ପୃଷ୍ଠା:Typical selections from Oriya literature.pdf/୪୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୯
ଓଡ଼ିଆ ସାହିତ୍ୟ-ପରିଚୟ

ସୁଜନେ । କି କ‌ହିବା ମହୀତପତ ।
କରାଇଲା ନୃତ୍ୟ ପଥିକପାଦକୁ ସଂଗ୍ରାମ‌ଭୂମି ଅଶ୍ୱବତ ॥
କୁଶଳନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ ।
କୁଟୁମ୍ବି-ଦୀ‌ନ‌ଜନ-ମନ ପରାୟେ ସନ୍ତାପି ହେଲେ ଏକାଦିନେ ।
ସୁଜନେ । କୃଶ ହୋଇଲେ ନ‌ଦୀଜଳ ।
କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହୀଣୀ-କୁଳ ॥
କୁରଙ୍ଗ-ନୟନା-ନୟନ-ତରଙ୍ଗ ବଳି ମୃଗତୃଷ୍ଣା ଦିଶିଲେ ।
କଳାମେଘକୋଳେ ବିଜୁଳୀ ପରାୟେ ବନେ ବନଅଗ୍ନି ହସିଲେ ।
ସୁଜନେ । କାହିଁ ତୃଣରାଜେ ଫୁଟନ୍ତି ।
କାମିନୀ-ସୁରତକାଳ ମନମଥ ଶବଦ ପରାୟେ ଘଟନ୍ତି ॥
କୃପଣସାମନ୍ତ ସେବକ ପରାୟେ ତାପେ ଜର୍ଜର ସୂର୍ଯ୍ୟକାନ୍ତ ।
କାନ୍ତରହିତ କାନ୍ତା ପ୍ରାୟେ ହୋଇଲେ ସରସୀମାନେ ବେଶଅନ୍ତ ।
ସୁଜନେ । କେବଳ ଭକ୍ତ-ରଙ୍କ ପ୍ରାୟେ ।
କଚ୍ଛପ ମତ୍ସ୍ୟ ମଣ୍ତୁକମାନଙ୍କର ଦୁର୍ବଳ ହୋଇଗଲା କାୟେ ॥
ଜଳ ବିରହେ କରିବର ରହେ ମହାଗ‌ହ‌ନ ଆଶ୍ରେ କରି ।
କର୍ଦ୍ଦମରେ ପଡ଼ି ଫେନମୁଖେ ରଡ଼ି ଛାଡ଼ନ୍ତି ଗନ୍ଧର୍ବ-ବଇରି ।
ସୁଜନେ । କୁଞ୍ଜଭିତରେ ପକ୍ଷିମାନେ ।
କେବଳ ଯୋଗୀ ଧ୍ୟାନ କଲା ପରାୟେ ନିଶ୍ଚଳେ ରହିଲେ ମଉନେ ॥
କରିବାକୁ ପ୍ରାଣ ରକ୍ଷା ନିଜ ପ୍ରାଣ ପରକୁ ଦେଲା ପ୍ରାୟେ ହୋଇ ।
କୋକ ମୃଗ ଯାଇଁ ଭୟକୁ ପକାଇଁ ସିଂହଛାୟାରେ ହେଲେ ଶାୟୀ ।
କୋବିଦେ । କୁଣ୍ତଳୀକୁଳ ଏହିରୂପେ ।
କଳାପିକଳାପତଳରେ ରହିଲେ ପାଇ ବିପତ୍ତିକି ଆତପେ ॥
କାହିଁ ଗଲା ବନଲତା ଶୋଭାବନ କାନ୍ତ‌ହିତ କାନ୍ତା ପରାୟେ ।
କରିଥିଲା ସିନା ବସନ୍ତ ତାହାକୁ ନ‌ବପଲ୍ଲବେ ତୋରା ମୟେ ।
କୋବିଦେ । କାଳେ ସେ ଅନ୍ତର ହୋଇଲା ।
କନ୍ଦର୍ପ ଦର୍ପ ରହିତ ହୋଇ ସଖା ଅଭାବେ ହୃଦରେ ଶୋଇଲା ॥
କୁଞ୍ଜେ କୁଞ୍ଜେ ବସି ଝିଙ୍କାରୀ ଡ଼ାକିଲେ କାମକେଳିବାଟ ପଡ଼ିଲା ।
କୁସୁମକାଣ୍ତ ମଣ୍ତି ହୋଇ ଅର୍ଜ୍ଜୁନ ବିଯୋଗୀ ହୃଦୟ ତାଡ଼ିଲା ।
କୋବିଦେ । କେଉଁ ପଥିକ ତାପବଳେ ।
କରନ୍ତେ ଗମନ ଶ୍ରମ ପାଇ ଯାଇଁ ବସନ୍ତି ବ‌ହୁ-ପାଦ-ତଳେ ॥
କୃପଣ ଧନ ସଞ୍ଚିଲା ପ୍ରାୟେ ମଧୁ ସଞ୍ଚିଲେ ମଧୁକରମାନେ ।
କେ ଜଳଛତ୍ର ପବିତ୍ରମାନ ଦେଲେ ବ୍ରାହ୍ମଣକରେ ସ୍ଥାନେ ସ୍ଥାନେ ॥
କୋବିଦେ । କେଉଁ ଈଶ୍ୱର ଅନୁଗ୍ରହୀ ।
କର୍ପୂର ଚନ୍ଦନ ଅଙ୍ଗେ ବୋଳିହୋଇ ଧାରାମଣ୍ତିତଗୃହେ ରହି ॥