ପୃଷ୍ଠା:Typical selections from Oriya literature.pdf/୪୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୬
ଓଡ଼ିଆ ସାହିତ୍ୟ-ପରିଚୟ

କେଉଁ ଉପମା, କରି ଜାନୁ ଜଙ୍ଘ ଯୁଗକୁ । କରିକଲଭର କରକୁ ଧିକ୍କାର ଶିଶୁ ମରକତ-ରମ୍ଭାକୁ । କେମନ୍ତ ମଧ୍ୟମ ଅତି ମନୋରମ ଦିଶେ ବିପୁଳବକ୍ଷସ୍ଥଳ । କୁବଳୟମାଳେ କୋକନ‌ଦ ଝୁମ୍ପାପ୍ରାୟେ ଶୋଭା ବାହୁ ଯୁଗଳ । କେବେ ନୋହିବ, କଥନ କଣ୍ଠ କର୍ଣ୍ଣ ନାସା । କବି କବି ହୋଇ କ‌ହିବି ବୋଇଲେ ମୁଖରୁ ନ ଆସିବ ଭାଷା । କଳଙ୍କ ରହିତ କଳାକରଜିତ ଶ୍ରୀମୁଖ ସୁଖ-ନିକେତନ । କେତେକାଳ ବିହି କଉତୁକ ବ‌ହି ଗଢ଼ିଲା ଏ ରୂପ ରତନ । କରିଥିଲେ ହେଁ, କୁମାର ଦଇବ ଆମ୍ଭର । କରନ୍ତାଇ ଇଷ୍ଟ ଦେବତାରୁ ଶ୍ରେଷ୍ଠ ବସାଇଁ ପଲଙ୍କ ଉପର । କେମନ୍ତ ସୁନ୍ଦର କଳା-କଳେବର କେମନ୍ତ ସୁରଙ୍ଗ ଅଧର । କେମନ୍ତ ନୟନ କଟାକ୍ଷର ଧନ୍ୟ ଲ‌ଲାଟପାଟୀ ମନୋହର । କେଡ଼େ ଯତନେ, କ‌ହିବା ହସି ଚତୁରତା । କେମନ୍ତପ୍ରକାରେ ନାଚଇ ସଧୀରେ କାମଧନୁ ଜିଣି ଭ୍ରୁଲତା । କମଳସମ୍ଭବ ଭବ ଆଦି ଦେବ ସ୍ତୁତି ଯାହାକୁ ତୁଚ୍ଛମାତ୍ର । କମଳୀ ଧବଳୀ ନୀଳୀ କୁଞ୍ଜଗଳୀ ଗାଇ ଡ଼ାକିବାକୁ ସେ ପାତ୍ର । କାଳ ବଳରେ, କାହାରି ଆୟତ୍ତ ନ ଥାଇ । କେମନ୍ତ ନୋହିଲେ ଶ୍ରୀବନ୍ତ ହୋଇ ସେ କନ୍ଧେ ପଶୁରଜ୍ଜୁ ବ‌ହଇ । କେ ବୋଲଇ ବଡ଼ ହେଲେହେଁ ଗଉଡ଼ଘରେ ବଢ଼ିଲେ ଯେତେବେଳୁଁ । କଠାଉ ଦଉଡ଼ୀ ଶିକା ଭାର ବାଡ଼ୀ ଆସ୍ଥା ହେଲାଣି ତେତେବେଳୁଁ । କାହୁଁ ଖାଇବେ, କ‌ହ ନ ରଖିଲେ ଗୋଧନ । କେ ବୋଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହିଁ ନେବ ଦିନ । କମଳନୟନ ବ‌ନ‌କୁ ଗମନ କରନ୍ତେ ପଡ଼େ ଏହି କଥା । କେ ହୋଏ ହରଷ କେ ହୋଏ ବିରସ କେ ଲଭେ ମନେ ମହାବ୍ୟଥା । କାମ‌ପାଳଙ୍କୁ, କେଶବ ଘେନି ସଙ୍ଗତରେ । କଉତୁକେ ବତ୍ସା ରଖୁଁ ରଖୁଁ ବତ୍ସାସୁରକୁ ପିଟିଲେ ବୃକ୍ଷରେ । କେତେଦିନେ ହରି ବକଥଣ୍ଟ ଚିରି କାଳ-ସଦନ ଦେଖାଇଲେ । କରି ଗୋପସୁତମାନଙ୍କୁ ଚକିତ ବିଚିତ୍ର ମନେ ରଖାଇଲେ । କ୍ରମେ ବିନାଶ, କଲେ ସେ ଅଘା-ଅସୁରକୁ । କଳୁଷ ପକାଇ ସୁରପୁରେ ଯାଇ ସମାନ ହୋଇଲା ସୁରକୁ । କଳା ଧଳା ବେନି ଭାଇ ବଡ଼ ଦାନୀ ଧାର୍ମିକ ବିବେକ ସୁଶୀଳ । କାଳକୁ କବଳ କରିଦେଲେ ତାଳ ପରାଏ ତାଳବନପାଳ । କରି ଅସୁର, କୁଳକୁ ନିର୍ମୂଳ କେଶବ । କୁଞ୍ଜକାନନରେ ବରଜସଙ୍ଗରେ କରନ୍ତି ନାନାରୂପେ ଭାବ ।