ପୃଷ୍ଠା:Typical selections from Oriya literature.pdf/୪୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୧
ଓଡ଼ିଆ ସାହିତ୍ୟ-ପରିଚୟ

କେବଳ । ଯେ ଯାହାକୁ ଗୁଣେ ବଳଇ ।
କିକିକରି ପାଶେ ଦେଖିଲେ ତାକୁ ସେ ଅଧୈର୍ଯ୍ୟ ହୋଇ ତରଳଇ ।
କମନୀୟ ମୁଖ ସୁନେତ୍ର ସୁନ‌ଖ ଶୋଭାକୁ ସମ ନୋହିବାରୁ ।
କମ୍ପିଲା ସବୁରି ଶରୀର ସୁମରି ମରିବା ଭଲ ଲାଜଠାରୁ ।
କାଦମ୍ବ । କୂଳପାଶରେ ନ ରହିଲେ ।
କରିବାରୁ ଚୋରୀ ଗମନ-ଚାତୁରୀ ମନରେ ଭୟକୁ ବ‌ହିଲେ ।
କନ‌କଲତା ନୀଳମଣିସ୍ଥଳରେ ପବନେ ଢ଼ଳିଲା ପରାୟେ ।
କେ କାହାକୁ ପାଣି ପାଣିରେ ପୂରାଇଁ ଆନ‌ନ‌କୁ ମାରି ପଳାଏ ।
କେ ଜଳ-କରଟ ପରାୟେ ବୁଡ଼ଇ ।
କାହିଁ ଯିବୁ ବୋଲି କରି କେ ପାଣିରେ ପାଣି ଘେନିକରି ଲୋଡ଼ଇ ।
କରେ କର ଦେଇ ଚକ୍ରବାଳ ହୋଇ କମଳୁଁ କମଳ ତୋଳନ୍ତି ।
କେ କରକମଳେ କମଳକୁସୁମ ତୋଳି କାହାକୁଚେ ଢ଼ାଳନ୍ତି ।
କେ ବୋଲେ । କୁରପନ୍ତି ସଖି ଶଙ୍କର ।
କରି ଏହାଙ୍କୁ ଜଳଶାୟୀ ସମସ୍ତେ ହେଲାଇଁ ଏହାଙ୍କ କିଙ୍କର ।
କି ବର ମାଗିବ ମାଗିଥାଅ ଏବେ ଯେ ଯାହାର ଦୁଃଖ ଜଣାଇଁ ।
କେ ବୋଲେ କୃଷ୍ଣଙ୍କୁ ଏକାଳରେ ଯେବେ ଦେବେ ଆମ୍ଭପାଶେ ଅଣାଇଁ ।
କରିବା । ତାଙ୍କୁ ଘେନି ଜଳବିହାର ।
କ‌ହୁଁ କ‌ହୁଁ ଏହା କମଳନୟନ ବୃନ୍ଦାବନୁଁ ହେଲେ ବାହାର ।
କଲେ ବିଚାର ଗୋପିକା ଯମୁନାରେ କରୁଅଛନ୍ତି ଜଳକ୍ରୀଡ଼ା ।
କର ଅନ୍ତର ଅଙ୍ଗବାସ ସମସ୍ତେ ଛାଡ଼ି ଅଛନ୍ତି ମନୁ ବ୍ରୀଡ଼ା ।
କରିବା । ସବୁରି ବସନ ହରଣ ।
କଦମ୍ବବୃକ୍ଷରେ ଦୋଳିକରି ବସି କରିବା କଉତୁକିପଣ ।
କେଶବ ମନରେ ଏମନ୍ତ ବିଚାରି ସୁମରି ଜଗତପ୍ରାଣକୁ ।
କଲେ ଆଦେଶ ଅମ୍ବର ଘେନିଆସ କେଳିକଦମ୍ବର ପାଶକୁ ।
କେଶବ-ଆଜ୍ଞାରେ ପବନ ବ‌ହିଲା ।
କୁରଙ୍ଗୀନେତ୍ରୀଙ୍କ ଅମ୍ବର ଅମ୍ବର ଉଡ଼ାଇଁ ବୃକ୍ଷରେ ଥୋଇଲା ।
କୁଞ୍ଜବିନୋଦୀୟ । ବଂଶୀବଦନୀୟ । ବସିଲେ କଦମ୍ବ ଉପରେ ।
କେବଳ ନୟନ ସଖା ସଙ୍ଗେ ଘେନି ରହିଲା ଗୋପୀଙ୍କ ଉପରେ ।
କାମିନୀ-ମାନେ ଜଳକ୍ରୀଡ଼ା ବଢ଼ାଇଁ ।
କୂଳକୁ ଯାଇଁ ସମସ୍ତେ ଅନାଇଲେ କାହାରି ପିନ୍ଧାବାସ ନାହିଁ ।
କେ ଚକିତ ହୋଇ ରହିଲା ଚଞ୍ଚଳକୁରଙ୍ଗୀ ପ୍ରାୟେ କେ ଚାହିଁଲା ।
କେ ବୋଲେ ଆମ୍ଭର ଜଳକ୍ରୀଡ଼ାସୁଖ ଅମ୍ବର କିପାଁ ନ ସ‌ହିଲା ।
କେ ବୋଲେ, କେ କଲା ଏଡ଼େ ଅବିଚାର ।
କେ ଅଛି କାହାକୁ ପଚାରିବା ଏହା କାହାରିତ ନାହିଁ ସଞ୍ଚାର ।