ପୃଷ୍ଠା:Typical selections from Oriya literature.pdf/୪୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୩
ଓଡ଼ିଆ ସାହିତ୍ୟ-ପରିଚୟ

କମ୍ବୁ କଣ୍ଠେ କଣ୍ଠଭୂଷଣ ଶୋହେ । କରେ କଙ୍କଣ ଜଗଜ୍ଜନ ମୋହେ ।
କଜ୍ଜଳେ ପୂରିତ ବେନି ଲୋଚନ । କୋକିଳକୁ ଜିଣେ କଳବଚନ ।
କୁଙ୍କୁମେ; ଶୋଭା କଳା ଶ୍ରୀଅଙ୍ଗ । କରେ ଉପ‌ହାସ କୋଟିଅନଙ୍ଗ ।
କେତେବେଳେ ନନ୍ଦପ୍ରାଙ୍ଗଣେ ବୁଲି । କରିକଲଭ ପରା ହୋଇ ଝୁଲି ।
କେତେବେଳେ ଧୂଳି ହୁଅନ୍ତି ବୋଳି । କରେ ଝାଡ଼ି ମାଏ ହୁଅନ୍ତି ଚଳି ।
କାନ୍ଦନ୍ତି ; ବାଣୀ କର୍କଶ ପାଇ । କପଟେ ଯଶୋଦା ଶାନ୍ତ କରାଇ ।
କେତେବେଳେ ପଙ୍କେ ପଡ଼ନ୍ତି ଯାଇଁ । କର ହୃଦେ ମାରି ଯଶୋଦା ଧାଇଁ ।
କର କର ହୋଇ ଗୋପୀ ହସନ୍ତି । କରେ ତୋଳି ଯଶୋଦାଙ୍କୁ ଦିଅନ୍ତି ।
କିରାନ୍ତି ; କ୍ଷୀରପାନ ଜନନୀ । କଉତୁକରେ କେ ଯାଆନ୍ତି ଘେନି ।
କରନ୍ତି ଗେଲ ନାନା ସୁଖ ପାଇ । କେହୁ ବୋଲଇ ମୋର ବାପ ଭାଇ ।
କଞ୍ଜଲୋଚନୀୟା କଳାକ‌ହ୍ନାଇ । କଳାମୁଖରୁ ଲୁଛି ହୋଇ ଯାଇ ।
କାହିଁକି ; କାନ୍ଦୁଥାଅ ମୋ ଧନ । କେ ଏତେ ତୁମ୍ଭଙ୍କୁ କରାଏ ମାନ ।
କେ ବୋଲେ ନବଘନଶ୍ୟାମଳୀୟା । କୁଟିଳ-ନୀଳ-ଚୂର୍ଣ୍ଣକୁନ୍ତଳୀୟା ।
କଣ୍ଠର ଅମୂଲ୍ୟ ମର୍କତମାଳି । କୋଟିଦୁଃଖହାରୀ ସୁଖସଙ୍ଖାଳି ।
କପଟୀ; ଧ୍ୟାୟୀ-ପରାଣଖିୟା । କୂଟମନ୍ଦିର ଏ ବାଘନ‌ଖୀୟା ।
କେ ବୋଲେ ମୋହର କୁସୁମଗଭା । କଜ୍ଜଳରେଖା ମୋ-ନୟନଶୋଭା ।
କପାଳର ଚାରୁ କସ୍ତୁରୀଚିତା । କୁଳଉଦ୍ଧାରଣ ଯଶୋଦା-ମାତା ।
କାହିଁରେ; ନନ୍ଦ କଲେ କି ତପ । କେଉଁଭାଗ୍ୟରୁ ପାଇଲେ ଏରୂପ ।
କାହା-କାଖରୁ କେ ଛଡ଼ାଇ ନେଇ । କୋଳେ ଧରି ମୁଖେ ଚୁମ୍ବନ ଦେଇ ।
କରେ ତୋଳି କୁଚଶିରେ ଲଗାଇ । କମଳ-ଚରଣଶୀତଳ ପାଇଁ ।
କରଇ; ନନ୍ଦ ଚନ୍ଦ୍ର ଚନ୍ଦାନ । କିଗୁଣରୁ ଏହା କରି ବନ୍ଦନ ।
କରନ୍ତି ଏହିରୂପେ ଭାବ କେତେ । କ‌ହିବାକୁ ସେ ଅଗୋଚର ମୋତେ ।
କଳି ନୁହଇ ସମୁଦ୍ରତରଙ୍ଗ । କମଳନେତ୍ର ବାଳ‌ଲୀଳାରଙ୍ଗ ।
କଲେ ସେ; ଦିନେ କିରୂପେ ଗୋଳ । କ୍ରୋଧେ ଯଶୋଦା ଖଟାଇଲେ ରୋଳ ।
କମଳକୁମାର-କୁମାର ଶାପେ । କୁବେରପୋଏ ଥିଲେ ବୃକ୍ଷରୂପେ ।
କଇବଲ୍ୟଦାନୀ ଯଶୋଦାସୁତ । କଲେ ତାଙ୍କୁ ଲୀଳାମାତ୍ରେ ମୁକତ ।
କେତେହେଁ; ଦିନେ ଚାଲିଲେ ହରି । କରି ଆନନ୍ଦ ଜାତ ଗୋପ‌ପୁରୀ ।
କ୍ରମେ କରି ସଖାମାନଙ୍କୁ ସଙ୍ଗ । କଉତୁକେ ଦିନ ନେଲେ ଶ୍ରୀରଙ୍ଗ ।
କେଉଁ ପୁରେ ପଶି ଲବଣୀ ହରି । କାହିଁ ଦ‌ହି ଦୁଧ ଏକତ୍ୱ କରି ।
କେ ଯାଇଁ; ଯଶୋଦାଙ୍କୁ କ‌ହ‌ନ୍ତି । କେ ଅବା ସ୍ନେହଭାବରେ ସ‌ହ‌ନ୍ତି ।
କେଉଁ ଗୋପୀ କୋପେ ବୋଲଇ ଶୋକେ । କେମନ୍ତେ ଆଉ ରହିବା ଏ ଲୋକେ ।
କୃଷ୍ଣ ପ୍ରତାପ ତ ନୋହିଲା ସ‌ହି । କେ ଅବା ଶୁଣିବ କ‌ହିବା କାହିଁ ।
କଂସକୁ; ଯେବେ ନୋହିଲା ଭୟ । କେଉଁ ଲୋକ ଏଥି ହୋଇବ ଥୟ ।
କାଳ‌ଯାକ ହେଲା ଗୋପରେ ଡ଼କା । କଅଁଳା ପୁଅର ଚୋରୀ ଜୀବିକା ।