ‌ହିବଇଁ ହେ । ମହାପ୍ରଭୁ ।
ଠୁଳବିପତ୍ତି ଦେଖି ମୋର । ଠିକେ ବା କରୁଛ ଅନ୍ତର ।
ଠଣ ପଦ୍ମଚରଣ ବିନୁ ପ୍ରତିକାରଣ ଅଛି କେ ବ୍ରହ୍ମାଣ୍ତ ଭିତରେ ହେ । ମହାପ୍ରଭୁ ।
ଡେରିଥିଲ ଶ୍ରବଣ ଗଜ ଆଦି ବ୍ରାହ୍ମଣ ଡ଼ାକିଲା ମାତ୍ରକେ ଶୁଣିଲ ।
ଡୋଳା ଗୋଚରେ ଥାଇ ଡ଼ାକିଲେ ନ ଶୁଭଇ କର୍ଣ୍ଣେ କି କୁ‌ହର ମୁଦିଲ ହେ । ମହାପ୍ରଭୁ ।
ଡାକ ବାଜୁଛି ଜଗତରେ । ଡ଼ାକିଲେ ନ ଶୁଣ କର୍ଣ୍ଣରେ ।
ଡରିଲ କି ମୋହର ବିପଦ ଦେଖି ଘୋର ତେଣୁ ବା ନ ଶୁଣୁଛ ବାରେ ହେ । ମହାପ୍ରଭୁ ।
ଢାଳେ ତୁମ୍ଭ ବାହାରେ ଅଛି କେ ଜଗତରେ କା ଆଗେ ଜଣାଇବି ଆଉ ।
ଢାଳେ ବିପଦାର୍ଣ୍ଣବେ ଭାସୁଛି ଭୃତ୍ୟ ଏବେ ତୁମ୍ଭ ପରାଏ ପ୍ରଭୁ ଥାଉଁ ହେ । ମହାପ୍ରଭୁ ।
ଢମାଳି ପ୍ରାୟେ ମୋ ଉତ୍ତର । ଢାଳେ ନ ମଣ ଚକ୍ରଧର ।
ଳିଢ ନ ଯାଉ ଜୀବ ଦେଇ କରୁଣାନାବ ଉଦ୍ଧରିଧର ବିଶ୍ୱମ୍ଭର ହେ । ମହାପ୍ରଭୁ ।
ଆହେ ହେ ମହାବାହୁ ବିପଦଚନ୍ଦ୍ରରାହୁ ଆଜ୍ଞା ଯେ ଦେଇଛ ଶ୍ରୀମୁଖେ ।
ଆରତୀ ଜନ ହେଲେ ଆରତରେ ଡ଼ାକିଲେ ମୁଁ ତାହା ନ ସ‌ହଇ ରେଖେ ହେ । ମହାପ୍ରଭୁ ।
ଆଉ ଆରତୀ ମୋହପରେ । ଅଛି କେ ବ୍ରହ୍ମାଣ୍ତ ଭିତରେ ।
ଆରତ‌ତ୍ରାଣ ତାହା ଜାଣ ହେ ଚଉବାହା ପ୍ରତ୍ୟୟ ନାହିଁ ମୋ ମନରେ ହେ । ମହାପ୍ରଭୁ ।
ତୁମ୍ଭେ ତ୍ରିତାପ‌ହର ତ୍ରିଭୁବନ ଈଶ୍ୱର ଆରତଜନ ନିସ୍ତାରଣ ।
ତେଣୁ କରି ମୋହର ଭରସା ନିରନ୍ତର ଯେଣୁ ମୁଁ ପତିତଭୂଷଣ ହେ । ମହାପ୍ରଭୁ ।
ତ‌ଥାପି କରୁଣାନିଧାନ । ତ୍ରାହି ନ କଲେ ଦୀନ‌ଜନ ।
ତେଣୁ ତୁମ୍ଭର ଦୀନବନ୍ଧୁ ନାମ କେତନ ତେଜ ତ୍ରିଭୁବନମୋହ‌ନ ହେ । ମହାପ୍ରଭୁ ।
ଥୟ ନୋହୁଛି ମନ ଯେହ୍ନେ ବିଜୁଳୀ ଘନ ନଳିନୀଦଳବନ ପ୍ରାୟ ।
ଥିଲା ଯେଉଁ ପ୍ରଭୁକୁ ଆଶା ଉଦ୍ଧାରିବାକୁ ଦେଖି ସେ ପ୍ରଭୁକୁ ନିର୍ଦ୍ଦୟ ହେ । ମହାପ୍ରଭୁ ।
ସ୍ଥଳେ କେ ଅଛି ଜଗତରେ । ଥୟ ବା କେ କରିବ ମୋରେ ।
ସ୍ଥିତି ଆଦି ପ୍ରଳୟେ ଯାହେ ଆଜ୍ଞାରେ ହୁଏ ସେ ପ୍ରଭୁ ନ ରଖିଲାଠାରେ ହେ । ମହାପ୍ରଭୁ ।
ଦୟାସାଗର ବୋଲି ଦମ୍ଭ ତେଜି ଭଜିଲି ଅମ୍ବୁଜ-ଚରଣେ ତୁମ୍ଭର ।