ପୃଷ୍ଠା:Typical selections from Oriya literature.pdf/୪୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୧
ଓଡ଼ିଆ ସାହିତ୍ୟ-ପରିଚୟ

କେବଳହିଁ ନୋହିଥିବ ଅତ୍ୟନ୍ତ ଉଦ୍ଧତ ।
କେତେବେଳେ ନୋହିଥିବ ଅତି ଲଜ୍ଜାବନ୍ତ ।
କ‌ହିବାରେ କ‌ହୁଥିବ ସ୍ନେହଗର୍ଭବାଣୀ ।
କି କରିବ ଇନ୍ଦ୍ରସୁଖ କର୍ଣ୍ଣେ ତାହା ଶୁଣି ।
କବି ହୋଇ କରୁଥିବ ନିର୍ମଳ କବିତ୍ୱ ।
କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ତିତ ।
କିଞ୍ଚିତ କରି ଆସ୍ୱାଦ କରୁଥିବ ତାହା ।
କ‌ହେ କୃଷ୍ଣ କି ମଧୁରେ ଲେଖିବି ମୁଁ ଏହା ।

ନବମ ଛାନ୍ଦ
ରାଗ - କଉଶିକ
କର ସାଧୁଜନମାନେ ଏକମନ କର୍ଣ୍ଣ ଦେଇ କୃଷ୍ଣକଥାକୁ ।
କାଳେହେଁ ସଂଶୟ ନ ଥାଉ ଏ ଭବ-ଭୟ କାଳଦଣଜ୍ଞତ ବ୍ୟଥାକୁ ।
କୁଞ୍ଜବିହାରୀ, ବିହରନ୍ତେ ଗୋପ‌ନ‌ଗର ।
କଂସ ଆଜ୍ଞା ଆସି ଲାଗିଲା ନନ୍ଦକୁ ଦେବ କମଳ ଶତେଭାର ।
କଲେ ନନ୍ଦ ଭୟ ନ ଦିଶେ ଉପାୟ କେ ଯିବ ପଦ୍ମଫୁଲତୋଳି ।
କର୍ଣ୍ଣେ ଶୁଣିକରି ଭୟ ପରିହରି ଆଗ ହୋଇଲେ ବନମାଳୀ ।
କାଳୀଭୟରେ, କେହି ନ ପଶେ କାଳିନ୍ଦୀରେ ।
କୃଷ୍ଣ ଆନନ୍ଦରେ ପ୍ରବେଶ ହୋଇଲେ ନଟ ଯେହ୍ନେ ନାଟମ‌ନ୍ଦିରେ ।
କ‌ମଳ-ନୟନ କମଳକରରେ କମଳ ତୋଳନ୍ତି ସଧୀରେ ।
କାଳୀଫଣୀ ଆସି ଦଂଶିଲା କମଳପାଦରେ କୁଟିଳବୁଦ୍ଧିରେ ।
କ୍ରମେ ଛନ୍ଦିଲା, ଅଙ୍ଗକୁ ଅଙ୍ଗ ଆବଳିରେ ।
କଲା ବିଧାତା ମର୍କତସ୍ତମ୍ଭକୁ କି ଶୋଭା ଇନ୍ଦୀବରମାଳିରେ ।
କଜ୍ଜ୍ୱଳପର୍ବତେ କଳାମେଘପ୍ରାୟେ ଶୋଭା ପାଇଲା ବେନି ଅଙ୍ଗ ।
କି ହୁଅନ୍ତା ଅବା ନୟନେ ଦେଖିଲେ କର୍ଣ୍ଣେ ଶୁଣିମାକୁ ଏ ରଙ୍ଗ ।
କାଳବଳରେ, ଉଠି ତା ଉତ୍ତମ ଅଙ୍ଗରେ ।
କଲେ ନଟବର ପରାୟ ତାଣ୍ତବ ଶ୍ରୀରଙ୍ଗ ଶ୍ରୀଅଙ୍ଗଭଙ୍ଗୀରେ ।
କିବା କାଳୀ ହତ କାଳେ ଉତପାତ ଇନ୍ଦ୍ରଧନୁ ଉଦେ ଜଳରେ ।
କାଦମ୍ବିନୀ କୋଳେ କି ନବତମାଳେ କେକୀ ନାଚେ ମତ୍ତଭୋଳରେ ।
କାଳୀ ଉପରେ, ସେହିରୂପରେ ବ‌ନମାଳୀ ।
କରନ୍ତେ ମଦ୍ଦନ କାଳିନ୍ଦୀ କର୍ଦ୍ଦମ କଲେ ଗୋପାଳପୋଏ ମିଳି ।
କର୍ଣ୍ଣେ ଶୁଣିକରି କେଉଁ ଗୋପନାରୀ ଡ଼ାକି କ‌ହେ ପ୍ରିଅଆଳୀକି ।
କାଳିନ୍ଦୀରେ ପଦ୍ମଫୁଲ ତୋଳୁଁ କୃଷ୍ଣ ଦଳିଲେ ଯେମନ୍ତ କାଳୀକି ।