କ୍ରୋଧଭରେ ବୋଲେ ବାଣୀ ଦିଅ ସେ ବାଳକ ଆଣି କାଳ ମୋର ଜନମିଛି, ତୁମ୍ଭକୋଳରେ ।
କହିଛନ୍ତି ଦେବଗଣ ଅବଶ୍ୟ ତୁମ୍ଭର ପ୍ରାଣ,
ନେବ ଏହାର ଅଷ୍ଟମଗର୍ଭ ବଳରେ ।
କରଇ ମୁଁ ତାହାକୁ ନାଶ । କଲେ ହେଳା ଶତ୍ରୁଠାରେ ନ ପାଇ ଯଶ ।
କରଯୋଡ଼ି ବସୁଦେବ ବୋଲଇ ଶୁଣ ହେ ଦେବ କୁମର ନୁହଇ ସେ ହୋଇଛି କୁମାରୀ ।
କରୁଣାହୃଦୟ ହୁଅ ମୋତେ ସେ ଦୁହିତା ଦିଅ,
ବିଚାରିଲେ ତୁମ୍ଭର ଏ ନୋହେ ବିଇରି ।
କଲେହେଁ ଅନେକ ଯତନ । କଳା ଧଳା କରିବାକୁ କେବା ଭାଜନ ।
କର୍ପୂର ଚନ୍ଦନ ଦେଇ ଲଶୁନ ରୋପିଲେ ନେଇ କେତେବେଳେ ନ ଛାଡ଼େ କୁତ୍ସିତବାସନା ।
କୁଟିଳ ଦୁଷ୍ଟ ନାସ୍ତିକ ମହାପାପୀ ଅବିବେକ,
ଲୋକଙ୍କ ସ୍ୱଭାବ ସେହି ପ୍ରକାର ସିନା ।
କୋକିଳ ବଚନ ମଧୁର । କରଇ ବିଯୋଗିଜନ-ମନ ବିଧୁର ।
କଲା ମନରେ ବିଚାର ବିଷ୍ଣୁମାୟା ଅଗୋଚର କାମିନୀରୂପେ ମାରିଛି ବଇରୋଚନ ।
କରିଛି ଶିବଙ୍କୁ ଯାହା କର୍ଣ୍ଣେ ଶୁଣିଅଛି ତାହା,
କେମନ୍ତେ ମୁଁ ଏହାକୁ କରିବି ମୋଚନ ।
କାତ୍ୟାୟନୀ ଯୁବତୀ ହୋଇ । କଉଣପକୁଳକୁ ସେ କି କରି ନାହିଁ ।
କରେ ଧରି କୁମାରୀକି କଚାଡ଼ନ୍ତେ ଶିଳେ ଟେକି ଆକାଶମଣ୍ତଳେ ଦେବୀ ଯାଇଁ ରହିଲେ ।
କାରଣ ନ ଥାଇ ମୋତେ କୋପ ଯେ କଲୁ ତୁ ଚିତ୍ତେ,
କାଳେ କାଳକୁ ଦେଖିବୁ ଏତେ ବୋଇଲେ ।
କହି ହେଲେ ଅନ୍ତରହିତ । କୁଲାଳଚକ୍ର ପ୍ରାୟକ ଭ୍ରମିଲା ଚିତ୍ତ ।
କଲା ଶୁଣି ସୁବିଚାର କେଶୀ ଅଘା ବକାସୁର ଶକଟା ତୃଣାବର୍ତ୍ତକ ପୂତନା ଡ଼ାକି ।
କରିବ ତୁମ୍ଭେ ଏତେକ କଅଁଳାପୁଅ ଯେତେକ,
ମାରିବାକୁ ଯେ ଯାହାରେ ରହିବ ଟାକି ।
କଂସ ଆଜ୍ଞା ପାଇଣ ଦୂତେ । କଲେ ବାଳକନାଶନ ଉପାୟ ଚିତ୍ତେ ।
କମଳନୟନ ହରି ଗୋପପୁରେ ବିଜେ କରି କଲେ ନାନା ଉତ୍ସବ ଆନନ୍ଦ ଭିଆଣ ।
କେତେଠାରେ କେତେ ଗୀତ କେତେରୂପେ ହୋଏ ନୃତ୍ୟ,
କହିବାକୁ ବଚନେ କେ ଅବା ସିହାଣ ।
କଲେ ସୂତଗୃହ ବିଧାନ । କେ କହିବ ନନ୍ଦ ଦେଲେ ଯେତେକ ଦାନ ।
କନକଦୀପ ଆବଳୀ ବେନି ପାରୁଶରେ ଜାଳି ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ତିଲେ ।
କର୍ପୁର ଚନ୍ଦନ ଛରା ପକାଇ ସେ ପୁର ତୋରା,
କରାଇ ଅଳକାପୁର ପରା ମଣ୍ତିଲେ ।
କନ୍ୟା ସ୍ତମ୍ଭେ ଖଟାଇ ଦୋଳୀ । କୁମରକୁ ଶୁଆଇ ଦେଲେ ହୁଳହୁଳୀ ।
କାମପାଳ ଆଗ ହୋଇ ଜନମି ଯେ ଥିଲେ ତହିଁ କ୍ରମେ ବେନିଭାଇ ଯାଇଁ
ହୋଇଲେ ସଙ୍ଗ ।
ପୃଷ୍ଠା:Typical selections from Oriya literature.pdf/୪୧୬
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୮
ଓଡ଼ିଆ ସାହିତ୍ୟ-ପରିଚୟ