କଳିନ୍ଦକନ୍ୟା ମହାବିଷଜ୍ୱଳାରୁ ସେହିଦିନୁଁ ହେଲା ମୁକତ ।
କ୍ରୀଡ଼ା କଲେ ହଂସ ବକ କାରଣ୍ତବ କୋକ ହଂସରାଳୀ ସନ୍ତତ ।
କଞ୍ଜ କୁମୁଦ, କୁବଳୟ ଶୋଭା ଦିଶିଲେ ।
କମଳାମୁଖ ହାସ ସୁନେତ୍ର ପରି ମନ ନୟନକୁ ତୋଷିଲେ ।
କନ୍ଦର୍ପସଙ୍ଗୀତମନ୍ଦିର ପରାୟେ ତଟନିକଟ ବୃନ୍ଦାବନ ।
କହେ ଆନନ୍ଦ-ମନେ ଦୀନକୃଷ୍ଣ ଏ ରସ ।
କର ସାଧୁଜନମାନେ ଏକମନ ରସକଲ୍ଲୋଳଗୀତେ ରସ ।
ଦଶମ ଛାନ୍ଦ
ରାଗ-ବଙ୍ଗଳାଶ୍ରୀ
କୁମୁଦନନ୍ଦିନୀ ସଖୀଗଣ ଘେନି ଗମନ କରନ୍ତେ ରଙ୍ଗେ ।
କମଳ-ସୁବାସ ଅଙ୍ଗ ଚାରିପାଶ ବେଢ଼ି ଉଡ଼ୁଛନ୍ତି ଭୃଙ୍ଗେ ।
କି ଦେବା ଉପମା ସହଜେତ ବାମା ତ୍ରିଭୁବନେ ନିରୁପମା ।
କମଳନୟନ ମଦନମୋହନ ପ୍ରିୟତମା ସୁଖସୀମା ।
ଜଳାରେ କଜ୍ଜ୍ୱଳ ସୂକ୍ଷ୍ମେ ଶଇବାଳ ତରଙ୍ଗ ପ୍ରାୟେ କୁଟିଳ ।
କଟି ସରି ଲମ୍ବି ମହା ମନୋରମ କୁସୁମବାସ କୁନ୍ତଳ ।
କଞ୍ଜୁ ପରିମଳ ଦର୍ପଣୁ ନିର୍ମଳ ଚନ୍ଦ୍ରକାନ୍ତି ପ୍ରାୟେ ମୁଖ ।
କେ କହିବ ତାହା ଅନାଇଲେ ଯାହା ଜାତ ହୋଏ ମହାସୁଖ ।
କୁରଙ୍ଗୁଁ ଚଞ୍ଚଳ ସୁରଙ୍ଗ ଅଞ୍ଚଳ ଶଫରୀ ଆକୃତି ଆଖି ।
କନ୍ଦର୍ପ ବିଶିଖ ଠାରୁ ମହାତୀକ୍ଷ ହୃଦୟେ ରହଇ ଲାଖି ।
କାମ କୋଦଣ୍ତରୁ ବକ୍ର ମୃଦୁ ସଋ ନୀଳ ଭ୍ରୂଲତା ସୁନ୍ଦର ।
କାମଜୟ ପାଶ ପରାୟେ ପ୍ରକାଶ କର୍ଣ୍ଣ ଅତି ମନୋହର ।
କମନୀୟ ତିଳଫୁଲଋ ମଞ୍ଜୁଳ ଅତୁଲ୍ୟ ଅମୂଲ୍ୟ ନାସା ।
କବିବଚନରେ ଉପମା ଦେବାକୁ ନାହିଁ ଆଉ ପ୍ରତିଆଶା ।
କୁନ୍ଦରୂଉଜ୍ଜ୍ୱଳ ମୋତିରୁ ବର୍ତ୍ତୂଳ ଡାଳିମ୍ବକୁ ବଳି ଜ୍ୟୋତି ।
କୁନ୍ଦି ହୀରାସାର ବସାଇଲା ପ୍ରାୟେ ସଞ୍ଚ ଘଞ୍ଚ ଦନ୍ତପନ୍ତି ।
କିଶଳୟ ବିମ୍ବ ବଧୂକ ବିଡମ୍ବ କରଇ ଯେଉଁ ଅଧର ।
କୃଷ୍ଣମୁଖବିମ୍ବେ କ୍ରୀଡ଼ାରସେ ଚୁମ୍ବେ ତହିଁକି କି ପଟାନ୍ତର ।
କେତକୀଋ ଗୋରା ଦେହକାନ୍ତି ତୋରା କୋମଳେ ଶିରୀଷ ପରା ।
କେ କହିବ ରାଧା-ଚନ୍ଦ୍ରମୁଖୀରୂପ କୃଷ୍ଣ ମନ ଯହିଁ ଧରା ।
କୋକିଳୁଁ ସୁସ୍ୱର ବୀଣାରୁ ମଧୁର ପଢ଼ାସାରୀ-କଥା ଜିଣି ।
କର୍ଣ୍ଣସୁଖକର କୃଷ୍ଣମନୋହର କୋମଳ ବିଚିତ୍ର ବାଣୀ ।
ପୃଷ୍ଠା:Typical selections from Oriya literature.pdf/୪୩୧
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୩
ଓଡ଼ିଆ ସାହିତ୍ୟ-ପରିଚୟ