ପୃଷ୍ଠା:Typical selections from Oriya literature.pdf/୪୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୮
ଓଡ଼ିଆ ସାହିତ୍ୟ-ପରିଚୟ

କଉତୁକେ କେ, କରେ କରତାଳି ବଜାଇଁ । କରେ କେ ଗଉଡ଼ ନାଟ କେ ଗଉଡ଼ଗୀତ ଆନନ୍ଦ ମନେ ଗାଇ । କରି ଅଗ୍ରସର ସୁରଭୀ ନିକର ପଛେ ବିଜେ ଯଦୁଚନ୍ଦ୍ରମା । କରି ଏହି ଲୟ ବରଜତନୟ ଗ୍ରହଗଣ ପ୍ରାୟେ ଉପମା । କଳାନିଧାନୀ, କି ଗୋପୀ ତୃଷିତଚକୋରୀ । କରନ୍ତି ନୟନ ଚଞ୍ଚୁ-ଦ୍ୱାରେ ପାନ ଶୋଭା-ଅମୃତ ପୂର୍ଣ୍ଣ କରି । କେ ଡ଼ାକେ ଧବଳୀ କେ ଡ଼ାକେ କମଳୀ କେ ଡ଼ାକେ ନୀଳୀ ପରିମଳୀ । କେ ବୋଲଇ ହଂସୀ କେ ବୋଲଇ ବଂଶୀପ୍ରିୟ ବଉଳୀ କୁଞ୍ଜଗଳୀ । କେତେ ପ୍ରକାରେ, କେ ଡ଼ାକେ କେତେ ନାମଧରି । କେ କ‌ହିବ ଶୋଭା ଜନ-ମନଲୋଭା ଯେମନ୍ତ ସମୁଦ୍ରଲହରି । କଳାପୀ କଳାପ କଳାପ କଳାପେ କମନୀୟ ବେଶ ଯାହାର । କଲେ ଅଘାଶିରେ ଅବିଧି ଦୁଆରେ ଗୋପସୁତ କଲେ ବିହାର । କଉତୁକରେ, କଳ୍ପି ଅତି ମ‌ନ ହରଷେ । କଲା ତାଙ୍କୁ ଦୀନ‌କୃଷ୍ଣ ଦରଶନ କବାଟଫିଟା ଅବକାଶେ । ସପ୍ତମ ଛାନ୍ଦ ରାଗ - ପଞ୍ଚମ‌ବରାଡ଼ୀ - କଳସାବାଣୀ କମଳ ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ । କିଶୋରୀ ଗୋପୀଙ୍କ କୁଚ କର୍ପୂର ଚନ୍ଦନ । କୋଟି କାମରୂପଧର ତ୍ରୈଲୋକ୍ୟବନ୍ଦନ । କାମିଜନମାନଙ୍କର ଶ୍ରୀହରିଚନ୍ଦନ । କାଳିନ୍ଦୀଜଳକଲ୍ଲୋଳ କଉତୁକ‌କାରୀ । କଦମ୍ବତଳବିହାରୀ କଳ ବେଣୁଧାଲୀ । କେକିପୁଚ୍ଛମଣ୍ତନ କନ‌କନିଭ ବାସ । କାମକେଳି କରିବାକୁ କଲେ ଅଭିଳାଷ । କପଟକୁଶଳ କାମରୂପୀ ଯଦୁପତି । କେତେବେଳେ ଧରୁଥାନ୍ତି କେମ‌ନ୍ତ ମୂରତି । କେତେବେଳେ କାଚରା ଶଙ୍ଖାରି କଇବର୍ତ୍ତ । କେତେବେଳେ ମାଳୀ କେତେବେଳେ କଳାଭୂତ । କେତେବେଳେ ହୋଇଥାନ୍ତି କଳାମେଘ ପ୍ରାୟେ । କଳାପ ମୁକୁଟ ଇନ୍ଦ୍ରକୋଦଣ୍ତ ପରାୟେ । କାବ୍ୟତାର ମୋତିହାର ବଳାକାମଣ୍ତଳୀ । କନ‌କ-ନିଭ ବସନ ଝଟକ ବିଜୁଳି ।