ପୃଷ୍ଠା:Typical selections from Oriya literature.pdf/୪୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୭
ଓଡ଼ିଆ ସାହିତ୍ୟ-ପରିଚୟ

କୁଶକେତୁ ଶୁଣି ଏ କଥା । କ‌ହିଲେ ଜଗନ୍ନାଥଙ୍କୁ ଅବନୀ ବ୍ୟଥା ।
କମଳ-ମୁଖୀ-କମଳା-କଣ୍ଠ-ମରକତମାଳା ଆଜ୍ଞା ଦେଲେ କରୁଣାକଟାକ୍ଷେ ଅନାଇଁ ।
କିଛି ନ ବିଚାର ତୁମ୍ଭେ ଯଦୁକୁଳେ ଯାଇ ଆମ୍ଭେ,
ଜାତ ହେବୁଁ କଂସ ପ୍ରାଣ ଘେନିବା ପାଁଇ ।
କର ତୁମ୍ଭେ ଏବେ ଗମନ । କରିବାକୁ ଗୋପକେଳି ଆମ୍ଭର ମନ ।
କୃପାସିନ୍ଧୁ ଆଜ୍ଞା ପାଇ ପରମ ଆନନ୍ଦ ହୋଇ ପଦ୍ମ-ଯୋନି ପରବେଶ ହୋଇଲେ ପୁରେ ।
କିଛିଦିନ ଅନ୍ତେ ହରି କୋଟିକାମ ରୂପ ଧରି,
ରହିଲେ ଯାଇଁ ଦେବକୀ ଦେବୀ ଗର୍ଭରେ ।
କେତେ ଦିନେ ହୋଇଲେ ଜାତ । କେଅବା କ‌ହିବ ତାହାଙ୍କର ଚରିତ ।
କରେ ଶଙ୍ଖ ଚକ୍ର ଧରି କଂସଠାରେ କ୍ରୋଧ କରି ବାଳ-କାଳୁଁ ବୀରବେଶ କଲେ ପ୍ରକାଶ ।
କଣ୍ଠେ କଉସ୍ତୁଭମଣି କୋଟି ଶଶଧର ଜିଣି,
କରିଣ ପ୍ରକାଶ ପାପଅନ୍ଧାର ନାଶ ।
କଟିତଟେ ପୀତବସନ । କଳାମେଘକୋଳରେ ବିଜୁଳି ଯେସନ ।
କର୍ଣ୍ଣେ ମକରକୁଣ୍ତଳ ଝଟକେ ଗଣ୍ତମଣ୍ତଳ ମସ୍ତକରେ ମଣିମୟ ମୁକୁଟ ଶୋହେ ।
କଳିତ ଲଳିତ ହୃଦ-ଦେଶରେ ଶ୍ରୀବତ୍ସପଦ,
ଭାବଗ୍ରାହୀ ନାଥ ଭକ୍ତଭାବରେ ବ‌ହେ ।
କୋଟିକାମ ନିନ୍ଦେ ଶ୍ରୀଅଙ୍ଗ । କରେ କଙ୍କଣ ଚରଣେ ନୂପୁର ସଙ୍ଗ ।
କରି ଏରୂପ ଦର୍ଶନ କଲେ ସ୍ତୁତି ନିବେଦନ ଜନ‌କ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ
କ‌ହୁଁ କ‌ହୁଁ ମାୟା କରି ସେରୂପ ସଂହରି ହରି,
ବାଳମୁକୁନ୍ଦସ୍ୱରୂପ ହେଲେ ଗୋସାଇଁ ।
କଂସର ଯେତେକ ପ୍ରହରୀ । କାଳନିଦ୍ରାରେ ଚେତନ ନାହିଁ କାହାରି ।
କଲାକାଳେ କନ୍ୟାଦାନ ବସୁଦେବେ ଉଗ୍ରସେନ କଉତୁକେ କଂସ ରଥ ବାହୁ ଯେ ଥିଲା ।
କୋମଳ ଗଭୀର ବାଣୀ ଆକାଶମଣ୍ତଳୁଁ ଶୁଣି,
ଭଗ୍ନୀ ଭିଣୋଇଙ୍କି ନେଇ ଶାଙ୍କୁଳୀ ଦେଲା ।
କାଳେ ସେ ଚରଣୁଁ ଫିଟିଲା । କରିବାକୁ ବିଜେ ଶୁଭଲଗ୍ନ ଘଟିଲା ।
କରେ ଧରି ପୁତ୍ର ଧୀରେ ଗମନ କରନ୍ତି ଖରେ ଉଗ୍ରସେନ ଆସି ଓଗାଳିଲା ଆଗରେ ।
କରେ ଶଙ୍ଖ ଚକ୍ର ଧରି ଦରଶନ ଦେଇ ହରି,
ପ୍ରବେଶ ହୋଇଲେ ଗୋପେ ନନ୍ଦମନ୍ଦିରେ ।
କି କି ହୋଇ ଦଇବ‌ଯୋଗେ । କୁମାରୀ ହୋଇଲା ନନ୍ଦଙ୍କର ସେ ଲାଗେ ।
କରି ତାହା ପ୍ରତିଦାନ ସତ୍ୱରେ କରି ଗମନ ପ୍ରବେଶ ହୋଇଲେ ବସୁଦେବ ମନ୍ଦିରେ ।
କୁଆଁ କୁଆଁ ବାଣି ଶୁଣି ଉଠିଲେ ରକ୍ଷକଶ୍ରେଣୀ,
କ‌ହିଲେ କଂସକୁ ଯାଇ ନିଶୀଶେଷରେ ।
କଠୋର ହୃଦୟ ଦଇତ । କରିବାକୁ ନାଶ ତା ଅଇଲା ତୁରିତ ।