ପୃଷ୍ଠା:Typical selections from Oriya literature.pdf/୪୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୦
ଓଡ଼ିଆ ସାହିତ୍ୟ-ପରିଚୟ

କରଇ ଯେ ନାରୀକି ଏରୂପେ ଆଶ୍ୱାସନା ।
କୋଟି ବ୍ରହ୍ମାଣ୍ତେ ନାଗରବର ସେହି ସିନା ।
କୃଷ୍ଣ ଗୋପୀଙ୍କର ଯେଉଁ ଘେନାଘେନି ବାଣୀ ।
କ‌ହି ଶେଷ କରିବାକୁ କେ ଅଛି ଧରଣୀ ।
କଠୋର ରସିକେ ଏଥି ଭାବ ନ ଜାଣନ୍ତି ।
କମଳ ମଣ୍ତକ ପ୍ରାଏ ତାହାଙ୍କର ଗତି ।
କଳାକର ଉଦେ ହେଲେ ଚନ୍ଦ୍ରମଣି ଦ୍ରବେ ।
କେତେବେଳେ ଅକର୍ମଶିଳାରୁ ନୀର ସ୍ରବେ ।
କୋମଳ କରି ଗାଇଲେ ପଦ୍ମତୋଳା ଗୀତ ।
କରେ କି ମାଟିମର୍ଜାର ଫଣିଫଣା ନୃତ୍ୟ ।
କାହାକୁ ବୋଲନ୍ତି ହରି କି ଭାଗ୍ୟ ତୋହର ।
କୁଚ ଛଳେ ବାହୁମୂଳେ ରଖିଛୁ ଶଙ୍କର ।
କାବ୍ୟ ତାର ମୋତିହାର ଗଙ୍ଗାଧାରେ କରି ।
କି ଶୋଭା ଦିଶନ୍ତି ଆହା ଅନଙ୍ଗବଇ‌ରି ।
କମଳପାଣି ଲାଗି ହୁଅନ୍ତି ଟିକି ନିତି ।
କ‌ହ କ‌ହ ରସବତୀ ବରଜ‌ଯୁବତୀ ।
କେବଳ କଥାଏ ମୁଁ ଦେଖିଲେ ବିପରୀତ ।
କରି ନାହିଁ ଅର୍ଦ୍ଧଇନ୍ଦୁ ଅମ୍ବରେ ଶୋଭିତ ।
କଳ୍ପନା କରୁଛି ନାଭି ସୋମ‌ମୂତ୍ର ପ୍ରାୟେ ।
କେଉଁ ମହେଶ୍ୱରର ତ ଆଗରେ ନ ଥାଏ ।
କେବଳ ଏ ଦିନେ ମୋତେ ହୋଇଲେ ପ୍ରସନ୍ନ ।
କରନ୍ତି ମୁଁ ପାଣିଲାଗି ହେଲେ ତୋଷମନ ।
କନ୍ଦର୍ପ‌ପରୀକ୍ଷା ଆଗେ କ‌ହି କରି ମୋତେ ।
କରୁ କି ନା ନୂଆମାଳି କୃପାଥିଲେ ଚିତ୍ତେ ।
କେଶରିମଧ୍ୟମା ବୋଲେ କରାଇବା ସେବା ।
କଲ ଯେବେ ମନୋରଥ ସ୍ୱୟମ୍ଭ ସେବିବା ।
କନ୍ଦର୍ପକେଳିକୁଶଳା ହୋଇଥିବ ବାଳା ।
କରୁଥିବ ଗତି ଭ୍ରୂଭଙ୍ଗ କଟାକ୍ଷ ଲୀଳା ।
କର୍ଣ୍ଣରେ କୁଣ୍ତଳ ହେଉଥିବ ଦୋଳାୟିତ ।
କଲେ ତା ଦର୍ଶନ ନୋହେ କେଉଁ ସୁଖ ଜାତ ।
କୋଣିଆଇଁ ଚାହୁଁଥିବ ନାସିକା ଫୁଲାଇ ।
କ‌ହୁଥିବ ବକ୍ରବାଣୀ ଅଳପ ଗେଲାଇ ।
କର୍ଣ୍ଣ ତାହା ଶୁଣୁଥିବ ଦେଖୁଥିବ ନେତ୍ର ।
କଲେ ତାରତମ ସ୍ୱର୍ଗସୁଖ କେତେ ମାତ୍ର ।