ପୃଷ୍ଠା:Typical selections from Oriya literature.pdf/୪୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୨
ଓଡ଼ିଆ ସାହିତ୍ୟ-ପରିଚୟ

ବଦନ ଟେକି କଣିଆଇଁ ଚାହେଁ । ଏଣିକି ବୋଇଲେ ତେଣିକି ଯାଏ ।
କାଲ ଯେସନେ ଥାଇ ପାଶେ ରହି । ଡ଼ାକି ଡ଼ାକି ମଲେ ଶୁଣଇ ନାହିଁ ।
ମନେ ତାପ କରି ଅତି ଧିକ୍କାରେ । ଗାଳିଦେଳୁଁ ତାକୁ ନାନାପ୍ରକାରେ ।
ପଡ଼ି ନ ମଲୁରେ ଜାଡ଼ୁଆଗୋଟା । କାଲ ହୋଇଲୁ କି ଆରେ କେଉଟା ।
ଡ଼ାକି ଡ଼ାକି ଆମ୍ଭେ ମରୁଛୁଁ ଏଣେ । ସର୍ପ ଖାଉ ତୋର ବେନି ଶ୍ରବଣେ ।
ଦଇ‌ବ ଯେମନ୍ତ ହୋଇବ ସତ । ବୁକୁରେ ତୋର ମାଡ଼ିବସୁ ଭୁତ ।
ନାବ ମଂଗଖଣ୍ତ ପଡ଼ିବ ଛିଡ଼ି । ମଝିନଈରେ ତୁ ମରିବୁ ବୁଡ଼ି ।
ଅଝାଲ ଦଉଡ଼ି ଛିଡ଼ିଣ ଯାଉ । ନାବ ବୁଡ଼ୁ ତୋତେ କୁମ୍ଭୀର ଖାଉ ।
ଏକମୁଖ ହୋଇ ସର୍ବ ଗୁଆଳୀ । ନାନାପ୍ରକାରେ ଦେଉଅଛୁଁ ଗାଳି ।
ଏମନ୍ତ ଶ୍ରୀକୃଷ୍ଣତ ଲୟ କଲେ । କେ ତୁମ୍ଭେ ବୋଲିଣ କୋପେ ବୋଇଲେ ।
ଦ‌ଦରା ନାବରେ ଅଛଇଁ ଚଢ଼ି । କାହିଁକି ମରୁଛ ବୋବାଳି ପାଡ଼ି ।
ଆମ୍ଭେତ ତୁମ୍ଭର ତରାଇ ନୋହୁ । ମୀନ ମାରିବାକୁ ନ‌ଦୀରେ ଥାଉଁ ।
ଭାତ ବରତନ ଦେଇଛ କେତେ । ତ‌ହିଁକି ତେଜ ଲୋ କାଟୁଛ ଏତେ ।
ଗୋପୀଏ ବୋଇଲେ ତରାଇ ଭାଇ । ଉଚିତ କଥାକୁ ଚଳୁ କିପାଁଇ ।
ତୋହ ଦୁଃଖ ମୂଲ କଉଡ଼ି ଦେବୁଁ । ପାରି କରିଦେଲେ ମଥୁରା ଯିବୁଁ ।
ପଣେ ପଣେ ଦେଲେ ଅଣ୍ଟଇ ସିନା । କାହିଁକି ଭାଳୁଛୁ କେଉଟ ନନା ।
ତୋହ ପେଟଭାତ ନ ଦେବୁ ନିକି । ବେଗେ ପାରିକର ସର୍ବ ଗୋପୀଙ୍କି ।
ଅଳଙ୍କାରବୋଲି
ଦିନ‌କୃଷ୍ଣ ଦାସ
ଦିନେ ହୋଇଲେ କାଚରାମୂରତି । ଦିନେ କୁଞ୍ଜବନେ ହେଲେ ନୃପତି ।
ଦିନେ ମୂଷା ହୋଇ ଖୋଷା କାଟିଲେ । ଦିନେ ମାର୍ଜ୍ଜାରୀସ୍ୱରୂପ ଧଇଲେ ।
ଦିନେ ଗୁଣିଆ ହୋଇଲେ ଗୋପରେ । ଦିନେ ଭୂତ ହେଲେ ରାଧାମନ୍ଦିରେ ।
ଦିନେ ମାଳୀ ହୋଇ ଫୁଲ ଗୁନ୍ଥିଲେ । ଦିନେ ଶଙ୍ଖାରିମୂରତି ଧଇଲେ ।
ଦିନେ ହୋଇଲେ ଅପୂର୍ବମୂରତି । ଦିନେ ଦିନେ ନଟବର ହୁଅନ୍ତି ।
ଦିନେ ରଙ୍ଗଣୀମୂରତି ଧଇଲେ । ଦିନେ ଘାଟୁଆଳବେଶ ହୋଇଲେ ।
ତ‌ହିଁ ବିଚାର କରନ୍ତି ଶ୍ରୀହରି । ଆଜ ରାଧାକୁ ଭେଟିବି କିପରି ।
ଯେଉଁ କଥାରେ ରସନ୍ତି କାମିନୀ । ଆଜି ସେହି ପଦାର୍ଥ ଯିବି ଘେନି ।
ଏତେ ବିଚାରି ମନରେ ଶ୍ରୀପତି । ରଙ୍ଗେ ହୋଇଲେ ସୁନାରି ମୂରତି ।
କପଟରେ ରଚିଲେ ଅଳଙ୍କାର । ଯ‌ହିଁ ଶରଧା ହେବ ରାଧିକାର ।