କୃଷ୍ଣ ଆଶ୍ରେକରି ସୁବିଦ୍ୟା ଆଚରି ପାଷଣ୍ତକୁ ଯାହା ସ୍ତୁତି ।
କୃଷ୍ଣଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି ।
ପଞ୍ଚବିଂଶ ଛାନ୍ଦ
ରାମ - କାମୋଦୀ ଋକୁଣୀଚୌତିଶା ବାଣୀ
କର ସାଧୁ ବିବେକଜନେ ମନକୁ ଏକ କୃଷ୍ଣକଥାକୁ ଚିତ୍ତ ଦେଇ ।
କଂସ-ତମକୁ ହଂସ ହେବେ ଯେ ହୃଷୀକେଶ ସେ କଥା କିଛି କହିବଇଁ ହେ ।
ଆହେ ଜନେ । କୁଞ୍ଜବିହାରୀ ସାରି ରାସ ।
କେତେ ଦିନ । ଗୋପେ ରହିଲେ ପୀତବାସ ।
କଂସ ନୃପତି ଭୟ କେବେ ନୋହିଲା କ୍ଷୟ ଭାଳଇ ରଜନୀ ଦିବସ ହେ ।
କରାଇଲା ହକରା ସମସ୍ତ ରାଜା ତାରାମାନଙ୍କୁ ଅତି ଉତ୍ସାହରେ ।
କହ ତୁମ୍ଭେ ବିଚାର କାଳ ନନ୍ଦକୁମର କେମନ୍ତେ ପଡ଼ିବେ ହସ୍ତରେ ହେ ।
କୋବିଦେ ହେ । କଲତ ଶ୍ରବଣ ସଭିଏଁ ।
କଲେ ଯେତେ । ଯେତେ ଶ୍ରୀକୃଷ୍ଣ ରାମ ଦୁହେଁ ।
କେଶୀ ଆଦି ମୋହର ମାରି ସମସ୍ତ ବୀର ନିଶ୍ତିନ୍ତ ହୋଇ ଗୋପେ ରହେ ହେ ।
କରିବି ପ୍ରାଣେ ନାଶ ଅଇଲେ ମୋର ପାଶ କେ ରକ୍ଷା କରିବ ଜାଣିମା ।
କେ ତହିଁ ପ୍ରଭୁ ମନ ଘେନିମାକୁ ବହନ ବୋଲଇ ମଣିମା ମଣିମା ସେ ।
କେ ବୋଲଇ । କେ ତୁମ୍ଭ ତହୁଁ ଅଛି ବଡ଼ ।
କେ ବୋଲଇ । ଯେତେ ହୋଇଲେ ସେ ଗଉଡ଼ ।
କର ଆଜ୍ଞା ତୁରିତ ଛାମୁରୁ ଯାଉ ଦୂତ ଘେନି ଆସୁ ସେ ତଡ଼ବଡ଼ ସେ ।
କହେ ଯେଉଁ ପଣ୍ତିତ ସଭାରେ ପକ୍ଷପାତ ପ୍ରଭୁ ଆଶୟ ଅନୁସରି ।
କରେ ତହିଁବି ପ୍ରତେ ଯେଉଁ ନୃପତି ଚିତ୍ତେ ସେହିଟି ଅବିବେକପୁରୀ ହେ ।
ଆହେ ଜନେ । କାଳେ ସେ ଦେଖନ୍ତି ସଂଘାତ ।
କାଳଦଣ୍ତେ । ଅବଶ୍ୟ ହୁଅନ୍ତି ସଂଘାତ ।
କଟୁତିକ୍ତ ମଧୁର ଦ୍ରବ୍ୟଠାରୁ ବିଚାର ଆଦ୍ୟପ୍ରାନ୍ତେ ହିତ ଅହିତ ହେ ।
କର୍ପୂର, ନାରିକେଳ, ଲେମ୍ବୁ କେଡ଼େ ଶୀତଳ ପାନକୁ ମହା ସୁଖକର ।
କହୁଁ କହୁଁ ଯେମନ୍ତ କରଇ ପ୍ରାଣ ହତ ସେହିରୂପେଟୀ ଖଳଗିରହେ ।
ଆହେ ଜନେ । କଲାନାହିଁ ବିଚାର ଚିତ୍ତେ ।
କ୍ରୋଧସିନା । ପ୍ରାଣିଙ୍କି ନାଶୁଛି ସନ୍ତତେ ।
କେବଳ ଜ୍ଞାନଶୂନ୍ୟ ଲୋକଙ୍କର ଏମାନ ମରଣ ବଳାଇ ଅଗ୍ରତେ ହେ ।
କେଶରୀ ଦେଖିକରି ଗ୍ରାମସିଂହ ଫୁକାରି ହେଲେ ସେ ନିକି ବଡ଼ ହୋଏ ।
ପୃଷ୍ଠା:Typical selections from Oriya literature.pdf/୪୫୧
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୩
ଓଡ଼ିଆ ସାହିତ୍ୟ-ପରିଚୟ