ପୃଷ୍ଠା:Typical selections from Oriya literature.pdf/୪୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦୯
ଓଡ଼ିଆ ସାହିତ୍ୟ-ପରିଚୟ

କେ ବୋଲଇ ଚକ୍ରବାକୀ । କଷ୍ଟ ଆମ୍ଭ ପାଇଁ ନିକି ।
କରିଥିଲା ଅବିବେକୀ । ବିହି ରାତ୍ରକି । ସଜନି ।
କେ ବୋଲେ ଏ କଳାକର । କିପାଁ ଦ‌ହୁଛି ଶରୀର ।
କିଶତ୍ରୁ ଆମ୍ଭେ ଏହାର । ଥରେ ପଚାର । ସଜନି ।
କେବୋଲେ ଗରଳ ଭାଇ । କିପାଁ ପ୍ରାଣ ନେବ ନାହିଁ ।
କେ ଛାଡ଼େ କାହା ବଡ଼ାଇ । କୁଟିଲା ହୋଇ । ସଜନି ।
କାହିଁକି ଓଷଧି ଈଶ । କଲେ ନାମ ଯେ ଲୋକେଶ ।
କା ବିରହି ବ୍ୟାଧିନାଶ । ନ କରେ ଲେଶ । ସଜନି ।
କଳଙ୍କୀ ହେଲେ ବେଭାର । କେବେହେଁ ନୁହଇ ସାର ।
କେଡ଼େ ଲୋକର କୁମାର । କି ଅବେଭାର । ସଜନି ।
କରଇ ପଦ୍ମିନୀନାଶ । କରେ ବାରୁଣୀକି ଆଶ ।
କୁହାଇ ଏଦ୍ୱିଜରାଜ । ନ ପାଇ ଲାଜ । ସଜନି ।
କେ ବୋଲେ ଅମୃତକର । କର୍ମକୁ ଅବା ଆମ୍ଭର ।
କଲା ବିଧାତା ଅକାର । ବର୍ଣ୍ଣ ବାହାର । ସଜନି ।
କରବାଳପୁତ୍ରୀ ପ୍ରାୟ । କରରେ କାଟୁଛି କାୟ ।
କେମନ୍ତ ଯିବ ଏ ଭୟ । କ‌ହ ଉପାୟ । ସଜନି ।
କେ ବୋଲଇ ରୁକ୍ଷ‌ପତି । କେତେ ଋକ୍ଷ ବରଷନ୍ତି ।
କପଟେ ସିନା ବୋଲାନ୍ତି । ହିମଦୀଧିତି । ସଜନି ।
କନ୍ଦର୍ପରେ ହୋଇ ବଶ । କଲେ ଗୁରୁପତ୍ନୀ ନାଶ ।
କ‌ହି କେ କରିବ ଶେଷ । ଏହାଙ୍କ ଦୋଷ । ସଜନି ।
କେ ବୋଲେ ଆମ୍ଭ ଗୋବିନ୍ଦ । କଲେ ଆମ୍ଭଠାରେ ଛନ୍ଦ ।
କିପାଁଇ ଏହାଙ୍କୁ ନିନ୍ଦ । କରମ ମନ୍ଦ । ସଜନି ।
କହି ଏମ‌ନ୍ତ ଚଳିଲେ । କାଳିନ୍ଦୀକୂଳେ ମିଳିଲେ ।
କେ ଯାଇଁ ପଶିଲେ ଜଳେ । କାମ ବିକଳେ । ସଜନି ।
କେ ବୋଲେ ଆଗୋ ଯମୁନା । କ‌ହ ତୁମ୍ଭେ ହେଲେ କିନା ।
କାହିଁ ଛନ୍ତି ଗୋପାଙ୍ଗନା, ଜୀବନ‌ଘେନା । ସଜନି ।
କୃଷ୍ଣର ତୁମ୍ଭେ ସୁଭଗା । କେବଳ ଆମ୍ଭେ ଦୁର୍ଭାଗା ।
କଲେ ଏଘେନି ଅଲଗା । ସୁରଭିଜଗା । ଯମୁନା ।
କଷ୍ଟତରୁ ପ୍ରଭଞ୍ଜନ । କୋଟି କନ୍ଦର୍ପ ଗଞ୍ଜନ ।
କାମିନୀ-ନେତ୍ର ଅଞ୍ଜନ । ମନ ରଞ୍ଜନ । ମୋହ‌ନ ।
କରନ୍ତେ ଗୋପୀ କାରୁଣ୍ୟ । କୃପା କଲେ ନାରାୟଣ ।
ଭକ୍ତ ମାନ ଉଦ୍ଧାରଣ । ଗତି କାରଣ । ମୋହ‌ନ ।
କାନନୁଁ ହେଲେ ବାହାର । କିଶୋରବର ନାଗର ।
କରି ମନ୍ଦ‌ହାସ ଧୀର । ରଙ୍ଗଅଧର । ମୋହ‌ନ ।