ପୃଷ୍ଠା:Typical selections from Oriya literature.pdf/୪୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୮
ଓଡ଼ିଆ ସାହିତ୍ୟ-ପରିଚୟ

କେ କାହାର କରଦେଶେ । କରତାଳି ମାରି ହସେ ।
କେ ଶୋକ ଅକୁଳେ ବସେ । ମନ ବିରସେ । ବିରହେ ।
କୃଷ୍ଣ ସଙ୍ଗେ ଯେଉଁ ବାଳଆ । କୁଞ୍ଜେ କରୁଥିଲା ଲୀଳା ।
କୀଚକନାଦେ ସେ ଭୋଳା । ହୋଇ ମିଳିଲା । ସେଠାରେ ।
କରିତାକୁ ବିଲୋକନ । କେ ବୋଲେ ରେ ପ୍ରାଣଧନ ।
କାହିଁ ରଖିଛୁ ମୋହ‌ନ । କ‌ହ ବ‌ହ‌ନ ସଜନି।
କ‌ହ ତୁ କି ମନ୍ତ୍ର କଲୁ । କି ତପସ୍ୟା କରିଥିଲୁ ।
କିଶୋରଙ୍କୁ ମୋହି ନେଲୁ । କି ସୁଖୀ ହେଲୁ । ସଜନି ।
କେ ବୋଲେ ଆରେ ସଜନି । କୃଷ୍ଣଙ୍କୁ ସଙ୍ଗତେ ଘେନି ।
କଳାକର ଏ ରଜନୀ । ବଞ୍ଚିଲୁ ଧନି ମୋହିନି ।
କ‌ହଇ ସେ ଚନ୍ଦମୁଖୀ । କରି ମୋତେ ମହାଦୁଃଖୀ ।
କ‌ହି ଗଲେ ସେ ଉପେକ୍ଷି । କୁଞ୍ଜରେ ରଖି । ସଜନି ।
କେ ବୋଲେ ଆମ୍ଭଙ୍କୁ ଛାଡ଼ି । କେଶବ ସଙ୍ଗତେ ପଡ଼ି ।
କାମେ ଗଲୁ ସୁଖ ଲୋଡ଼ି । ବେଳରେ ହୁଡ଼ି । ସଜନି ।
କଲା ବିହି ତ‌ହିଁ ଫଳ । କଲୁ ଯା ଗୋପୀ ବିକଳ ।
କି ଭାଗ୍ୟେ ପାଇଲୁ ମେଳ । ଏହି ମଙ୍ଗଳ । ସଜନି ।
କେ ବୋଲେ ପୁରୁଷ ପ୍ରୀତି । କେବେହେଁ ନୁହଇ ସ୍ଥିତି ।
କେତେଟୀ ରଖି ଅଛନ୍ତି । ପାର୍ବତୀପତି । ସଜନି ।
କେ ବୋଲେ କ୍ଷୀରସାଗର । କି ହୃଦ ପୁରୁଷଙ୍କର ।
କଳି ନୁହେ ଗଭୀର । ନୁହଇ ସ୍ଥିର । ସଜନି ।
କପର୍ବ୍ଦୀ ଯୁତେ ଯେମନ୍ତ । କଦାଚିତେ ନୁହେ ସ୍ଥିତ ।
କରଇ ହରଷ କେତେ । ବିରସ କେତେ । ସଜନି ।
କେ ବୋଲେ ଭାଗ୍ୟ ନ ଥିଲେ । କି ରହଇ ଭାବ ଭଲେ ।
କି ହେବ ସୁବର୍ଣ୍ଣ ଫୁଲେ । ବାସ ନ ଥିଲେ । ସଜନି ।
କୁସୁମ ଲିଟ ନ ରସେ । କିଂଶୁକ, କୁଟଜେ ବସେ ।
କେଉ ବିବେକ ପଣେ ସେ । ବଥାକୁ ଆସେ । ସଜନି ।
କେତକୀଦଳ ପରାୟେ । କାହାର ଦିଶିଲା କାୟେ ।
କେ ନେତ୍ରୁଁ ଲୁହ ପକାୟେ । କେ ସ୍ତମ୍ଭହୋଏ । ବିରହେ ।
କମ୍ପେ କାହା କଳେବର । କେ ଛାଡ଼ିଲା କ‌ହିବାର ।
କାହା ଅଙ୍ଗେ ସ୍ୱେଦନୀର । ବ‌ହେ ପ୍ରଖର । ବିରହେ ।
କଦମ୍ବଫୁଲ ଆକାର । କଣ୍ଟକ କାହା ଶରୀଋ ।
କେ ଚେଷ୍ଟା କରି ଅନ୍ତର । ହୋଇଲା ସ୍ଥିର । ବିରହେ ।
କେ ତପନ ଭାବ ପାଇ । କ‌ହେ ସଖି କାହିଁ ପାଁଇ ।
କଦର୍ଯ୍ୟରେ ଅଛି ରହି । ପ୍ରାଣ ନ ଯାଇ । ସଜନି ।