ପୃଷ୍ଠା:Typical selections from Oriya literature.pdf/୪୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୧
ଓଡ଼ିଆ ସାହିତ୍ୟ-ପରିଚୟ

ଚତୁର୍ଥ ଛାନ୍ଦ ରାଗ ଆହାରୀ କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ । କୁମାରଙ୍କ ଜନମିଲା କେତେଦିନେ । କୁଚକୁମ୍ଭେ ଦେଇ କାଳକୂଟ ବିଷ । କ୍ରୂରକର୍ମଣୀ ପୂତନା ପରବେଶ । କଳା କୁଟିଳ କୁନ୍ତଳେ ଖୋସା ଖୋସି । କମନୀୟ ଫୁଲମାନ ଅଛି ମିଶି । କପାଳରେ ସିନ୍ଦୂରମଣ୍ତଳ ଚିତା । କଟାକ୍ଷରେ ମୋହୁଅଛି ଊର୍ଦ୍ଧ୍ୱରେତା । କର୍ଣ୍ଣେ ତାଟଙ୍କ ଭ୍ରମରୀ ଫୁଲ ଶୋହେ । କଣ୍ଠେ କଣ୍ଠ-ଆଭରଣମାନ ବ‌ହେ । କରି ତାମ୍ବୁଳବୋଳରେ ଓଷ୍ଠ ରଙ୍ଗ । କରୁଅଛି ପୁରୁଷଙ୍କ ଧୈର୍ଯ୍ୟ ଭଙ୍ଗ । କରି ନାସା ଆଭରଣ ନାସାପୁଟେ । କଜ୍ଜଳ ପରିପୂରିତ ନେତ୍ରତଟେ । କର୍ଣ୍ଣସରି ଯାଏ ଲାଗିଅଛି ଲାଞ୍ଜି । କାମୀ ଦେଖିଲେ ହୋଇବେ କାମେ ଗଞ୍ଜି । କରେ ତାଡ଼ ଚୁଡ଼ୀ କଳିଆରୀ ରାଜେ । କିଣି କିଣି ପାହୁଡ଼ ଚରଣେ ବାଜେ । କରତଟେ ଡ଼ଉଁରିଆ ମାଳି ବାନ୍ଧି । କଳାମେଘି ଶାଢ଼ୀଏକ ଅଛି ପିନ୍ଧି । କରିବରଗତି ପ୍ରାୟେ ଗତିଭଙ୍ଗୀ । କି ସେ ମନମଥମହାନ‌ଦୀ-ଡ଼ଙ୍ଗୀ । କେତେବେଳେ କୋଣିଆଁଇ ଚାହେଁ ବାଳୀ । କାଖେ ଘେନି ଅଛି ବିଷଲଡ଼ୁ ଥାଳୀ । କେହୁ କାହାକୁ ପଚାରେ ଡାକି କରି । କାହାର ଏ ଅପୂରୁବ ଯୁବାନାରୀ । କେ ବୋଲଇ ହୋଇବ ଏ ଅପସରା । କେଉଁ ଯୁବତୀ ନୋହିଲେ ଏଡ଼େ ତୋରା । କେ ବୋଲଇ ଧନ୍ୟ ଏହୁ ରୂପରାଶି । କାହିଁ ବିହି ଏହା ଗଢ଼ିଥିଲା ବସି ।