ପୃଷ୍ଠା:Typical selections from Oriya literature.pdf/୪୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୬
ଓଡ଼ିଆ ସାହିତ୍ୟ-ପରିଚୟ

ଏକବିଂଶ ଛାନ୍ଦ
ରାଗ କନଡ଼ା
କେଶବ ଅଂସରେ ବସି ମାନସରେ ବିଚାରେ ବରଜରମଣୀ ।
କଲେ କି ସ୍ନେହ ମୋତେ ବେଣୁପାଣି ।
କଲି ଦକ୍ଷିଣନାୟକ ଅନକୂଳ ଧନ୍ୟ ଧନ୍ୟ ମୋର ଆଣି ମୁଁ । ଏମନ୍ତ ।
କେତେ ନାହାନ୍ତି ଅବା ପ୍ରିୟତମା । କେହି ନୋହିଲେ କୃଷ୍ଣ ମ‌ନୋରମା ।
କଲେ ଫୁଲଗଭା ପ୍ରାୟେ ମୋତେ ଶୋଭା ସୁରସିକ ସୁଖସୀମା ସେ । ମୋହ‌ନ ।
କୃଷ୍ଣ ଗୋପୀ ଗର୍ବ ଜାଣି ତାହା ଖର୍ବକରିବାକୁ କଲେ ଉପାୟେ ।
କନ୍ଧୁ ଓହ୍ଲାଇ ପ୍ରଭୁ ଦେବରାୟେ ।
କ‌ହିଲେ ବିଜୟ କର ଏହିଠାୟେ ମାନବତି ପ୍ରାଣପ୍ରିୟେ ଗୋ । ସୁନ୍ଦରି ।
କିଛି କରିବନାହିଁ ମନେ ଭୟ । କରଇ ମୁଁ କୁସୁମ ଅପରୟ ।
କ‌ହି ଏ ବଚନ ହେଲେ ଅନ୍ତର୍ଦ୍ଧାନ ଅନ୍ତ‌ର୍ଯ୍ୟାମୀ ମାୟାମୟ ସେ । ମୋହ‌ନ ।
କୃପଣସାମନ୍ତ ବୋଲକୁ ଯେମନ୍ତ ଆଶାକରି ଲୋଭୀ ବଞ୍ଚଇ ।
କାଳେ କଷ୍ଟକୁ ହୃଦରେ ସଞ୍ଚଇ ।
କୃଷ୍ଣଆଶରେ ଗୋପୀ ସେହିରୂପରେ ନିଶ୍ୱାସ ଦୀର୍ଘେ ମୁଞ୍ଚଇ ସେ । ସୁନ୍ଦରୀ ।
କ‌ହୁଁ କ‌ହୁଁ କ୍ରୋଧ ହୁଏ ପ୍ରବଳ । କମ୍ପେ ସୁରଙ୍ଗ ବିମ୍ବ ଦନ୍ତଚେଳ ।
କୋକନ‌ଦଜିତ ନୟନୁଁ ଗଳିତ ଶୋକଭରେ ଅଶ୍ରୁଜଳ ସେ । ସୁନ୍ଦରୀ ।
କୁରରୀସମାନ ବଢ଼ାଇ ରୋଦନ ବୋଲେ ହେ କରୁଣାସଦନ ।
କିପାଁ ଦେଲ ମୋତେ କାମକଦନ ।
କିକ‌ହି କିକଲ ସୁଧାସମ ବୋଲ ପ୍ରଫୁଲ୍ଲ ପଦ୍ମ‌ବଦନ ହେ । ମୋହ‌ନ ।
କରିଥିଲି ମୁଁ ବ‌ହୁତ ଭରସା କାଳେ ନାଶକଲ ସେ ପ୍ରତିଆଶା ।
କରୁଣାବୃକ୍ଷେ ଫଳାଇଲ ନିରାଶଫଳ ମୋ କେଉଁ ଦୁର୍ଦ୍ଦଶା ହେ । ମୋହ‌ନ ।
କିଣିଲା ଲୋକ‌କୁ ଏମ‌ନ୍ତ ଶୋକ‌କୁ ଦେବରତ ନୁହେ ବେଭାର ।
କଲ ପ୍ରଭୁ ହୋଇତ ଅବେଭାର ।
କିଞ୍ଚିତ ସେବାତ ଘେନିବା ଉଚିତ ଗୁଣ‌ଗ୍ରାହୀମାନଙ୍କର ହେ । ମୋହ‌ନ ।
କାହିଁ ଯିବି ଏ ଘୋର ବନସ୍ତରେ । କେହି ନାହାନ୍ତି ମୋର ସଙ୍ଗତରେ ।
କପାଳରେ କର ମାରି ଚକ୍ରଧର ଚିନ୍ତା କରଇ କାତରେ ସେ । କାମିନୀ ।
କୃଷ୍ଣଙ୍କୁ ନ ଦେଖି କଳାକରମୁଖୀ ଗୋପୀକଦମ୍ବ ହୋଇ ଦୁଃଖୀ ।
କୁଞ୍ଜେ କୁଞ୍ଜେ ପ୍ରବେଶ ହୋଇ ଦେଖି ।
କରନ୍ତି ରୋଦନ ହେ ପଦ୍ମ‌ବଦନ କାହିଁକି ଗଲ ଉପେକ୍ଷି ହେ । ମୋହ‌ନ ।
କରି ନାହୁଁତ ଆମ୍ଭେ କିଛି ଦୋଷ । କାହିଁ ପାଁଇ କଲା ଏଡ଼େ ନିରାଶ ।
କରୁଣା କୃପଣ ହେଲେ ପ୍ରଭୁପଣ ଲକ୍ଷଣର କେଉଁ ଯଶ ହେ । ମୋହ‌ନ ।