ପୃଷ୍ଠା:Typical selections from Oriya literature.pdf/୪୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୦୨
ଓଡ଼ିଆ ସାହିତ୍ୟ-ପରିଚୟ

କେ ବୋଲେ ପବନ ଘେନିଗଲା ଅବା କେ ବୋଲେ ହେବେ ନନ୍ଦସୁତ ।
କେ ବୋଲଇ ମୋର ମନ‌କୁ ଅଇଲା ଆନର ନୋହେ ଏ ଚରିତ ।
କ‌ହ‌ନ୍ତେ, କେଉଁ ଗୋପୀ ଦେଲା ଅନାଇଁ ।
କଦମ୍ବବୃକ୍ଷରେ ଦୋଳି କରି ବସିଅଛନ୍ତି ନାଗର କ‌ହ୍ନାଇ ।
କୋଟିଏ ଶରଦଚନ୍ଦ୍ର ଜିଣି ମୁଖ ଶ୍ରୀଅଙ୍ଗ ଅଭିନବଘନ ।
କଟିତଟେ ପୀତବସନ ବିରାଜେ ବଳାହକ ବଲ୍ଲୀ ସମାନ ।
କଣ୍ଠରେ, ମୁକୁତାମାଳ ବକପନ୍ତି ।
କଳାପିକଳାପ କଳାପ ମୁକୁଟ ଇନ୍ଦ୍ରଧନୁ ସମ ଦିଶନ୍ତି ।
କୃଷ୍ଣଙ୍କୁ ଅନାଇ ମନ୍ଦାକ୍ଷକୁ ପାଇଁ ଯେ ଯାହାମତେ ତ୍ୱରା ହୋଇ ।
କଳହଂସୀ ପ୍ରାୟେ ସକଳ ଗୋପୀଏ ବେଗେଁ ପଶିଲେ ଜଳେ ଯାଇଁ ।
କେ ବୋଲେ, କି କରିବା କ‌ହ ସଂଗାତ ।
କୁଟୁଣୀ ପ୍ରତିମା ପରାୟେ ଆଜତ ଆମ୍ଭଙ୍କୁ କଲେ ନନ୍ଦସୁତ ।
କର ଊର୍ଦ୍ଧ୍ୱକରି ବରଜସୁନ୍ଦରୀ ଡ଼ାକିଲେ ହେ ହଟନାଗର .
କିପାଁ ଆମ୍ଭନାଟ ନେଇ ଏଡ଼େ ହଟ କରିଛ ରସିକସାଗର ।
କୃଷ୍ଣ ହେ, କରୁଣାହୃଦ ଏବେ ହୁଅ ।
କରୁଛୁଁ ବିନତି ଗୋକୁଳ‌ଯୁବତି ଆମ୍ଭ ଅମ୍ବରମାନ ଦିଅ ।
କରୁଣାକରି ନାଗର ଗିରିଧର ଦେଲେ ଯେ ଯାହା ଅମ୍ବରକୁ ।
କନ‌କଦର୍ପଣ-ବଦନମଣ୍ତଳ ଗଲା ପ୍ରସାଦ ଡ଼ମ୍ବରକୁ ।
କୁରଙ୍ଗ-ତରଙ୍ଗନୟନ ନ‌ଚାଇଁ ।
କଲେ ହରଷେ ଗୋକୁଳକୁ ଗମନ ଉଚ୍ଚକୁଚବାସେ ଲୁଚାଇ ।
କାଳିନ୍ଦୀକୁଳୀୟା । କଦମ୍ବମୂଳୀୟା । କେକିପୁଚ୍ଛଚାରୁଚୂଳୀୟା ।
କଜ୍ଜଳକାଳୀୟା କାଇଞ୍ଚମାଳିୟା ମଣିମକରକୁଣ୍ଡଳିୟା
କଳିତ । ଲଳିତ ପୀତଦୁକୂଳୀୟା ।
କଳଙ୍କରହିତ କଳାକର ଜିତ ସୁନ୍ଦର ମୁଖମଣ୍ତଳୀୟା ।
କୁଟିଳ ନୀଳ ଅଳକାଆବଳୀୟା । ନବଲ ବଣୀକବଳୀୟା ।
କେତେ କେତେ କଉତୁକ କ‌ରୁଥାନ୍ତି ବ୍ରଜସୁତସଙ୍ଗମେଳୀୟା ।
କଦମ୍ବ-ବୃକ୍ଷରୁ ଓହ୍ଲାଇ ବିଜୟେ ।
କୃଷ୍ଣଦାସ ମନ ପଛେ ଗୋଡ଼ାଇଛି ସେହି ରୂପକୁ କରି ଲୟେ ।
ବିଂଶ ଛାନ୍ଦ
ରାଗ-କେଦାରକାମୋଦୀ
କୁଟିଳକେଶୀ କଳାକର ସୁହାସୀ ।
କି ବୋଲି ତୋତେ ମୁଁ ଡ଼ାକିବି ପ୍ରେୟସି ଗୋ ।