ପୃଷ୍ଠା:Typical selections from Oriya literature.pdf/୪୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୫
ଓଡ଼ିଆ ସାହିତ୍ୟ-ପରିଚୟ

ଅଛି ଅଳକାପାଟି ଘେନ ବାଛି । ଘଷା ଚୁନି ଚାରିପାଖେ ବସିଛି ।
ଅଛି ସରିକଥା କମ ପତର । ସେଯେ ଲୋଟଣୀ ଯୁଡ଼ାକୁ ସୁନ୍ଦର ।
ଅଛି ଆହୁରି ହାତ ସୁନା ଦୂବ । ତାକୁ ଦେଖିଲେ ଘର ପାଶୋରିବ ।
ଅଛି କମ ଚଉରି ମୂର୍ତ୍ତିମାନ । ଖୋଷା ତଳକୁ ଦିଶିବ ଶୋଭନ ।
ଅଛି ଗଛିଆଣି କମ ଅପାର । କ‌ହ କାହିଁକି ଶରଧା ତୁମ୍ଭର ।
ରସକଲ୍ଲୋଳ
ଦିନ‌କୃଷ୍ଣ ଦାସ
ପ୍ରଥମ ଛାନ୍ଦ
ରାଗ - ସଙ୍ଗମତିଆହାରି
କର ସାଧୁଜନମାନେ ମନ‌କୁ ଏକ ।
କର ଧୀରେ ଧ୍ୟାନ ନୀଳାଚଳନାୟକ ।
କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ ।
କଲେ ଦର୍ଶନ ନ ରହେ କଳୁଷ ଶୋକ ।
କମଳନୟନ କୋଟି ସୁଖଦାୟକ ।
କଳାଡ଼ୋଳା ଚୁମ୍ବିଲା ଭ୍ରମର ପ୍ରାୟକ ।
କପାଳେ ସୁବର୍ଣ୍ଣରାହୁରେଖା ଝଲକ ।
କେଉଁ ଲୋକ ଅଙ୍ଗ ନ କରଇ ପୁଲକ ।
କ‌ହି ନୁହଇ ସୁରଙ୍ଗଅଧର ଟେକ ।
କବି ଜଡ଼ ହୋଏ ଯାହା କରି ବିଲୋକ ।
କର୍ଣ୍ଣେ ମକରକୁଣ୍ତଳ ଭାଲେ ତିଳକ ।
କରେ କଚଟୀ ବାହୁଟୀ ହୃଦେ ପଦକ ।
କମ୍ବୁ କଣ୍ଠେ କଉସ୍ତୁଭମଣି ନାୟକ ।
କଳୁଷ ଅନ୍ଧକାରକୁ ଦିନ-ନାୟକ ।
କଳିତ ଲଳିତ ଫୁଲମାଳ ଅନେକ ।
କରଇ ଅବଶ୍ୟ ବଶ ତ୍ରୈଲୋକ୍ୟ-ଲୋକ ।
କଳ୍ପବୃକ୍ଷେ ନାନାରତ୍ନ ଫଳ ପ୍ରାୟକ ।
କଳାପି-କଳାପେ ଶୋଭା ଶ୍ରୀଅଙ୍ଗ୍ୟାକ ।
କରେ ଶଙ୍ଖ ଚକ୍ର କଷ୍ଟ ଦୁଷ୍ଟମାରକ ।
କର୍ପୂର ଚନ୍ଦନୁଁ ଆହାଲାଦକାରକ ।