ପୃଷ୍ଠା:Typical selections from Oriya literature.pdf/୪୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୫
ଓଡ଼ିଆ ସାହିତ୍ୟ-ପରିଚୟ

କଳ୍ପାନ୍ତରେ ଯୋଗୀ ଯୋଗବାଟ ଜଗି ପାଇବାକୁ ଯା ଦୁର୍ଲ୍ଲଭ ।
କି ଭାଗ୍ୟ ବଳରେ ଗୋପୀ ଗୋପାଳରେ ସବୁକାଳେ ସେ ସୁଲଭ ।
କଲେ ବେଦପ‌ତି ଯେତେରୂପେ ସ୍ତୁତି ବଶ ନୁହ‌ନ୍ତି ତାହାକୁ ।
କର୍ଣ୍ଣ ଡ଼େରିଥାନ୍ତି ବରଜ‌ଯୁବତି କଉତୁକେ ଡ଼ାକିବାକୁ ।
କ‌ହେ ଦୀନ‌କୃଷ୍ଣ ହୋଇ ମହାତୃଷ୍ଣ ଗୋପୀ ଗୋପୀନାଥ କଥା ।
କରିବାକୁ ହତ ଅଶେଷ ଦୁରିତ ଦଣ୍ତଧର ଦଣ୍ତ ବ୍ୟଥା ।
ଦ୍ୱାଦଶ ଛାନ୍ଦ
ରାଗ - କଲ୍ୟାଣାଆହାରୀ
କୁସୁମ ସମୟ ହୋଇଲା ଉଦୟ ଦକ୍ଷିଣପବନ ବ‌ହିଲା ।
କାମଦେବଦୂତ ହୋଇ ମହାମତ୍ତ ପଞ୍ଚମସ୍ୱରରେ କ‌ହିଲା ।
କନ୍ଦପ, ଦର୍ପ ହୋଇଲା ଅତିଶୟ ।
କୁସୁମ‌ବିଶିଖ କରିବାକୁ ଲାଖ କାମୀ କାମିନୀ କଲେ ଭୟ ।
କମଳ ରସାଳ ନୀଳଉ ତପଳ ନିଆଳୀ ଅଶୋକ ବିକାଶ ।
କାମ ପଞ୍ଚବାଣ କାମୀ ପଞ୍ଚପ୍ରାଣ ଘେନିବାକୁ କଲେ ପ୍ରକାଶ ।
କେତକୀ, କୁନ୍ତ କି ହୋଇଲା ପ୍ରକଟ ।
କାନ୍ତା କାନ୍ତ ଭେଟ ଅଭେଟ ହୋଇଲା ଜୀବ ଯିବା ହେଲା ନିକଟ ।
କୁସୁମ‌ବନ୍ତ ମାଧବୀ ଧନୁ ଶୋଭା ଭ୍ରମର କଦମ୍ବ ଗୁଣରେ ।
କଉତୁକ କରି କାମକୁ ବସନ୍ତ ଦେଇଅଛି ସଖାପଣରେ ।
କିଂଶୁକ, ପାଟକରବାଳ ତାହାର ।
କରିବାରୁ ରଙ୍ଗକୋଷେ ତାହା ସଙ୍ଗ ସୁଖ ନୋହୁଅଛି କାହାର ।
କେଶର କୁସୁମ ଅତି ମ‌ନୋରମ କାମନୃପତି ଶ୍ୱେତଛତ୍ର ।
କିଶଳୟପନ୍ତି ପତାକା ଉଡ଼ନ୍ତି ବଶ କରନ୍ତି ମନ ନେତ୍ର ।
କ‌ଋଣା, କେଶର ମଲ୍ଲୀ-ଗନ୍ଧ ଧୂପ ।
କେଳିକଦମ୍ବେ ଶଙ୍ଖଧ୍ୱନି କରନ୍ତି ସଧୀରେ ଶଙ୍ଖୁଆ ମଧୁପ ।
କୋକିଳ କୁହୁ କୁହୁ ରାବ ବଜାଉଁ ବାଜିଲା ଅତ୍ୟନ୍ତ ପ୍ରବଳେ ।
କଲେ ପ୍ରୟାଣ କୁସୁମ‌ବାଣରାଣ ବସନ୍ତ ପ୍ରାଣସଖାମେଳେ ।
କ‌ହିବ, କେ ଅବା ସେକାଳସମ୍ପତ୍ତି ।
କରି ମହାଭୟେ କିଙ୍କର ପରାୟେ କାମ‌ବଶ ଯୁବା ଯୁବତି ।
କେମନ୍ତ କୁସୁମ ଅତି ମ‌ନୋରମ ହୋଇଛି ବସନ୍ତ ପ୍ରବେଶେ ।
କାନ୍ତ ବିଦେଶରୁ ଅଇଲେ ରମ୍ଭୋରୁ ଅବଶ୍ୟ ଶୋଭା ପାଇବେ ସେ ।
କରିବା, ଆମ୍ଭେ ଚାଲ ବନବିହାର ।
କୁହାକୁହି ହୋଇ କୃଷ୍ଣ ସୁଖଦାୟୀ ସତ୍ୱରେ ହୋଇଲେ ବାହାର ।