ପୃଷ୍ଠା:Typical selections from Oriya literature.pdf/୪୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୪
ଓଡ଼ିଆ ସାହିତ୍ୟ-ପରିଚୟ

 ସୁରମୋହିନୀ ଗୋ ବାଛି ତୁ ଘେନ । ଓଷା ବରତକୁ ଲୋଡ଼ା ସେମାନ ।
ଛେଚା କଣ୍ଠିମାଳି ଅଛି ଯତନ । ତ‌ହିଁ ଲାଗିଛି ରୋହିମାଛମାନ ।
ମାଳି ଦଶଅବତାର ଅପାର । ମାଳି ଝୁମ୍ପାବନ୍ଧା ନାନାପ୍ରକାର ।
ମାଳି ଅଏଁଳାମଞ୍ଜିଆ ବ‌ହୁତ । ସେହି ମାଳିକି କଉଡ଼ି ନାହିଁ ତ ।
ଅଛି ଅର୍ଦ୍ଧଚନ୍ଦ୍ରଗୁଣା ଅନେକ । ତ‌ହିଁ ମାଣିକ୍ୟ ହୋଇଛି ନାୟକ ।
ଅଛି ବିଜୁଳି ପରି ଗୁଣାମାନ । ନାକ ତଳକୁ ଦିଶିବ ଯତନ ।
ଅଛି ବିଜୁଳି ଗୁଣା ଗୋ ସୁକେଣି । ବାଛି ଘେନ ତା ସମସ୍ତେ ପ୍ରଶଂସି ।
କମ ପଦ୍ମକେଶରୀ ଗୁଣା ଅଛି । ବାହୁନିବାକୁ ତ‌ହିଁ ନାହିଁ କିଛି ।
ଅଛି ଗଣନା ନାହିଁ ନୂଆଗୁଣା । ଗୁଣା ଗୋଟିଏ ନୁହଇ ପୁରୁଣା ।
ଅଛି ତ୍ରିଲୋଚନ ଗୁଣା ଅନେକ । ତ‌ହିଁ ଶରଧା ଯୁବତୀମାନଙ୍କ ।
କମ ସିଂହଡ଼ା ଗଢ଼ିଅଛି ଆଣି । ତ‌ହିଁ କର ଦେବ କେଉଁ ବିନ୍ଧାଣୀ ।
ବଳା ଗୁଣାକୁ କେହି ନ ପଡ଼ିବ । ଗୁଣା ଭାଙ୍ଗିଲେ ନାଡ଼ ରହିଥିବ ।
ଅଛି ବ‌ହୁତ କମ ଘଷା ଗୁଣା । ଗୁଣା ଗୋଟିଏ ନୁହଇ ପୁରୁଣା ।
ଅଛି ନୂଆ ଫୁଲଗୁଣା ଅପାର । ମନ୍ଦ‌ହାସୀକି ଦିଶିବ ସୁନ୍ଦର ।
ଅଛି ଓଲଟମୁହାଁ ନାକଚଣା । ଥଣ୍ଟ ମାଣିକ୍ୟ ଆଖି ଦୁଇଡ଼େଣା।
ଅଛି କଣ୍ଠି ନାକଚଣା ଅପାର । ସବୁ କମ ଭିତରୁ ସେ ବାହାର ।
ଅଛି ସରୁ ନାକଚଣା ଅପାର । କ‌ହ ଶରଧା କାହିଁକି ବାହାର ।
ଅଛି ସବୁ ନାକଚଣା ଅନେକ । ହୀରା ନୀଳା ଦୁଇଗୋଟି ମାଣିକ ।
ଅଛି ବଉଳକୋଳି ନାକଚଣା । ସେଯେ ନାଗରୀମାନଙ୍କର ଗୁଣା ।
ଆମ୍ବକେରିଆ ନାକଚଣା ଅଛି । ସବୁ ଏକାତୁଲେ ଗଢ଼ା ହୋଇଛି ।
ଅଛି ମୁକୁତା ଥୋପି ନାକୁଆସି । ଆଗ କରି ଘେନିବ ତା ପ୍ରଶଂସି ।
ଅଛି ଅପାର କମ‌ପଟିଆମ । କର୍ଣ୍ଣ ପୁଟକୁ ହେବ ଅଭିରାମ ।
ଅଛି ନୂଆ କମକାପ ଅନେକ । ଖସା ବସିଛି ଚାରିପାଖ‌ଯାକ ।
ଅଛି ଗଣ୍ଠିଆ କମ ଚାରିଜାତି । ଠୁଳ ଚଉଦମାଢ଼ ତେର ରତି ।
ଅଛି ବଗଡ଼ାଏ ନିଦାବନ୍ଦିଆ । ଶଏବରଷେ ହୋଇଥିବ ନୁଆ ।
ଅଛି ମାଣିକ୍ୟ ତାଟଙ୍କ ବ‌ହୁତ । ମଝି ବେଢ଼ରେ ବସିଛି ମର୍କତ ।
ଅଛି ଅପାର କମ ଫିରିଫିରା । ଫଳିକା‌ନ‌କୁ ସେହି ସିନା ତୋରା ।
ଅଛି ଦକ୍ଷିଣି ବଳାବଳିଗୁଣା । ମୂଳ ବାରସୁନିଆ ତେରଅଣା ।
ଅଛି ହିରାବସା ପେଡ଼ି ଝଲକା । ସୁନା ସାତମାଢ଼ ଦୁଇପଦିକା ।
ଅଛି ଫୁଲ ତିନିଜାତି ଅନେକ । ଫୁଲ ମଝିରେ ବସିଛି ମାଣିକ ।
ଅଛି ସୁନ୍ଦର ଝଲକା ଅପାର । କାନେ ଥିଲେ ମୋହୁଥିବ ସଂସାର ।
ଅଛି ହୀରା ମାଣିକ୍ୟ ମଲ୍ଲିକଢ଼ୀ । ମୂଲ ସ‌ହସ୍ରସୁନିଆ କଉଡ଼ି ।
ଅଛି ଗଠନ ଦାନ୍ତିଆ ଅପାର । ତ‌ହିଁ ଶରଧା ହାଟୁଆଣିଙ୍କର ।
ଅଛି ବ‌ହୁତ କମ ଚନ୍ଦ୍ରଝୁମ୍ପା । ଲଗାଇଲେ ସେ ଯୁବାହୃଦକମ୍ପା ।