ପୃଷ୍ଠା:Typical selections from Oriya literature.pdf/୪୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୯
ଓଡ଼ିଆ ସାହିତ୍ୟ-ପରିଚୟ

ଦେଲେ ଯାହା ବିବୁଧପତିପଦ ବିଶୁଦ୍ଧ ମୋ କର୍ମେ ଦୟାହିଁ ଦୁସ୍ତର ହେ । ମହାପ୍ରଭୁ ।
ଦୀନବନ୍ଧୁ ନାମ ତୁମ୍ଭର । ଦ୍ୱିସପ୍ତ ଲୋକରେ ବିସ୍ତାର ।
ଦେଖୁ ଦେଖୁ ଦୁର୍ଗତି ଦେଉଛି ଦଣ୍ତ ଅତି ଏ ତ୍ରପା ହୋଇବ କାହାର ହେ । ମହାପ୍ରଭୁ ।
ଧରିଛି ଏହି ସୁଖ ମନେ ହେ ପଦ୍ମମୁଖ ଅଭୟ ପଞ୍ଜରେ ପଶିଲେ ।
ଧରି ଦାରୁଣ ମୂର୍ତ୍ତି ହୋଇ ସକ୍ରୋଧ ଅତି ବିଷମ ବିପଦ ଗ୍ରାସିଲେ ହେ । ମହାପ୍ରଭୁ ।
ଧରି ଯାହା ନାମ ମନରେ । ଧ୍ରୁବ ପ୍ରହ୍ଲାଦ ନିସ୍ତାରିଲେ ।
ଧରି ହୁଏ ଭରସା ପତିତ ପ୍ରତିଆଶା କରିଛି ରଜନୀ ବାସରେ ହେ । ମହାପ୍ରଭୁ ।
ନିଗୂଢ଼ ସଙ୍କଟକୁ ପେଷ ସୁଦର୍ଶନ‌କୁ ଏବେ କି କାରଣେ ନ ପେଷ ।
ନିଶ୍ଚେ ନୀରକ୍ଷ ନାଶ ଗଲେ ହେ ହୃଷୀକେଶ ଏଥି କି ହୋଇବ ପୌରୁଷ ହେ । ମହାପ୍ରଭୁ ।
ନ ସ‌ହି ଆରତ ବିଳମ୍ବ । ନିସ୍ତାରିଛ ନୃତ କଦମ୍ବ ।
ନିଧନ ସମୟରେ ନୀରକ୍ଷ ଜନଠାରେ ଏବେ କି କାରଣେ ବିଳମ୍ବ ହେ । ମହାପ୍ରଭୁ ।
ପରିହରି ସକଳ ଆଶା ହେ ଆଦିମୂଳ ପଶିଛି ଶରଣ ତୁମ୍ଭର ।
ପ୍ରଭୁ ତ ଅବିଚାର କରି ଦେଉଛ ଘୋର ବିପଦ ସଙ୍କଟ ମୁଖର ହେ । ମହାପ୍ରଭୁ ।
ପରାପର ତୁମ୍ଭର ନାହିଁ । ପରମ ଦୟାଳୁ ଗୋସାଇଁ ।
ପତିତଗତି ହୋଇ ପତିତଜନ ଠାଇଁ ଏଡ଼େ ନିର୍ଦ୍ଦୟ କାହିଁ ପାଇଁ ହେ । ମହାପ୍ରଭୁ ।
ଫେଡ଼ି କ‌ହିବି କେତେ ଭରସା ଅଛି ଯେତେ ତୁମ୍ଭ ଶ୍ରୀଚରଣେ ମୋହର ।
ଫୁଲେନ୍ଦୀବରେକ୍ଷଣ ତୁମ୍ଭେ ତ ତାହା ଜାଣ ଜାଣି କରୁଛ କିପାଁ ଦୂର ହେ । ମହାପ୍ରଭୁ ।
ଫନ୍ଦା ମୁଁ କରିଛି ତୁମ୍ଭଙ୍କୁ । ଫାଇଁ ଦୁସ୍ତରୁ ତରିବାକୁ ।
ଫଣିଶୟନ ଦୀନବାନ୍ଧବ ହୋଇ ଭିନ୍ନ ନ କର ନୀରକ୍ଷଜନ‌କୁ ହେ । ମହାପ୍ରଭୁ ।
ବନ‌ଜ-କର ଯାନ-ଚରଣ ବିଲୋକନ କରି ପ୍ରମୋଦ ହେଉଥାଇ ।
ବିଷମ ସମୟରେ ମୋହ ପକ୍ଷ‌ପାତରେ ପ୍ରତିକାର କରିବା ପାଇଁ ହେ । ମହାପ୍ରଭୁ ।
ବିଷମ ସଙ୍କଟ ପଡ଼ିଲା । ବାରେ କି ଚକ୍ର ନ ଭେଦିଲା ।
ବିନାଶିବାରୁ ଗାଢ଼ ବିପତ୍ତିମାନ ଦାଢ଼ ଚକ୍ର ବା ବକ୍ରକୁ ଭଜିଲା ହେ । ମହାପ୍ରଭୁ ।
ଭୂମୀଭରା ହରଣେ ପତିତ ନିସ୍ତାରଣେ ଭୃତ୍ୟକୁ ଉଦ୍ଧାରିବା ପାଇଁ ।
ଭାବେ ନୀଳକନ୍ଦରେ ବିଜେ କରିଛି କରେ କମ୍ବୁ ଚକ୍ର ଭୂଷିତ ହୋଇ ହେ । ମହାପ୍ରଭୁ ।
ଭକ୍ତବତ୍ସଳ ତୁମ୍ଭ ବାନା । ଭବଭୟକୁ ବଜ୍ରସେହ୍ନା ।
ଭଗସାଗରେ ଯେବେ ଭୃତ୍ୟ ଭାସିବ ଏବେ ସେ ନିନ୍ଦା ତୁମ୍ଭଙ୍କୁହିଁ ସିନା ହେ । ମହାପ୍ରଭୁ ।
ମହାପ୍ରଭୁ ଅନ୍ତର କରିଲେହେଁ ମୋହର ତୁମ୍ଭ ବିହୁନେ ଅନ୍ୟ ନାହିଁ ।
ମୃଗ ଧୃତ ଚକୋର ଚାତକ ଜଳଧର ମୀନ ଜୀବନ ପ୍ରାୟ ହୋଇ ହେ । ମହାପ୍ରଭୁ ।
ମୋରେ ଯେବେ ଦୟା ନୋହିବ । ମୋ ଜୀବ କ୍ଷଣେ ନ ରହିବ ।