ପୃଷ୍ଠା:Typical selections from Oriya literature.pdf/୪୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୦
ଓଡ଼ିଆ ସାହିତ୍ୟ-ପରିଚୟ

କରିଥିଲେ ଯେ କପର୍ଦୀ ଅନଙ୍ଗ । କ୍ରମେ ଧଇଲେ ଏତେକାଳେ ଅଙ୍ଗ ।
କେ ବୋଲଇ ଚାହିଁ ସଖୀ ନିଶ୍ଚଳେ । କେତେ ଲକ୍ଷଣ ଅଛି ପାଦତଳେ ।
କମ୍ବୁ ଚକ୍ର ମୀନ ପଦ୍ମ କୁଳିଶ । କଲଶାଦି କାର୍ମୁକ ଅଷ୍ଟାଦଶ ।
କେ ବୋଲଇ କବିବାଟ ପଡ଼ିଲା । କ୍ରମେ ବିଧାତା ତାହାଙ୍କୁ ଛାଡ଼ିଲା ।
କରୁଥିଲେ ଯହିଁକି ଯାହା ଲକ୍ଷ୍ୟ । କାଳେ ସବୁ ଆସି ହେଲା ଅଲକ୍ଷ୍ୟ ।
କରୁଥିବାରୁ ଜଳରେ ତପସ୍ୟା । କେତେ ଥିବ ପଦ୍ମର ପ୍ରତିଆଶା ।
କଳାନିଧି ମହେଶଙ୍କୁ ସେବିଛି । କିଛି ହୋଇବ ଅବା ସେହୁ ଲକ୍ଷି ।
କଣ୍ଠୀରବ ଭଜିଅଛି ଶିବାଙ୍କୁ । କର୍ମେ ଥିଲେ ପାଇବ ଉପମାକୁ ।
କଳାକମଳ କଜ୍ଜଳ ତମାଳ । କଳାମେଘ ମଘବା-ମଣି-ମାଳ ।
କଳିନ୍ଦ କନ୍ୟା କମଳ ଅତସୀ । କୁହୁନିଶୀ ନିବିଡ଼ ତମରାଶି ।
କଳାମଧ୍ୟେ ଏ ହୋଇଥିଲେ ଗୁରୁ । କୁମାରଙ୍କ ରୂପ ନ ଦେଖିବାରୁ ।
କୁନ୍ଦ କର୍ପୂର କୁମୁଦ ଗୋକ୍ଷୀର । କମ୍ବୁ ଶମ୍ଭୁ ପର୍ବତ ଗଙ୍ଗା-ନୀଋ ।
କଳଧଉତ ସ୍ଫଟିକ ତୁଷାର । କାଶ ସାଗରଫେନ ଶଶଧର ।
କର ଏଥୁଁ ପୁତ୍ରରୂପ ଲୋକନ । କ‌ହୁଁ କ‌ହୁଁ ଏ ଦିଶିଲା ନିଉନ ।
କବି ଏହାଙ୍କୁ ଏହାଙ୍କ କାନ୍ତିକି । କଲେ ଲକ୍ଷ୍ୟ ବୋଲିବା ଅବିବେକୀ ।
କାଚ କାଞ୍ଚନେ ତୁଳିଲାପରାଏ । କବିବାଣୀ ନିକିତିରେ ସେ ହୋଏ ।
କାମଞ୍ଚକୁ ଯେ ସୁନାସଙ୍ଗେ ତୁଳି । କ୍ରମେ ମୂଲ ବେଳକୁ ପଡ଼େ ବଳି ।
କବିବଚନେ କରେ ତାରତମ । କୁବେରକୁ ବୋଲଇ କୋଟିକାମ ।
କେଉଁଠାରେ କନ୍ଦର୍ପ ହୋଏ ନିନ୍ଦା । କେତେ କ‌ହିବି ତାଙ୍କ ମିଛ ଫନ୍ଦା ।
କ‌ହୁଁ କ‌ହୁଁ କୁମାର ଯେ ରୋଦନ୍ତି । କଳକଣ୍ଠ କଣ୍ଠ ହେଳେ ନିନ୍ଦନ୍ତି ।
କ‌ହି ଶେଷ କେ କରିବ ସେ ସୁଖ । କବି ହୋଇଲେ ଦଶଶତ ମୁଖ ।
କ‌ହି ଯାହାର ମହିମା ଅନନ୍ତ । କରି ନାହାନ୍ତି ଆଜିଯାଏ ଅନ୍ତ ।
କୁମାରଙ୍କ ଶୋଭାକୁ ମନେ ଘେନି । କଷ୍ଟେ ଗମିଲେ ବରଜକାମିନୀ ।
କମନୀୟ କୃଷ୍ଣ କଥା ପ୍ରସଙ୍ଗ । କାଳସର୍ପକୁ ସେ କଥାପ୍ରସଙ୍ଗ ।
କାଳକାନ୍ତାରକୁ ଯେ ସୁନାସୀର । କରେ ଯାହାକୁ ଚିନ୍ତା ସୁନାସୀର ।
କଲେ ଜାତ ତ ସର୍ବତୋମୁଖକୁ । କଲେ ଭ୍ରମ‌ଯେ ସର୍ବତୋମୁଖକୁ ।
କଷ୍ଟସରିତକୁ ଯେ ପାଥରଥ । କାଳେ ଯେ ବାହୁଥିଲେ ପାର୍ଥରଥ ।
କୁମ୍ଭୀର ଯେ ମାରିବାରେ ବାରଣ । କଷ୍ଟ କଲେ ଯେ କୃପାରେ ବାରଣ ।
କଲେ କୀର୍ତ୍ତନ ଯା ନାମ ସଂଘାତ । କାଳେ ପାପୀ ନ ଦେଖଇ ସଂଘାତ ।
କରୁଣାରେ ଯେ ବରୁଣଶରଣ । କରେ ଅଶରଣ ଲୋକ ଶରଣ ।
କାମିଲୋକର ଯେ ପାରିଜାତକ । କଲେ ହରଣ ଯେ ପାରିଜାତକ ।
କରି ଫଣିମଣିବର ଶୟନ । କରିଅଛନ୍ତି ସୁଖେ ଯେ ଶୟନ ।
କରେ ଶୋଭିତ ଯାହାର ଶଙ୍ଖାରୀ । କୃଷ୍ଣ କଷ୍ଟ ହରିବେ ସେ ଶଙ୍ଖାରି ।