ପୃଷ୍ଠା:Typical selections from Oriya literature.pdf/୪୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୭
ଓଡ଼ିଆ ସାହିତ୍ୟ-ପରିଚୟ

କେ କେକୀ ପରାୟେ ନାଚି ନାଚି ଯାଏ କେ ବକ ପରାଏ ବସନ୍ତି।
କେ ଭ୍ରୁଙ୍ଗ ଝଙ୍କାର ଶୁଣି ଅହ‌ଙ୍କାର କରି ହୁଙ୍କାର ବିସ୍ତାରନ୍ତି ।
କେହୁ ସାଦରେ, କେକିଶିଶୁ ପଛେ ଗୋଡ଼ାନ୍ତି ।
କେ କାହା କରରେ କର ମାରି ଖରେ ପଳାଇ ପ୍ରତିଜ୍ଞା କରନ୍ତି ।
କେତେବେଳେ ବାହୁ ଯୁଦ୍ଧ କରି କେହୁ ଭାବେ ହୁଅନ୍ତି ଧରାଧରି ।
କେତେବେଳେ ଫଳ ସମରେ ଚଞ୍ଚଳ କେତେବେଳେ ଆଖିବୁଜାଳି ।
କେତେବେଳରେ, କୃଷ୍ଣ ହୁଅନ୍ତି ନରପତି ।
କରେ ପୁଷ୍ପଛତି ଧରି ସଖାପନ୍ତି ମଣିମା ମଣିମା ବୋଲନ୍ତି ।
କଉତୁକେ ଖେଳ ଖେଳୁଁ ଖେଳୁଁ ବଳଦେବଙ୍କୁ ନିଅନ୍ତେ ପ୍ରଳମ୍ବ ।
କି କି କରି ଜାଣି ଭାଙ୍ଗି ତାର ଆଣି ପରାଣ ନେଲେ ଅବିଳମ୍ବ ।
କୁଞ୍ଜବିହାରି, କଥା ଅଦ୍ଭୁତ ପୁଣି କଲେ ।
କରାଳୁଁ କରାଳ ଅତ୍ୟନ୍ତ ପ୍ରବଳ ତମଦାବାନଳ ଗିଳିଲେ ।
କୁଶକେତୁ ମନ ଭ୍ରମାଇଲେ ବନଭୋଜନ ବତ୍ସାହରଣରେ ।
କଲେ ଅତି ଖର୍ବ ସୁରପତିଗର୍ବ ଗୋବର୍ଦ୍ଧନ ଉଦ୍ଧରଣରେ ।
କରି ଉଶ୍ୱାସ, କନ୍ଦଳଜାକ ନନ୍ଦବାଳ ।
କଉତୁକେ ବନବିହାରୀ ଗୋଧନ ରଖନ୍ତି ଘେନି କାମ‌ପାଳ ।
କୁମୁଦ ପ୍ରମୋଦ କମଳଙ୍କ ନିଦ-ସମୟେ ଘରକୁ ଆସନ୍ତି ।
କମନୀୟ ବେଶ ଧରି ପୀତବାସ ସୁନ୍ଦରୁ ସୁନ୍ଦର ଦିଶନ୍ତି ।
କେକିକଳାପ, କଳାପେ ରଞ୍ଜିତ ମୁକୁଟ ।
କାଦମ୍ବିନୀକାଳେ କଳାମେଘ କୋଳେ ଇନ୍ଦ୍ରଧନୁ ଯେହ୍ନେ ପ୍ରକଟ ।
କର୍ଣ୍ଣେ କମନୀୟ ମହାମଣିମୟ ମକରକୁଣ୍ତଳ ଚଳନ୍ତି ।
କମଳ ଉଭୟ ପାଶେ ସୁଖୋଦୟ ଯୁଗଳ ମିତ୍ର କି ଖେଳନ୍ତି ।
କାବ୍ୟ ତାରରୁ, କାନ୍ତ ମୋତି ନାସେ ଲୁଳଇ ।
କରିବାରୁ ସଙ୍ଗ ଅଧର ସୁରଙ୍ଗ ଲୋହିତ ଅଙ୍ଗକୁ ବ‌ହଇ ।
କଣ୍ଠେ ତାର ହାର କାଳନ୍ଦୀ-ବିହାର କରେକି ରାଜ‌ହଂସ ପନ୍ତି ।
କାଳିକା କୋଳରେ ନାଦ ରହିତରେ ବଳାକା-ବଳିକି ଚଳନ୍ତି ।
କଟିତଟରେ, କମ‌ନୀୟ ପୀତବସନ ।
କନ‌କ କିଙ୍କିଣୀଶ୍ରେଣୀ ତ‌ହିଁ ପୁଣି କରନ୍ତି ମଧୁର ନିସ୍ୱନ ।
କରେ ସୁବଳୟ ଫୁଲ କୁବଳୟ ଅଙ୍ଗେ ମଣ୍ତିତ ଗୋରୁଧୂଳି ।
କଦମ୍ବକୁସୁମ ଶୋଭାକୁ ସୁମନ ଦିଶଇ ରଙ୍ଗ ଜାମୁଡ଼ାଳି ।
କନ୍ଧେ ଉତ୍ତରୀ, କୃତ ବନମାଳା ଲମ୍ବିତ ।
କୁସୁମରସରେ ମାତି ମଧୁକରେ ମହାସୁଖ ଭରେ ଚୁମ୍ବିତ ।
କେ ବେଣୁ ଶୁଙ୍ଗରେ ବିବିଧ ରଙ୍ଗରେ ଗୀତ ଶବଦମାନ କରେ ।
କେ କାହାକୁ ବଳି ପତରକାହାଳୀ ବଜାନ୍ତି ମହାମ‌ନୋହରେ ।