ପୃଷ୍ଠା:Typical selections from Oriya literature.pdf/୪୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୦
ଓଡ଼ିଆ ସାହିତ୍ୟ-ପରିଚୟ

କେ ଗୀତ କବିତ୍ୱ ବେଣୁ ବୀଣା ନୃତ୍ୟରଙ୍ଗେ ଦିନମାନ ହରନ୍ତି ।
କେ ବସି ଏକାନ୍ତେ କାମିନୀସଙ୍ଗତେ ଚନ୍ଦନପିଚିକା ମାରନ୍ତି ।
କୋବିଦେ । କେ କରେ ନଉକା ବିହାର ।
କେ ସ୍ୱେଦ ଭୟରେ କରତଳୁଁ ତାଳବୃନ୍ତ ନ କରଇ ବାହାର ।
କେ ଦିନଶେଷରେ ଦି‌ନ‌କରକରେ ତାପ ପାଇଁ ଜଳେ ବୁଡ଼ନ୍ତି ।
କେ ମହାବିକଳେ ବସି ଶୀତସ୍ଥଳେ ଶୀତଳ ପବନ ଲୋଡ଼ନ୍ତି ।
କୋବିଦେ । କେତେ କ‌ହିବି ଏ ପ୍ରସଙ୍ଗ ।
କେବଳ ଶୀତକାରକଦ୍ରବ୍ୟ ବିନୁ ଆନ ଲୋଡ଼ିଲା ନାହିଁ ଅଙ୍ଗ ।
କାନ୍ତପ୍ରବଳ ଗ୍ରୀଷମରେ ବିକଳ ହୋଇ ସକଳ ଗୋପାଙ୍ଗନା ।
କରିବେ ବୋଲି ଜଳକ୍ରୀଡ଼ା ଚଞ୍ଚଳ ହୋଇଲେ ଚପଳ-ଲୋଚନା ।
କୋବିଦେ । କ‌ମଳା କୁଟିଳକୁନ୍ତଳଆ ।
କାମକେଳି କଳା-କୁଶଳା ସୁଶୀଳା କେତକୀଗୋରୀ ପ୍ରମଶୀଳା ।
କରି-କୁମ୍ଭସ୍ତନା କୋକିଳ-ବଚନା କୁନ୍ଦକଳୀଚାରୁ ଦଶନା ।
କୁଟିଳଦର୍ଶନା ପ୍ରସନ୍ନବଦନା ଶ୍ରୀକୃଷ୍ଣଚନ୍ଦ୍ର-ସ୍ନେହ-ଘେନା ।
କୋବିଦେ । କପକ ନିତମ୍ବଶୋଭନା ।
କେଶରୀମଧ୍ୟମା କଉତୁକସୀମା କୁଞ୍ଜବନ‌କେଳି-ଲୋଭନା ।
କଳାକରହାସୀ କମଳସୁବାସୀ କ୍ରୀଡ଼ା-ମାନସ କଳହଂସୀ ।
କୃଷ୍ଣମନ‌ମୀନ-ଆକର୍ଷ-ବଡ଼ଶୀ କନ୍ଦର୍ପ-ଦର୍ପ-ତମ-ଶଶୀ ।
କୋବିଦେ । କାମତରଙ୍ଗିଣୀ ତରଣି ।
କରନ୍ତେ ଗମନ ଅତିଶୋଭାବନ ଦିଶଇ ଧରଣୀ-ସରଣୀ ।
କଳରବ କରେ କନ‌କ‌କିଙ୍କିଣୀ ବାଜଇ ବାଜେଣି ନୂପୁର ।
କାମ ପ‌ହଣ୍ତ ମଣାଇ ନେଲାପ୍ରାୟେ ଶୁଭଇ ଅତ୍ୟନ୍ତ ସୁସ୍ୱର ।
କୋବିଦେ ।କମଳ ବିଞ୍ଛିଲା ପରାୟେ ।
କିଶଳୟପନ୍ତି ପାଦ ବିକାଶନ୍ତି ପଦ ପଦକେ ସୁଖମୟେ ।
କାଳିନ୍ଦୀ-କୂଳରେ ପ୍ରବେଶ ହୋଇଲେ ସକଳ ବରଜବାଳିକା ।
କଲେ ଅବଲୋକ କଳାରେ ବିନ୍ଦୁଛି ଦଳିଲା କଜ୍ଜଳ କାଳିକା ।
କାମିନୀ-କଟାକ୍ଷ ପରାୟେ ତରଙ୍ଗ ।
କବରୀ ପରାୟେ ମହା ମନୋହର କୁସୁମମାନଙ୍କରେ ସଙ୍ଗ ।
କଳହଂସକୁଳ ସ୍ୱନ କରୁଛନ୍ତି ହଂସକନିସ୍ୱନ ପରାୟେ ।
କାନ୍ତା-ଉଚ୍ଚକୁଚ ପ୍ରାୟେ ବସିଛନ୍ତି କୋକମିଥୁନ ଏକଠାୟେ ।
କେବଳ । ବ୍ରହ୍ମଧ୍ୟାନ-ଯୋଗୀ ପରାୟେ ।
କଳେବର ସ୍ଥିର କରି ବକମାନେ ମୀନଙ୍କୁ କରିଛନ୍ତି ଲୟେ ।
କମଳେ କମଳବଦନୀ ପଶନ୍ତେ କମଳେ ହୋଇଲେ ଚଞ୍ଚଳ ।
କୁବଳୟ ଆଦି କ‌ହ୍ଲାର ସ‌ହିତେ କେ ତ‌ହିଁ ନୋହିଲେ ନିଶ୍ଚଳ ।