ପୃଷ୍ଠା:Typical selections from Oriya literature.pdf/୪୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୫
ଓଡ଼ିଆ ସାହିତ୍ୟ-ପରିଚୟ

କଳାମେଘ ଆଗରେ ଉଦେ ବିଜୁଳୀ ।
କାନନ ଗ‌ଗନରେ ଯାଉଛି ଖେଳି ଯେ ।
କମଳକୁ କମଳ ବିଞ୍ଚିଲା ପ୍ରାୟେ ।
କାନ୍ତ କାନ୍ତା ଚରଣ ଶୋଭାକୁ ପାଏ ଯେ ।
କି ତପ କଲା ମ‌ହୀ କି ଭାଗ୍ୟବଳେ ।
କମଳ ପ୍ରଫୁଲ୍ଲିତ ହେଉଛି ସ୍ଥଳେ ଯେ ।
କୁସୁମିତ ବଲ୍ଲରୀ ପବନେ ଚଳେ ।
କିଶୋର କିଶୋରୀଙ୍କି ଚାମର ଢ଼ାଳେ କି ।
କେଉଁ ଲତାରୁ ଫୁଲ ପାଖୁଡ଼ା ଖସେ ।
କୁସୁମ ବରଷିଲା ପରାୟେ ଦିଶେ କି ।
କେଉଁ ବଲ୍ଲରୀ ଫଳେ ନମ୍ରତା ହୋଇ ।
କୃଷ୍ଣ ଗୋପୀଙ୍କି ନମସ୍କାର କରଇ ଯେ ।
କେହୁ ଚଳେ ସଧୀରେ ତୀର୍ଯ୍ୟଗ ହୋଇ ।
କଳ୍ପି ମନରେ କି ପ‌ହଣ୍ତ ମଣାଇଁ ଯେ ।
କୃଷ୍ଣ କ‌ହ‌ନ୍ତି ସଖି । ଦେଖ ଏ ଲତା ।
କୁସୁମ‌ଭରେ ହୋଇ ମ‌ହା ଶୋଭିତା ଯେ ।
କମନୀୟ ଦିଶଇ ତରୁ ଉପରେ ।
କାନ୍ତା ସୁବେଶ ଯେହ୍ନେ କାନ୍ତ ଅଙ୍ଗରେ ଯେ ।
କଉତୁକେ ଏମନ୍ତେ ବନେ ଭ୍ରମ‌ନ୍ତେ ।
କ‌ହେ ଗୋପିକା କୃଷ୍ଣ ଆଗରେ ଶ୍ରାନ୍ତେ ।
କେମ‌ନ୍ତ ହୋଇ ଯିବି ନ ଚଳେ ପାଦ ।
କୃଷ୍ଣ ହସିକ‌ହ‌ନ୍ତି ନ କର ଖେଦ ଗୋ ।
କଳକଣ୍ଠବଚନ । କୁନ୍ଦ‌ଦଶନ ।
କନ୍ଧେ ମୋହର ବସ ମନ‌ମୋହିନି ଗୋ ।
କ‌ହି ଏମନ୍ତ କନ୍ଧେ ବସାଇ ଧୀରେ ।
କିଙ୍କର ପ୍ରାଏ ହେଲେ ମଦନଭରେ ଯେ ।
କେମନ୍ତ ଦିଶିଲା ସେ ବେନି ଶ୍ରୀଅଙ୍ଗ ।
କଳାପର୍ବତେ ଯେହ୍ନେ କନ‌କଶୃଙ୍ଗ ଯେ ।
କିଅବା ନୀଳମଣି ପ୍ରାସାଦେ ରାଜେ ।
କଳଧଉତ ନିକେତନ ବିରାଜେ ଯେ ।
କ‌ହଇ ଦୀନ‌କୃଷ୍ଣ କନ୍ଦର୍ପରସ ।
କରିପାରଇ ସେ କି ଏମନ୍ତ ବଶ । ଯେ ।
କରହେ ସାଧୁଜନମାନେ ବିଚାର ।
କାମ ବ୍ରହ୍ମସଂସାରେ କେମନ୍ତ ସାର ଯେ ।