ପୃଷ୍ଠା:Typical selections from Oriya literature.pdf/୪୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୧
ଓଡ଼ିଆ ସାହିତ୍ୟ-ପରିଚୟ

କ୍ରମେ ଦିନମୁଖ ଶୋଭାକୁ ଘେନି । କଲେ ଗମନ ବରଜକାମିନୀ । କଳାକର ଆନନ । କାନ୍ତି ଦିଶେ ନିଊନ । କିଛି ଦୃଶ୍ୟ ହୁଅଇ ତାର ତାରକାମାନ । କେଳି ସୁମରି ମନ ପଦ୍ମ ହସେ । କୁଂକୁମ‌ବର୍ଣ୍ଣ ଅମ୍ବର ପ୍ରକାଶେ । କୁଚ ଚକ୍ର ଉଲ୍ଲାସ । କ‌ହେ କୃଷ୍ଣ ଏ ରସ । କାମତମ ବିନାଶ କ‌ହୁଥିଲେ ଅଶେଷ । ଚତୁର୍ବିଂଶ ଛାନ୍ଦ ରାଗ-ବଙ୍ଗଳାଶ୍ରୀ କରିବରକର ମର୍ଦ୍ଦନୁ ଅନ୍ତର ହେଲା ପଦ୍ମଲତା ପ୍ରାୟେ । କାମସିନ୍ଧୁ ଲାଗି ନିଧୁବନ ଭାଗି ଦିଶେ କେଉଁ ବ‌ଧୂକାୟେ । କେଶରୀ ମୁଖରୁ ପଳାଇ ଚମୁରୁ ହୁଅଇ ଯେହ୍ନେ ତରଙ୍ଗ । କଟାକ୍ଷ ଖେଳାଇ ଗମନ ବଳାଇ କେଉଁ ଗୋପୀ ଛାଡ଼ି ସଙ୍ଗ । କେତୁତୁଣ୍ତ ମୁଣ୍ତ ଗ୍ରାସୁଁ ସୁଧାପିଣ୍ତ ବାହାର ହେଲା ପରାୟେ । କାନ୍ତିରୁ ବାହାର ହେବାରୁ କାହାର ମୁଖ ନୀରସକୁ ପାଏ । କୁବଳୟଦଳ ସିନ୍ଦୂରରେ ମେଳ ହେଲା ପ୍ରାୟେ କାହା ନେତ୍ର । କାର ଚଞ୍ଚୁଘାତ ବିମ୍ବଫଳ ଖ୍ୟାତ ସୁରଙ୍ଗ ଦଶନ ପତ୍ର । କରିକୁମ୍ଭେ ମୁନ ଅଙ୍କୁଶର ଘେନ ଲାଗିଲେ ଯେମନ୍ତ ଦିଶେ । କାହାର ଉରଜ‌ଯୁଗଳ କରଜ ଘାତରେ ଶୋଭା ପ୍ରକାଶେ । କାହା ଗଣ୍ତସ୍ଥଳ ଚୁମ୍ବନେ ତାମ୍ବୁଳବୋଳ ହୋଇଛି ପ୍ରକଟ । କ‌ନ‌କମ‌ହୀରେ ରହିଲେ ସଧୀରେ ଶୋଭା ଯେହ୍ନେ ତାମ୍ରକୀଟ । କାହାର ଅମ୍ବର ନୋହେ ଆଡ଼ମ୍ବର ଡ଼ମ୍ବରୁମଧ୍ୟଦେଶରେ । କିଶଲୟପଦ ନ ଧରଇ ପଦ ମାରମଦ ଅବଶରେ । କନ‌କବଲ୍ଲରୀ ମନ୍ଦବାତେ କରି ଢ଼ଳିଲା ପରାୟେ ହୋଇ । କଳହଂସୀ ପ୍ରାୟେ ଚରଣ ପକାଏ ଶ୍ରୀଅଙ୍ଗକୁ ଦୋହଲାଇଁ । କାହା ଇଶି ଇଶି ଶ୍ରୀମୁଖକୁ ଶଶି କଳା ହାରି ପଳାଇଲା । କୁଧର ନରେନ୍ଦ୍ର ଶିଖରେ ପାରୀନ୍ଦ୍ର ଶିରେ କାନ୍ତି ଖେଳାଇଲା । କାହା କଣ୍ଠହାର ସୂଢ଼ରୁ ବାହାର ହୋଇ ଗୋଟୀ ଗୋଟୀ ଖସେ । କୃତ୍ତିବାସ ଶିରେ ବସୁନ୍ଧରା ନୀର ମଣ୍ତିଲା ପରାୟେ ଦିଶେ । କଷ୍ଟେ କଷ୍ଟେ ଯାଇଁ କୃଷ୍ଣସୁଖଦାୟୀ ଗୋପେ ପ୍ରବେଶ ହୋଇଲେ । କମଳ ହରଷ ଘେନି ବାସରେଶ ଉଦୟ ମୂର୍ଦ୍ଧା ଛୁଁଇଲେ । କଉତୁକୀ ପଣେ କିରଣ ସଞ୍ଚାଣେ ମିଳିଲେ ଗ‌ଗନ ପଥେ । କି ଛଟକେ ପ୍ରାଣ ବିକଳେ ପ୍ରୟାଣ କଲେ ଉଡ଼ୁପ ତରସ୍ତେ ।