ପୃଷ୍ଠା:Typical selections from Oriya literature.pdf/୪୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୭
ଓଡ଼ିଆ ସାହିତ୍ୟ-ପରିଚୟ

କ୍ରୋଧେ ଗଦଗଦ ନ ଚଳଇ ପଦ କାତରେ କମ୍ପେ କଳେବର ।
କେତେବେଳେ ହ‌ହଇ ସ୍ୱେଦନୀର ।
କେତେବେଳେ ସୁର ନୁହଇ ବାହାର କଣ୍ଟକେ ରୋମ ନିକର ହେ । ସୁଜନେ ।
କେତେବେଳେ କେ ମହୀରେ ପଡ଼ଇ । କୃଷ୍ଣ ନାମଧରି ଉଚ୍ଚେ ଗଡ଼ଇ ।
କେଶବ ସେନେହ ଘେନିବାରୁ ଦେହ କାମ ଅଧିକେ ପୋଡ଼ଇ ହେ । ସୁଜନେ ।
କେ ବୋଲେ ପୂତନା କେଶୀ ପ୍ରାଣ‌ଘେନା କେ ବୋଲେ ହେ ଗଛ-ଉପୁଡ଼ା ।
କେ ବୋଲଇ ଆହେ କାଳୀ-ଘଉଡ଼ା ।
କିପାଁ ଏଡ଼େଦୁଃଖ ଦେଉଅଛ ଦୁଃଖହର । ଅଘା-ଶିର-ଫୋଡ଼ା ହେ । ମୋହ‌ନ ।
କେବୋଲଇ ହେ ତୃଣୀ-ତୋଟୀ-ଚିପା । କାହିଁ ରଖିଲ ତୁମ୍ଭ ଅନୁକମ୍ପା ।
କୃଷ୍ଣକାଳେ ଆମ୍ଭ ପାଶକୁ ନଇଲା ତାହାକୁ ବର୍ଜିଲ କିପାଁ ହେ । ମୋହ‌ନ ।
କେବୋଲେ ମନ୍ଦରଧର ପୁରନ୍ଦର-ଗର୍ବଗଞ୍ଜନ ହେ ବକାରି ।
କାମିନୀଙ୍କି କାନନ ମଧ୍ୟେ ମାରି ।
କମଳପତ୍ରାକ୍ଷ ଏତେକେ ଲଭୁଛ କେତେବଡ଼ ଯଶ ଶିରୀ ହେ । ମୋହ‌ନ ।
କେତେ କେତେ କଷ୍ଟରୁ ଉଦ୍ଧାରିଲ । କଥାକେହେଁ ସବୁସୁଖ ହରିଲ ।
କରିବର ସ୍ନାନ କୃପଣଙ୍କ ଧନ ପ୍ରାୟେ ପ୍ରଶଂସା ବାରିଲ ହେ ।
କେ ବୋଲେ କରୁଣାକର ନାମ ଜଣାଗଲା ଏହିଠାରେ ଗୋସାଇଁ ।
କଷ୍ଟଜଳେ ଯାହା ଦେଲ ଭସାଇ ।
କେକିପୁଚ୍ଛଖୋସା କଲ ଲୋକ‌ହସା କାମ‌ବଇରୀ ବସାଇ ହେ । ମୋହ‌ନ ।
କିପାଁ ବୋଲାଅ ହେ ଦାସବତ୍ସଳ । କିଛି ଘେନିଲ ନାହିଁ ମନେ ଛଳ ।
କାମିନୀ ବିକଳ ନ ସ‌ହଇ କଳ-କଣ୍ଠ ଥିଲେ ଖମଣ୍ତଳ ହେ ।
କ‌ହୁଁ କ‌ହୁଁ ଏହା ହୋଇଲେ ଉତ୍ସାହା କୀଚକ ଧୀର ନାଦ ଶୁଣି ।
କୃଷ୍ଣ ମୁରଲୀ ଧ୍ୱନି ପ୍ରାୟେ ମଣି ।
କୋଦଣ୍ତୁ କାଣ୍ତ ବାହାର ହେଲା ପ୍ରାୟେ ଧାଇଁଲେ ଗୋପତରୂଣୀ ହେ । ସୁଜନେ ।
କୁଚ ନିତମ୍ବ ଯାହାର ବିପୁଳ । କରାଇଲା ତାହାକୁ ସେ ବିକଳ ।
କ‌ହେ ଦୀନ‌କୃଷ୍ଣ ରସିକ ଅଭାବେ ଯେମନ୍ତ ଗୁଣି ପଟଳ ହେ । ସୁଜନେ ।
ଦ୍ୱାବିଂଶ ଛାନ୍ଦ
ରାଗ - ମୁଖାରୀ
କଲେ ଯାଇଁ ଅବଲୋକ । କେ ବୋଲେ ଏତ ବୀଚକ ।
କଲା ଆମ୍ଭଙ୍କୁ ଉତ୍ସୁକ । ବଂଶୀ ପ୍ରାୟେକ । ସଜନି ଗୋ ।
କେ ବୋଲେ ଏହି ସେ ବଂଶ । କେବଳ ସେ ପୀତ୍ତବାସ ।
କୃପାରୁଁ କରି ବିଶେଷ । କରେ ଉଲ୍ଲାସ । ସଜନି ଗୋ ।