ପୃଷ୍ଠା:Typical selections from Oriya literature.pdf/୪୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୨
ଓଡ଼ିଆ ସାହିତ୍ୟ-ପରିଚୟ

କର ଗମନ, ଦେଖିଯିବା ବନମାଳିକି ।
କୁଶଳେ ଆସନ୍ତୁ ବୋଲି ଆରତରେ ଧର୍ମକୁ ହୁଅନ୍ତି ଓଳିକି ।
କ‌ହେ କମଳା ବିମଳା ପରିମଳା ଆଦି ଯେତେ ସର୍ବ ଆଳୀଙ୍କି ।
କରିବାକୁ ଆଗ ବନ୍ଦାପନା ବେଗ ସଜାଡ଼ ସୁବର୍ଣ୍ଣ ଥାଳିକି ।
କେଉଁ ଗୋପୀକା, ବୋଲେ କ‌ହ ଚନ୍ଦ୍ରାବଳୀଙ୍କି ।
କନ‌କ-କୁସୁମ ବେଲପତ୍ରିମାଳ ମାନନ୍ତୁ ସେ ଆଗ ଶୂଳିଙ୍କି ।
କେ ବୋଲେ ଆମ୍ଭଙ୍କୁ ଆଜଠାରୁ ଭଲ ହୋଇଲାଟି ଜଳକେଳିକି ।
କୃଷ୍ଣପାଦପଦ୍ମ ଧୂଳି ଲାଗିଥାଉ ଆମ୍ଭ ସବୁରି ମଉଳିକି ।
କେଉଁ ଗୋପୀକା, ବୋଲେ ତାକୁ କ‌ହିଁ ତୁଳିକି ।
କରିବାକୁ ପୂଜା ଦେବେ ରହିଥାନ୍ତି ଘେନି କୁସୁମ ଅଞ୍ଜଳିକି ।
କେ ବୋଲଇ କାଳୀମସ୍ତକ ଉପରେ ନାଚୁଛନ୍ତି କରତୋଳିକି ।
କେ ବୋଲଇ ସଖୀ ପାତ୍ର ସେ ଜୀବନ ମ‌ନ ନେତ୍ର ନିଉଛାଳିକି ।
କେଉଁ ଗୋପୀକା, ବୋଲେ ତ‌ହୁଁ ଅଛି ବଳିକି ।
କରାଲୁଁ କରାଳ ମହାଦାବାନଳ ଆନବଳେ ହୋଏ ଗିଳିକି ।
କେ ବୋଲେ କାଳ ଦନ୍ତଘାତ କେମନ୍ତ ବାଧିଛି ପାଦଅଙ୍ଗୁଳିକି ।
କେ ବୋଲେ କିଛି ନ ବିଚାର ଆମ୍ଭର ନାହାନ୍ତି ଚନ୍ଦ୍ରମଉଳିକି ।
କେଉଁ ଗୋପୀକା, ବୋଲେ ସେ ସିହାଁଣ କଳିକି ।
କୃଷ୍ଣ ନ ଥିଲେ ଆନବଳେ ଗୋମତପର୍ବତ ହୁଅନ୍ତା ତୋଳିକି ।
କେ ବୋଲଇ ବିହିକି କରୁଥିଲା ମୋ କଣ୍ଠ-ମରକ‌ତ-ମାଳିକି ।
କେ ବୋଲଇ ମୋତେ ଅନ୍ଧ କରି ନେଉଥିଲା କେ ନେତ୍ରପିତୁଳିକି ।
କେଉଁ ଗୋପୀକା, ବୋଲେ ସେବିଥାଇଁ କାଳୀଙ୍କି ।
କୃପାକଟାକ୍ଷୀ କୃପାରେ ସିନା ଦେଇଅଛନ୍ତି ସୁଖସଙ୍ଖାଳିକି ।
କେ ବୋଲଇ ପ୍ରତେ ନାହିଁତ ଦେଖିବା ଯାଏ ମକରକୁଣ୍ତଳିକି ।
କେ ବୋଲଇ ସଖି ତାଙ୍କଠାରେ ଏହି କଥା ଛାର ପାଇଁ ଭାଳିକି ।
କେଉଁ କଥାଏ, କେତେ କେତେ କଥା ଗଲାଣି ।
କଅଁଳାପୁଅ ବେଳରୁ ଆମ୍ଭ କାହ୍ନୁ କେଉଁ ବିଚିତ୍ର ନ କଲାଣି ।
କର୍ଣ୍ଣେ ଶୁଣି ଗୀତ ବୋଧନୋହେ ଚିତ୍ତ ଯେମନ୍ତ ଗୁଆଁର ମୁଖର ।
କେଶବ ଚରିତ ପ୍ରତକ୍ଷେ ଦେଖିତ ହେଉଥାଅ ଏଡ଼େ ଅସ୍ଥିର ।
କ‌ହୁଅଛି ମୁଁ, ଶୁଣ ସମସ୍ତ ସଖୀଜନ ।
କାଳୀମର୍ଦ୍ଦନ-ନାମ ଧରି ପ୍ରବେଶ ହୋଇବେ କଳାମେଘବର୍ଣ୍ଣ ।
କାଳୀୟରମଣୀ ସ୍ତୁତିବାଣୀ ଶୁଣି କରୁଣାସିନ୍ଧୁ କରୁଣାରେ ।
କଲେ ଅଭୟ ମହାସୁଖ ଉଦୟ ବରୁଣଦେବ ଶରଣରେ ।
କଲେ ଗୋପକୁ, ବିଜୟ କମଳ‌ଲୋଚନ ।
କଲେ ନନ୍ଦରାୟେ ଆନନ୍ଦ ହୃଦୟେ ଅନେକ ଦାନ ପୁଣ୍ୟମାନ ।